ଭଦ୍ରାୟଣୀ ମହୋତ୍ସବ ୨୦୨୫ : ଉଦ୍ଘାଟନ କଲେ ମନ୍ତ୍ରୀ ରବି ନାୟକ, ସାମିଲ ହେଲେ ଆଇନମନ୍ତ୍ରୀ
ଭଦ୍ରକ ୧୪।୦୨ : ଭଦ୍ରକ ମାଟିର ବରପୁତ୍ରଙ୍କୁ ଉତ୍ତରପିଢି ସହ ଯୋଡ଼ିବ ମହୋତ୍ସବ ଭଦ୍ରାୟଣି । ଏହି ମହୋତ୍ସବର ଉଦ୍ଘାଟନ ଅବସରରେ ଏପରି କହିଛନ୍ତି ଅତିିଥି। ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣି ମହୋତ୍ସବକୁ ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଛନ୍ତି ।ଉଦ୍ଘାଟନୀ ଅବସରରେ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ, ଉତ୍କଳ ଯୁବ ଶକ୍ତି ପାଖରେ ଦକ୍ଷତାର ଅଭାବ ଲାଗି ରହିଛି। ଅନେକ କ୍ଷେତ୍ରରେ ଆମେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ । ମା’ ଭଦ୍ରକାଳୀ ଆଶୀର୍ବାଦ କରନ୍ତୁ , ଯୁବ ବର୍ଗ ଅଧିକ ଦକ୍ଷ ହୋଇ ଓଡ଼ିଶାକୁ ସ୍ଵାବଲମ୍ବୀ କରନ୍ତୁ ବୋଲି କହିଚନ୍ତି । ସେହିପରି ଆଇନ୍ ମନ୍ତ୍ରୀ କହିଛନ୍ତି ଯେ, ଭଦ୍ରକ ମାଟି ହେଉଛି ସାଂସ୍କୃତି ଓ ଐତିହ୍ୟର ଏନ୍ତୁଡ଼ିଶାଳ। ଏହାବ୍ୟତୀତ ବିଶିଷ୍ଟ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବରପୁତ୍ରମାନଙ୍କୁ ଆଗାମୀ ପିଢି ଜାଣିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି ମତ ରଖିଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମଞ୍ଚରେ ଅଧ୍ୟକ୍ଷତା କରି ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଧନ୍ୟ ବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବ କଣ୍
ଭଦ୍ରକ ୧୪।୦୨ : ଭଦ୍ରକ ମାଟିର ବରପୁତ୍ରଙ୍କୁ ଉତ୍ତରପିଢି ସହ ଯୋଡ଼ିବ ମହୋତ୍ସବ ଭଦ୍ରାୟଣି । ଏହି ମହୋତ୍ସବର ଉଦ୍ଘାଟନ ଅବସରରେ ଏପରି କହିଛନ୍ତି ଅତିିଥି। ଭଦ୍ରକ ଜିଲ୍ଲା ନେହେରୁ ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଭଦ୍ରାୟଣି ମହୋତ୍ସବକୁ ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଉଦ୍ଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଯୋଗ ଦେଇଛନ୍ତି ।

ଉଦ୍ଘାଟନୀ ଅବସରରେ ମନ୍ତ୍ରୀ ରବି ନାୟକ କହିଛନ୍ତି ଯେ, ଉତ୍କଳ ଯୁବ ଶକ୍ତି ପାଖରେ ଦକ୍ଷତାର ଅଭାବ ଲାଗି ରହିଛି। ଅନେକ କ୍ଷେତ୍ରରେ ଆମେ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରୁଛୁ । ମା’ ଭଦ୍ରକାଳୀ ଆଶୀର୍ବାଦ କରନ୍ତୁ , ଯୁବ ବର୍ଗ ଅଧିକ ଦକ୍ଷ ହୋଇ ଓଡ଼ିଶାକୁ ସ୍ଵାବଲମ୍ବୀ କରନ୍ତୁ ବୋଲି କହିଚନ୍ତି । ସେହିପରି ଆଇନ୍ ମନ୍ତ୍ରୀ କହିଛନ୍ତି ଯେ, ଭଦ୍ରକ ମାଟି ହେଉଛି ସାଂସ୍କୃତି ଓ ଐତିହ୍ୟର ଏନ୍ତୁଡ଼ିଶାଳ।

ଏହାବ୍ୟତୀତ ବିଶିଷ୍ଟ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବରପୁତ୍ରମାନଙ୍କୁ ଆଗାମୀ ପିଢି ଜାଣିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଏକ ମାଧ୍ୟମ ବୋଲି ମତ ରଖିଥିଲେ। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମଞ୍ଚରେ ଅଧ୍ୟକ୍ଷତା କରି ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଧନ୍ୟ ବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନଙ୍କ ସମେତ ଭାଗ୍ୟଶ୍ରୀ, ଶୀତଲ ପ୍ରମୁଖଙ୍କ ଗୀତରେ ମତୁଆଲା ହୋଇଥିଲେ ଉପସ୍ଥିତ ଦର୍ଶକ। ପରେ ଗୋଟିପୁଅ ନୃତ୍ୟ ସମତେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।