ଆକ୍ସନରେ ପୋଲିସ, ଏକାସାଙ୍ଗେ ୪ଟି ଜେଲ୍ରେ ଚଢାଉ
ନୟାଗଡ଼ ୨୫।୦୮ : ଆକ୍ସନରେ ନୟାଗଡ଼ ପୋଲିସ । ଏକାସାଙ୍ଗେ ଜିଲ୍ଲାର ୪ଟି ଜେଲ୍ରେ ଚଢାଉ ଚାଲିଛି। ନୟାଗଡ଼ ଉପ କାରାଗର, ଖଣ୍ଡପଡ଼ା ଉପକାରାଗାର, ଦଶପଲ୍ଲା ଉପକାରାଗାର ଓ ରଣପୁର ଉପକାରାଗାରରେ ଏହି ଚଢାଉ ଜାରି ରହିଛି। ଖବର ଅନୁଯାୟୀ, ଜେଲ ଭିତରେ ନିଶା କାରବାର ହେଉଥିବା ନେଇ ଅଭିଯୋଗ ଆସୁଥିଲା। ଯାହାକୁ ଦୃଷ୍ଟିରେ ରଖି ରବିବାର ଭୋର ୪ଟା ସମୟରେ ନୟାଗଡ ଏସ୍ପି ରାହୁଲ୍ ଜୈନଙ୍କ ତତ୍ଵାବଧାନରେ ଏହି ଚଢ଼ାଉ ହୋଇଥିଲା। ନୟାଗଡ ଉପ କାରାଗାରରେ ନିଜେ ଏସପି ରହିଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ ୨ ଜଣ ଅତିରିକ୍ତ ଏସପି , ଏସଡିପିଓ , ଥାନା ଅଧିକାରୀ ଓ ୨ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ। ସେହିପରି ୪ଟି ସ୍ଥାନରେ ତହସିଲଦାର ମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଜେଲରୁ ଖଇନି, ବିଡି, ଲାଇଟର ଓ ବିଭିନ୍ନ ନିଶା ସାମଗ୍ରୀ ବାହାରିବା ସହିତ ୨୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି ।
ନୟାଗଡ଼ ୨୫।୦୮ : ଆକ୍ସନରେ ନୟାଗଡ଼ ପୋଲିସ । ଏକାସାଙ୍ଗେ ଜିଲ୍ଲାର ୪ଟି ଜେଲ୍ରେ ଚଢାଉ ଚାଲିଛି। ନୟାଗଡ଼ ଉପ କାରାଗର, ଖଣ୍ଡପଡ଼ା ଉପକାରାଗାର, ଦଶପଲ୍ଲା ଉପକାରାଗାର ଓ ରଣପୁର ଉପକାରାଗାରରେ ଏହି ଚଢାଉ ଜାରି ରହିଛି।
ଖବର ଅନୁଯାୟୀ, ଜେଲ ଭିତରେ ନିଶା କାରବାର ହେଉଥିବା ନେଇ ଅଭିଯୋଗ ଆସୁଥିଲା। ଯାହାକୁ ଦୃଷ୍ଟିରେ ରଖି ରବିବାର ଭୋର ୪ଟା ସମୟରେ ନୟାଗଡ ଏସ୍ପି ରାହୁଲ୍ ଜୈନଙ୍କ ତତ୍ଵାବଧାନରେ ଏହି ଚଢ଼ାଉ ହୋଇଥିଲା। ନୟାଗଡ ଉପ କାରାଗାରରେ ନିଜେ ଏସପି ରହିଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ ୨ ଜଣ ଅତିରିକ୍ତ ଏସପି , ଏସଡିପିଓ , ଥାନା ଅଧିକାରୀ ଓ ୨ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ। ସେହିପରି ୪ଟି ସ୍ଥାନରେ ତହସିଲଦାର ମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଜେଲରୁ ଖଇନି, ବିଡି, ଲାଇଟର ଓ ବିଭିନ୍ନ ନିଶା ସାମଗ୍ରୀ ବାହାରିବା ସହିତ ୨୦ ହଜାରରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି ।