ଲଗାତାର ଚତୁର୍ଥ ଦିନରେ ସେୟାର ମାର୍କେଟରେ ହ୍ରାସ, ୨୨ ହଜାର ତଳକୁ ଖସିଲା ନିଫ୍ଟି, ୩୮ ହଜାର କୋଟି ସ୍ୱାହା

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଗୁରୁବାର ଏପ୍ରିଲ ୧୮ରେ ଲଗାତାର ଚତୁର୍ଥ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ପ୍ରାୟ ୪୫୦ ଅଙ୍କ ତଳକୁ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨ ହଜାର ତଳକୁ ଖସି ଆସିଛି । ଏହି କାରଣରୁ ଆଜି ନିବେଶକଙ୍କୁ ପ୍ରାୟ ୩୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଟେଲିକମ୍ୟୁନିକେସନ ଏବଂ ଟେକ୍ ସେୟାରକୁ ଛାଡ଼ି ବିଏସଇର ଅନ୍ୟ ସମସ୍ତେ ସେକ୍ଟୋରାଲ ଇଣ୍ଡେକ୍ସ ଗୁରୁବାର ଲାଲ୍ ସଂକେତରେ ବନ୍ଦ ହୋଇଛି । ତେବେ ସ୍ମଲକ୍ୟାପ୍ ସେୟାର ସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ । ବିଏସଇର ସ୍ମଲକ୍ୟାପ୍ ସୂଚକାଙ୍କ ୦.୦୬ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ମିଡକ୍ୟାପ୍ ଇଣ୍ଡେକ୍ସ ୦.୩୯ ପ୍ରତିଶତ ଖସିଛି ।କାରବାର ଶେଷରେ ବିଏସଇ ସେନସେକ୍ସ ୪୫୪.୬୯ ଅଙ୍କ ବା ୦.୬୨ ପ୍ରତିଶତ କମି ୭୨,୪୮୮.୯୯ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୫୨.୦୫ ଅଙ୍କ ବା ୦.୬୯ ପ୍ରତିଶତ କମ ହୋଇ ୨୧,୯୯୫.୮୫ ସ୍ତରରେ ବନ୍ଦ ହୋଇଛି ।ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମୋଟ ମାର୍କେଟ୍ କ୍ୟାପ୍ ଆଜି ଏପ୍ରିଲ ୧୮ରେ କମି ୩୯୩.୮୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ମଙ୍ଗଳବାର ଏପ୍ରିଲ ୧୬ରେ ୩୯୪.୨୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଙ୍କ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩୮ ହଜାର କୋଟି ଟଙ୍କା

ଲଗାତାର ଚତୁର୍ଥ ଦିନରେ ସେୟାର ମାର୍କେଟରେ ହ୍ରାସ, ୨୨ ହଜାର ତଳକୁ ଖସିଲା ନିଫ୍ଟି, ୩୮ ହଜାର କୋଟି ସ୍ୱାହା

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଗୁରୁବାର ଏପ୍ରିଲ ୧୮ରେ ଲଗାତାର ଚତୁର୍ଥ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ପ୍ରାୟ ୪୫୦ ଅଙ୍କ ତଳକୁ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨ ହଜାର ତଳକୁ ଖସି ଆସିଛି । ଏହି କାରଣରୁ ଆଜି ନିବେଶକଙ୍କୁ ପ୍ରାୟ ୩୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଟେଲିକମ୍ୟୁନିକେସନ ଏବଂ ଟେକ୍ ସେୟାରକୁ ଛାଡ଼ି ବିଏସଇର ଅନ୍ୟ ସମସ୍ତେ ସେକ୍ଟୋରାଲ ଇଣ୍ଡେକ୍ସ ଗୁରୁବାର ଲାଲ୍ ସଂକେତରେ ବନ୍ଦ ହୋଇଛି । ତେବେ ସ୍ମଲକ୍ୟାପ୍ ସେୟାର ସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ । ବିଏସଇର ସ୍ମଲକ୍ୟାପ୍ ସୂଚକାଙ୍କ ୦.୦୬ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ମିଡକ୍ୟାପ୍ ଇଣ୍ଡେକ୍ସ ୦.୩୯ ପ୍ରତିଶତ ଖସିଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୪୫୪.୬୯ ଅଙ୍କ ବା ୦.୬୨ ପ୍ରତିଶତ କମି ୭୨,୪୮୮.୯୯ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୫୨.୦୫ ଅଙ୍କ ବା ୦.୬୯ ପ୍ରତିଶତ କମ ହୋଇ ୨୧,୯୯୫.୮୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମୋଟ ମାର୍କେଟ୍ କ୍ୟାପ୍ ଆଜି ଏପ୍ରିଲ ୧୮ରେ କମି ୩୯୩.୮୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ମଙ୍ଗଳବାର ଏପ୍ରିଲ ୧୬ରେ ୩୯୪.୨୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଙ୍କ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩୮ ହଜାର କୋଟି ଟଙ୍କା କମ ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୩୮ ହଜାର କୋଟି ଟଙ୍କା କମ ହୋଇଛି ।