ମାକ୍ରମଙ୍କ ମନରେ ଏବେବି ଅଛି କି ଫାଇନାଲ ପରାସ୍ତର ଦୁଃଖ ? ନିଜେ କରିଲେ ଖୁଲାସା

ମୁମ୍ବାଇ ୨୧।୦୮ : ଆଇସିସି ଟି-୨୦ ବିଶ୍ୱକପ୍‌କୁ ବିତିଗଲାଣିରୁ ଦୁଇ ମାସରୁ ଅଧିକ ଦିନ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତର ସାମ୍ନା କରିବାକୁ ପଡିଥିଲା । ଶେଷ କିଛି ଓଭରରେ ମ୍ୟାଚ୍‌ର ରୂପ ରେଖ ବଦଳିଯାଇଥିଲା । ଆଉ ବାଜି ମାରିନେଇଥିଲେ ଭାରତୀୟ ବୋଲର । ମ୍ୟାଚ୍‌ର ୧୫ ତମ ଓଭର ପର୍ଯ୍ୟନ୍ତ ନିଜ କବ୍‌ଜାରେ ମ୍ୟାଚ୍‌କୁ ରଖିଥିବା ଦକ୍ଷିଣ ଆଫ୍ରିକା ଟିମ୍‌ ଶେଷରେ ଫାଇନାଲରେ ପରାସ୍ତର ସାମ୍ନା କରିବାକୁ ପଡିଥିଲା । ଏହି ପରାସ୍ତରେ ଭାଙ୍ଗି ପଡିଥିଲେ ଅଧିନାୟକ ଆଡମ ମାକ୍ରମ । ଯାହାର ଦୁଃଖ କଣ ଏବେ ଯାଇନି ? ଯାହାକୁ ନେଇ ବୟାନ ଦେଇଛନ୍ତି ନିଜେ ମାକ୍ରମ । ପ୍ରେସ୍‌ କନ୍‌ଫରେନ୍ସରେ ଆଡମ ମାକ୍ରମଙ୍କୁ ଟି-୨୦ ବିଶ୍ୱକପ୍‌ର ପରାଜୟ ନେଇ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ଦେଇ ସେ କହିଥିଲେ କି, ଫାଇନାଲ୍‌ ମ୍ୟାଚ୍‌ରେ ପରାସ୍ତରେ ମୁଁ ଭାଙ୍ଗିପଡିଥିଲି । ତାହା ଆମ ପାଇଁ ବହୁତ କଠିନ ସମୟ ଥିଲା । ଆମେ ସମସ୍ତେ ସେହି ସମୟରୁ ବାହାରିବାକୁ ଉଦ୍ୟମ କରୁଥିଲେ । ସେଥିପାଇଁ ମୁଁ କିଛି ଦିନ ଛୁଟିରେ ରହିଥିଲି । ଏପିରିକି କ୍ରିକେଟ୍‌ ଠାରୁ ମଧ୍ୟ ଦୂରେଇ ଯାଇଥିଲା । ଯଦି ଆମେ କ୍ରିକେଟ୍‌ ଠାରୁ ଦୂରେଇ ରହିବା , ତେବେ ଯାଇ ଆମେ ସେହି କଠିନ ପରିସ୍ଥିତିରୁ ବାହାରି ପାରିବା । ଏଥିପାଇଁ ମୁଁ ଛୁଟିରେ ରହି ନିଜକୁ ରିଫ୍ରେଶ୍‌ କରିଥିଲି । ଆଉ ଏବେ ମୁଁ ଠିକ୍‌ ଅଛି । ଆଗାମୀ ଭବିଷ୍ୟତ ଏବଂ କ୍ରିକେଟ୍ ନେଇ ଆମେ ଆଗକୁ ବଢୁଛୁ । ସୂଚନା

ମାକ୍ରମଙ୍କ ମନରେ ଏବେବି ଅଛି କି ଫାଇନାଲ ପରାସ୍ତର ଦୁଃଖ ? ନିଜେ କରିଲେ ଖୁଲାସା

ମୁମ୍ବାଇ ୨୧।୦୮ : ଆଇସିସି ଟି-୨୦ ବିଶ୍ୱକପ୍‌କୁ ବିତିଗଲାଣିରୁ ଦୁଇ ମାସରୁ ଅଧିକ ଦିନ । ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତର ସାମ୍ନା କରିବାକୁ ପଡିଥିଲା । ଶେଷ କିଛି ଓଭରରେ ମ୍ୟାଚ୍‌ର ରୂପ ରେଖ ବଦଳିଯାଇଥିଲା । ଆଉ ବାଜି ମାରିନେଇଥିଲେ ଭାରତୀୟ ବୋଲର । ମ୍ୟାଚ୍‌ର ୧୫ ତମ ଓଭର ପର୍ଯ୍ୟନ୍ତ ନିଜ କବ୍‌ଜାରେ ମ୍ୟାଚ୍‌କୁ ରଖିଥିବା ଦକ୍ଷିଣ ଆଫ୍ରିକା ଟିମ୍‌ ଶେଷରେ ଫାଇନାଲରେ ପରାସ୍ତର ସାମ୍ନା କରିବାକୁ ପଡିଥିଲା । ଏହି ପରାସ୍ତରେ ଭାଙ୍ଗି ପଡିଥିଲେ ଅଧିନାୟକ ଆଡମ ମାକ୍ରମ । ଯାହାର ଦୁଃଖ କଣ ଏବେ ଯାଇନି ? ଯାହାକୁ ନେଇ ବୟାନ ଦେଇଛନ୍ତି ନିଜେ ମାକ୍ରମ । 

ପ୍ରେସ୍‌ କନ୍‌ଫରେନ୍ସରେ ଆଡମ ମାକ୍ରମଙ୍କୁ ଟି-୨୦ ବିଶ୍ୱକପ୍‌ର ପରାଜୟ ନେଇ ପ୍ରଶ୍ନ ପଚରା ଯାଇଥିଲା । ଯାହାର ଉତ୍ତର ଦେଇ ସେ କହିଥିଲେ କି, ଫାଇନାଲ୍‌ ମ୍ୟାଚ୍‌ରେ ପରାସ୍ତରେ ମୁଁ ଭାଙ୍ଗିପଡିଥିଲି । ତାହା ଆମ ପାଇଁ ବହୁତ କଠିନ ସମୟ ଥିଲା । ଆମେ ସମସ୍ତେ ସେହି ସମୟରୁ ବାହାରିବାକୁ ଉଦ୍ୟମ କରୁଥିଲେ । ସେଥିପାଇଁ ମୁଁ କିଛି ଦିନ ଛୁଟିରେ ରହିଥିଲି । ଏପିରିକି କ୍ରିକେଟ୍‌ ଠାରୁ ମଧ୍ୟ ଦୂରେଇ ଯାଇଥିଲା । ଯଦି ଆମେ କ୍ରିକେଟ୍‌ ଠାରୁ ଦୂରେଇ ରହିବା , ତେବେ ଯାଇ ଆମେ ସେହି କଠିନ ପରିସ୍ଥିତିରୁ ବାହାରି ପାରିବା । ଏଥିପାଇଁ ମୁଁ ଛୁଟିରେ ରହି ନିଜକୁ ରିଫ୍ରେଶ୍‌ କରିଥିଲି । ଆଉ ଏବେ ମୁଁ ଠିକ୍‌ ଅଛି । ଆଗାମୀ ଭବିଷ୍ୟତ ଏବଂ କ୍ରିକେଟ୍ ନେଇ ଆମେ ଆଗକୁ ବଢୁଛୁ । 

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ବ୍ୟାଟିଂ କରି ଭାରତ ୧୭୬ ରନ୍‌ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ମୋଟ ୨୦ ଓଭର ଖେଳି ୧୯୬ ରନ୍‌ କରିବାର ସକ୍ଷମ ହୋଇଥିଲା । ଶେଷରେ ଭାରତ ଏହି ମ୍ୟାଚ୍‌କୁ ୭ରନ୍‌ରେ ବିଜୟୀ ହୋଇଥିଲା । ଆଉ ଦୀର୍ଘ ୧୧ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିଥିଲା ଟିମ୍‌ ଇଣ୍ଡିଆ ।