ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ସୋସୋ ପୋଲିସ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀ କେନ୍ଦୁଝର- ଭଦ୍ରକ ସୀମାନ୍ତ ଅଞ୍ଚଳ କାନପୁରଠାରେ ଗାଡି ଯାଞ୍ଚ କରୁଥିଲେ l ସେତିକିବେଳେ ଆଗରପଡାରୁ ସୋସୋ ଥାନା ଅଞ୍ଚଳକୁ ପରିବା ବିକି ପାଇ ଯାଇଥିବା ଏକ ପିକଅପ ଭ୍ୟାନକୁ ଅଧିକରୀମାନେ ଅଟକାଇ ଯାଞ୍ଚ କରିଥିଲେ। ସେତିକିବେଳେ ଗାଡି ଡ୍ରାଇଭରଙ୍କଠାରୁ ୧ଲକ୍ଷ ଟଙ୍କା ଜବତ କରିଥିଲେ। ଏନେଇ ସୋସୋ ଥାନା ଅଧିକାରୀଙ୍କୁ ପଚାରିବାରୁ ଗାଡି ଡ୍ରାଇଭର ପରିବା ବିକି ଆଗରପଡ଼ାରୁ […] The post ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ appeared first on Dharitri Odia News.
ହାଟଡିହୀ,୧୪l୫(ଶୁଭକାନ୍ତ ନାୟକ): ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ସୋସୋ ପୋଲିସ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀ କେନ୍ଦୁଝର- ଭଦ୍ରକ ସୀମାନ୍ତ ଅଞ୍ଚଳ କାନପୁରଠାରେ ଗାଡି ଯାଞ୍ଚ କରୁଥିଲେ l ସେତିକିବେଳେ ଆଗରପଡାରୁ ସୋସୋ ଥାନା ଅଞ୍ଚଳକୁ ପରିବା ବିକି ପାଇ ଯାଇଥିବା ଏକ ପିକଅପ ଭ୍ୟାନକୁ ଅଧିକରୀମାନେ ଅଟକାଇ ଯାଞ୍ଚ କରିଥିଲେ।
ସେତିକିବେଳେ ଗାଡି ଡ୍ରାଇଭରଙ୍କଠାରୁ ୧ଲକ୍ଷ ଟଙ୍କା ଜବତ କରିଥିଲେ। ଏନେଇ ସୋସୋ ଥାନା ଅଧିକାରୀଙ୍କୁ ପଚାରିବାରୁ ଗାଡି ଡ୍ରାଇଭର ପରିବା ବିକି ଆଗରପଡ଼ାରୁ ଫେରି ସୋସୋ ଅଞ୍ଚଳ ଦେଇ ବାଲେଶ୍ୱର ଜିଲା କୁପାରୀକୁ ଯାଉଥିଲେ। କାନପୁରଠାରେ ଗାଡି ଯାଞ୍ଚ ବେଳେ ତାଙ୍କଠାରୁ ୧ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାର ତଦନ୍ତ ଚାଲିଥିବା ବେଳେ ଉକ୍ତ ଟଙ୍କା ପରିବା ବିକ୍ରି ଟଙ୍କା ବୋଲି ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି।
The post ପରିବାବାଲା ଗାଡ଼ିରୁ ଲକ୍ଷେ ଟଙ୍କା ଜବତ appeared first on Dharitri Odia News.