ଭାପୁର ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ଭାପୁର ଗଣଦୁଷ୍କର୍ମ ମାମଲା । ପୀଡିତାଙ୍କୁ ଭେଟିଲେ ମହିଳା କମିଶନର ଅଧ୍ୟକ୍ଷା ଡଃ ମିନତୀ ବେହେରା । ଏସପିଙ୍କୁ ଭେଟି ତଦନ୍ତ ତ୍ୱରାନ୍ୱିତ ଓ ଥଇଥାନ ପାଇଁ ଦେଲେ ନିର୍ଦେଶ । ସେପଟେ ଢେଙ୍କାନାଳ ଅସହାୟ ଯୁବତୀ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତ୍ରଗତ ଭାପୁର ଫାଣ୍ଡି ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଥିବାରୁ ରାଜ୍ୟ ମହିଳା କମିଶନ ଢେଙ୍କାନାଳ ଗସ୍ତ କରିଛନ୍ତି । କମିଶନ ପକ୍ଷରୁ ନିଜେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା, ସଦସ୍ୟ ଲ ଅଫିସରର ଅରବିନ୍ଦ ପଟ୍ଟନାୟକ ଓ ଇନ୍ସପେକ୍ଟର ସସ୍ମିତା ଦାଶ ଢେଙ୍କାନାଳ ଯାଇ ସଖି କେନ୍ଦ୍ରରେ ପୀଡିତା ଯୁବତୀ ଓ ତାର ମାନସିକ ଭାରସାମ୍ୟ ହରାଇଥିବା ବାପାକୁ ଭେଟିବା ସହିତ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଏପରିକି ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିଛନ୍ତି କମିଶନର ଅଧ୍ୟକ୍ଷା । ପରେ ଢେଙ୍କାନାଳ ଜିଲ୍ଲା କାରାଗାର ଓ ଢେଙ୍କାନାଳ ଏସପିଙ୍କୁ ସାକ୍ଷାତ କରି ଏହି ଘଟଣାର କିପରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହୋଇ ଯଥାଶୀଘ୍ର ପୀଡିତାଙ୍କୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ମିଳିବ, ମାମଲା ପରିଚାଳନା ଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ଖୁବ ଶୀଘ୍ର କରାଯାଇପାରିବ ସେ ଦିଗରେ ଢେଙ୍କାନାଳ ଏସପିଙ୍କୁ ନିର୍ଦେଶ ଦେଇଛନ୍

ଭାପୁର ଗଣଦୁଷ୍କର୍ମ ମାମଲା, ପୀଡିତାଙ୍କୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ୧୦/୦୯: ଢେଙ୍କାନାଳ ଭାପୁର ଗଣଦୁଷ୍କର୍ମ ମାମଲା । ପୀଡିତାଙ୍କୁ ଭେଟିଲେ ମହିଳା କମିଶନର ଅଧ୍ୟକ୍ଷା ଡଃ ମିନତୀ ବେହେରା । ଏସପିଙ୍କୁ ଭେଟି ତଦନ୍ତ ତ୍ୱରାନ୍ୱିତ ଓ ଥଇଥାନ ପାଇଁ ଦେଲେ ନିର୍ଦେଶ । ସେପଟେ ଢେଙ୍କାନାଳ ଅସହାୟ ଯୁବତୀ ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । 

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତ୍ରଗତ ଭାପୁର ଫାଣ୍ଡି ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡିଥିବାରୁ ରାଜ୍ୟ ମହିଳା କମିଶନ ଢେଙ୍କାନାଳ ଗସ୍ତ କରିଛନ୍ତି । କମିଶନ ପକ୍ଷରୁ ନିଜେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା, ସଦସ୍ୟ ଲ ଅଫିସରର ଅରବିନ୍ଦ ପଟ୍ଟନାୟକ ଓ ଇନ୍ସପେକ୍ଟର ସସ୍ମିତା ଦାଶ ଢେଙ୍କାନାଳ ଯାଇ ସଖି କେନ୍ଦ୍ରରେ ପୀଡିତା ଯୁବତୀ ଓ ତାର ମାନସିକ ଭାରସାମ୍ୟ ହରାଇଥିବା ବାପାକୁ ଭେଟିବା ସହିତ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । 

ଏପରିକି ଘଟଣାସ୍ଥଳ ଯାଇ ଅନୁଧ୍ୟାନ କରିଛନ୍ତି କମିଶନର ଅଧ୍ୟକ୍ଷା । ପରେ ଢେଙ୍କାନାଳ ଜିଲ୍ଲା କାରାଗାର ଓ ଢେଙ୍କାନାଳ ଏସପିଙ୍କୁ ସାକ୍ଷାତ କରି ଏହି ଘଟଣାର କିପରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହୋଇ ଯଥାଶୀଘ୍ର ପୀଡିତାଙ୍କୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ମିଳିବ, ମାମଲା ପରିଚାଳନା ଠାରୁ ଆରମ୍ଭ କରି ଥଇଥାନ ପର୍ଯ୍ୟନ୍ତ ଖୁବ ଶୀଘ୍ର କରାଯାଇପାରିବ ସେ ଦିଗରେ ଢେଙ୍କାନାଳ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । 

ଏପଟେ ସୋମବାର ରାତିରେ ଏହି ଦୁଷ୍କର୍ମ ଘଟଣାରେ ଫେରାର ଥିବା ୨ଅଭିଯୁକ୍ତଙ୍କ ମଧ୍ୟରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଭାପୁର ଫାଣ୍ଡି ମହୁଲପୁଞ୍ଜି ଗ୍ରାମର କାଠିଆ ମହାରଣା ବୋଲି ଜଣାପଡିଛି । ଫଳରେ ଏହି ଗଣଦୁଷ୍କର୍ମ ଘଟଣାରେ ଗିରଫ ସଂଖ୍ୟା ୫ରେ ପହଁଚିଥିବା ବେଳେ ଏବେ ମଧ୍ୟ ଆଉ ଜଣେ ଫେରାର ରହିଛି । 

ପୋଲିସ ତଦନ୍ତରୁ ଏହି ଘଟଣାରେ ୬ ରୁ ୭ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଜଣେ ଅଭିଯୁକ୍ତ ଗତ ଦେଢ଼ ମାସ ହେଲା ମୃତ୍ୟୁ ଘଟିଥିବା ଜଣାପଡିଛି । ଫଳରେ ଫେରାର ଅନ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ପାଇଁ ବିଭିନ୍ନ ଜାଗାରେ ଚାଢ଼ାଉ କରୁଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।