ଗାଜାରେ ଶୀଘ୍ର ଲାଗିବ ଯୁଦ୍ଧ ବିରତି; UNSCରେ ପ୍ରସ୍ତାବ ପାରିତ, ଇସ୍ରାଏଲ୍ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଇସ୍ରାଏଲ- ହମାସ ଯୁଦ୍ଧ ଉପରେ ଶୀଘ୍ର ଅସ୍ତ୍ର ବିରତ ଲାଗିବ । ଯୁଦ୍ଧରେ ବିରାମ ଲଗାଇବାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପ୍ରସ୍ତାବ ପାରିତ ହୋଇଛି । UNSCରେ ବିଲ୍ ସପକ୍ଷରେ ୧୪ଟି ଭୋଟ୍ ପଡିଥିଲା । ମାତ୍ର ଏହି ଭୋଟିଂ ପ୍ରକ୍ରିୟାରୁ ବିରତ ରହିଥିଲା ଆମେରିକା । ଯାହାକୁ ନେଇ ଇସ୍ରାଏଲ ଅସନ୍ତୋଷ ପ୍ରକାଶ କରିଛି । ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ଭିଟୋ ପାଓ୍ବାର ଥିବା ସତ୍ତ୍ବେ କାହିଁକି ବିରୋଧରେ ଭୋଟ୍ ଦେଲାନାହିଁ ବୋଲି ପ୍ରଶ୍ନ କରିଛି । ଆମେରିକା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭୋଟ୍ ବେଳେ ଅନୁପସ୍ଥିତ ରହିବାରୁ ଇସ୍ରାଏଲ୍ ସରକାର ବଡ଼ ଆକ୍ସନ ନେଇଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜ ମନ୍ତ୍ରିମଣ୍ଡଳର ଆମେରିକା ଗସ୍ତକୁ ରଦ୍ଦ କରିଛନ୍ତି । ଆମେରିକା ପୂର୍ବରୁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ ପ୍ରସ୍ତାବ ଉପରେ ଭୋଟ୍ କରିଥିଲା, ହେଲେ ଏବେ UNSC ଭୋଟିଂ ପ୍ରକ୍ରିୟାରେ  ସାମିଲ ହୋଇନାହିଁ । ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଇସ୍ରାଏଲ୍ ବନ୍ଧକଙ୍କୁ ଛାଡ଼ିବା ପାଇଁ ଯୁଦ୍ଧ ବିରାମ ପ୍ରସ୍ତାବ ପାରିତ କରିଥିଲା । ଏହି ପ୍ରସ୍ତାବ ଯେତେବେଳେ ପାସ୍ ହୋଇନଥିଲା, ସେତେବେଳେ ଏହା ଉପରେ ଋଷ୍ ଓ ଚୀନ୍ ଭୋଟ୍ କରିଥିଲେ । ମାତ୍ର ସୋମବାର ଆମେରିକା ଭୋଟିଂ ବେଳେ ଉପସ୍ଥିତ ନରହିବାରୁ ଯୁଦ୍ଧ ବିରାମ୍ ବିଲ୍ ପାସ୍ ହୋଇଯାଇଛି । ଯାହାକୁ ନେଇ ବାଇଡେନ ପ୍ରଶାସନ ଉ

ଗାଜାରେ ଶୀଘ୍ର ଲାଗିବ ଯୁଦ୍ଧ ବିରତି; UNSCରେ ପ୍ରସ୍ତାବ ପାରିତ, ଇସ୍ରାଏଲ୍ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଇସ୍ରାଏଲ- ହମାସ ଯୁଦ୍ଧ ଉପରେ ଶୀଘ୍ର ଅସ୍ତ୍ର ବିରତ ଲାଗିବ । ଯୁଦ୍ଧରେ ବିରାମ ଲଗାଇବାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପ୍ରସ୍ତାବ ପାରିତ ହୋଇଛି । UNSCରେ ବିଲ୍ ସପକ୍ଷରେ ୧୪ଟି ଭୋଟ୍ ପଡିଥିଲା । ମାତ୍ର ଏହି ଭୋଟିଂ ପ୍ରକ୍ରିୟାରୁ ବିରତ ରହିଥିଲା ଆମେରିକା । ଯାହାକୁ ନେଇ ଇସ୍ରାଏଲ ଅସନ୍ତୋଷ ପ୍ରକାଶ କରିଛି । ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ଭିଟୋ ପାଓ୍ବାର ଥିବା ସତ୍ତ୍ବେ କାହିଁକି ବିରୋଧରେ ଭୋଟ୍ ଦେଲାନାହିଁ ବୋଲି ପ୍ରଶ୍ନ କରିଛି । 

ଆମେରିକା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଭୋଟ୍ ବେଳେ ଅନୁପସ୍ଥିତ ରହିବାରୁ ଇସ୍ରାଏଲ୍ ସରକାର ବଡ଼ ଆକ୍ସନ ନେଇଛନ୍ତି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜ ମନ୍ତ୍ରିମଣ୍ଡଳର ଆମେରିକା ଗସ୍ତକୁ ରଦ୍ଦ କରିଛନ୍ତି । ଆମେରିକା ପୂର୍ବରୁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ ପ୍ରସ୍ତାବ ଉପରେ ଭୋଟ୍ କରିଥିଲା, ହେଲେ ଏବେ UNSC ଭୋଟିଂ ପ୍ରକ୍ରିୟାରେ  ସାମିଲ ହୋଇନାହିଁ । 

ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆମେରିକା ଇସ୍ରାଏଲ୍ ବନ୍ଧକଙ୍କୁ ଛାଡ଼ିବା ପାଇଁ ଯୁଦ୍ଧ ବିରାମ ପ୍ରସ୍ତାବ ପାରିତ କରିଥିଲା । ଏହି ପ୍ରସ୍ତାବ ଯେତେବେଳେ ପାସ୍ ହୋଇନଥିଲା, ସେତେବେଳେ ଏହା ଉପରେ ଋଷ୍ ଓ ଚୀନ୍ ଭୋଟ୍ କରିଥିଲେ । ମାତ୍ର ସୋମବାର ଆମେରିକା ଭୋଟିଂ ବେଳେ ଉପସ୍ଥିତ ନରହିବାରୁ ଯୁଦ୍ଧ ବିରାମ୍ ବିଲ୍ ପାସ୍ ହୋଇଯାଇଛି । ଯାହାକୁ ନେଇ ବାଇଡେନ ପ୍ରଶାସନ ଉପରେ ଅସନ୍ତୋଷ ଜାରି କରିଛି ଇସ୍ରାଏଲ୍ ।