ଭୁଲରେ ଆଜରବାଇଜାନ ବିମାନ ଉପରେ ହୋଇଥିଲା ଆକ୍ରମଣ, ନିଜ ଦୋଷ ସ୍ୱୀକାର କଲା ରୁଷ, ୩୮ ଯାତ୍ରୀଙ୍କ ଯାଇଥିଲା ଜୀବନ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ଘଟଣାରେ ଆଜରବାଇଜାନ୍ ରାଷ୍ଟ୍ରପତି ଇହ୍ଲାମ ଅଲିୟେବଙ୍କୁ କ୍ଷମା ମାଗିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁଧବାର କାଜାଖସ୍ତାନର ଏକ୍ଟାଉ ସହର ନିକଟରେ ବିମାନ ଦୁର୍ଘଟଣା ଘଟିଥିଲା । ବିମାନ ଦକ୍ଷିଣ ରୁଷରୁ ନିଜ ଦିଗ ପରିବର୍ତ୍ତନ କରି ଯିବା ବେଳେ ହାଠତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୁଷକୁ ୟୁକ୍ରେନ ଡ୍ରୋନ୍ ଆକ୍ରମଣର ସୂଚନା ମିଳିଥିଲା ଏବଂ ଭୁଲରେ ଯାତ୍ରାବାହୀ ବିମାନକୁ ରୁଷ ପ୍ରତିରକ୍ଷା ପ୍ରଣାଳୀ ଟାର୍ଗେଟ୍ କରିଥିଲା । ଏହି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୯ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ । କ୍ରେମଲିନ୍ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ ପୁଟିନ ଏହି ଦୁଃଖଦ ଘଟଣାରେ କ୍ଷମା ମାଗିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ ପାଇଁ କାମ କରିଛନ୍ତି । ବୟାନରେ ଆହୁରି କୁହାଯାଇଛି ଯେ ଦୁର୍ଘଟଣା ସମୟରେ ବିମାନ ଗ୍ରୋଜନୀ ବିମାନ ବନ୍ଦରରେ ଅବତରଣ ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସେହି ସମୟରେ ଗ୍ରୋଜନୀ, ମୋଜଡୋକ୍ ଏବଂ ଭ୍ଲାଦିକାଭକାଜ ୟୁକ୍ରେନ ଡ୍ରୋନ୍ ଆକ୍ରମଣର ସାମନା କରୁଥିଲା । ଏହି ସମୟରେ ରୁଷ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକ୍ରମଣ ରୋକିବାକୁ ପାଇଁ ଉଦ୍ୟମ କରୁଥିଲା ।ଉଲ୍ଲେଖଯୋଗ୍ୟ ଯେ ଏହି ବିମାନ ଦୁର୍ଘଟଣା ବୁଧବାର ହୋଇଥିଲା । ବମାନ ସଂଖ୍ୟା ଜେ-୮୨୪୩ ଦକ୍ଷିଣ ରୁଷରୁ ଦିଗ ପରିବର୍ତ୍ତନ କରି କ

ଭୁଲରେ ଆଜରବାଇଜାନ ବିମାନ ଉପରେ ହୋଇଥିଲା ଆକ୍ରମଣ, ନିଜ ଦୋଷ ସ୍ୱୀକାର କଲା ରୁଷ, ୩୮ ଯାତ୍ରୀଙ୍କ ଯାଇଥିଲା ଜୀବନ

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣା ଘଟଣାରେ ଆଜରବାଇଜାନ୍ ରାଷ୍ଟ୍ରପତି ଇହ୍ଲାମ ଅଲିୟେବଙ୍କୁ କ୍ଷମା ମାଗିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବୁଧବାର କାଜାଖସ୍ତାନର ଏକ୍ଟାଉ ସହର ନିକଟରେ ବିମାନ ଦୁର୍ଘଟଣା ଘଟିଥିଲା । ବିମାନ ଦକ୍ଷିଣ ରୁଷରୁ ନିଜ ଦିଗ ପରିବର୍ତ୍ତନ କରି ଯିବା ବେଳେ ହାଠତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୁଷକୁ ୟୁକ୍ରେନ ଡ୍ରୋନ୍ ଆକ୍ରମଣର ସୂଚନା ମିଳିଥିଲା ଏବଂ ଭୁଲରେ ଯାତ୍ରାବାହୀ ବିମାନକୁ ରୁଷ ପ୍ରତିରକ୍ଷା ପ୍ରଣାଳୀ ଟାର୍ଗେଟ୍ କରିଥିଲା । ଏହି ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨୯ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ । 

କ୍ରେମଲିନ୍ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ ପୁଟିନ ଏହି ଦୁଃଖଦ ଘଟଣାରେ କ୍ଷମା ମାଗିବା ସହ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ ପାଇଁ କାମ କରିଛନ୍ତି । ବୟାନରେ ଆହୁରି କୁହାଯାଇଛି ଯେ ଦୁର୍ଘଟଣା ସମୟରେ ବିମାନ ଗ୍ରୋଜନୀ ବିମାନ ବନ୍ଦରରେ ଅବତରଣ ପାଇଁ ଉଦ୍ୟମ କରିଥିଲା । କିନ୍ତୁ ସେହି ସମୟରେ ଗ୍ରୋଜନୀ, ମୋଜଡୋକ୍ ଏବଂ ଭ୍ଲାଦିକାଭକାଜ ୟୁକ୍ରେନ ଡ୍ରୋନ୍ ଆକ୍ରମଣର ସାମନା କରୁଥିଲା । ଏହି ସମୟରେ ରୁଷ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆକ୍ରମଣ ରୋକିବାକୁ ପାଇଁ ଉଦ୍ୟମ କରୁଥିଲା ।

ଉଲ୍ଲେଖଯୋଗ୍ୟ ଯେ ଏହି ବିମାନ ଦୁର୍ଘଟଣା ବୁଧବାର ହୋଇଥିଲା । ବମାନ ସଂଖ୍ୟା ଜେ-୮୨୪୩ ଦକ୍ଷିଣ ରୁଷରୁ ଦିଗ ପରିବର୍ତ୍ତନ କରି କାଜାଖସ୍ତାନର ଏକ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣା ପରେ ଅନେକ ଏୟାରଲାଇନ ରୁଷର ବିଭିନ୍ନ ସହର ପାଇଁ ଉଡାଣକୁ ସସପେଣ୍ଡ କରିଛନ୍ତି । ପୂର୍ବରୁ ବି ଅନେକ ବିଶେଷଜ୍ଞ ଏବଂ ଆମେରିକା ଏହି ଦୁର୍ଘଟଣା ପଛରେ ରୁଷର ହାତ ଥିବା ଦାବି କରିଥିଲେ । ତେବେ ମସ୍କୋ ଏହି ଦାବି ଉପରେ ଟିପ୍ପଣୀ କରିବାକୁ ମନା କରିଦେଇଥିଲା ।