ଟ୍ରମ୍ପ୍ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି
ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଯୋଗଦେବେ। ଅମ୍ବାନୀ ଦମ୍ପତି ଶନିବାର ଓ୍ବାଶିଂଟନରେ ପହଞ୍ଚିଥିବାବେଳେ ଗତ ସନ୍ଧ୍ୟାରେ ଟ୍ରମ୍ପ୍ଙ୍କ ‘କ୍ୟାଣ୍ଡେଲ୍ିଟ୍ ଡିନର’ରେ ଯୋଗଦେବାକୁ ମନୋନୀତ ହୋଇଥିବା ଘନିଷ୍ଠ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଉକ୍ତ ନୈଶ୍ୟଭୋଜିରେ ନିର୍ବାଚିତ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ […] The post ଟ୍ରମ୍ପ୍ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି appeared first on Dharitri Odia News.
ଓ୍ବାଶିଂଟନ,୧୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶପଥଗ୍ରହଣ ଉତ୍ସବରେ ଆମେରିକାର ପ୍ରଭାବଶାଳୀ ବିଲିୟନେୟାର ଏବଂ ରାଜନେତା ତଥା ବିଦେଶୀ ନେତା ଓ ସେଲିବ୍ରିଟିମାନଙ୍କ ସହ ଭାରତର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଯୋଗଦେବେ।
ଅମ୍ବାନୀ ଦମ୍ପତି ଶନିବାର ଓ୍ବାଶିଂଟନରେ ପହଞ୍ଚିଥିବାବେଳେ ଗତ ସନ୍ଧ୍ୟାରେ ଟ୍ରମ୍ପ୍ଙ୍କ ‘କ୍ୟାଣ୍ଡେଲ୍ିଟ୍ ଡିନର’ରେ ଯୋଗଦେବାକୁ ମନୋନୀତ ହୋଇଥିବା ଘନିଷ୍ଠ ୧୦୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ଉକ୍ତ ନୈଶ୍ୟଭୋଜିରେ ନିର୍ବାଚିତ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ସ୍ତ୍ରୀ ଉଷା ଭାନ୍ସ ଯୋଗଦେଇଥିବା ବେଳେ ଅମ୍ବାନୀ ଦମ୍ପତି ସମ୍ଭବତଃ ଏକମାତ୍ର ଭାରତୀୟ ଥିଲେ। ଟ୍ରମ୍ପ୍ ପରିବାରର ବ୍ୟକ୍ତିଗତ ନିମନ୍ତ୍ରିତ ଅତିଥି ଭାବେ ସେମାନେ ସୋମବାର ଶପଥ ଉତ୍ସବରେ ଯୋଗଦେବେ।
ଟ୍ରମ୍ପ୍ ପରିବାର ସହ ଅମ୍ବାନୀଙ୍କର ଘନିଷ୍ଠ ସମ୍ପର୍କ ରହିଛି। ଟ୍ରମ୍ପ୍ଙ୍କ ଝିଅ ଇଭାଙ୍କା ୨୦୧୭ରେ ଗ୍ଲୋବାଲ ଇଣ୍ଟରପ୍ରିନ୍ୟୁଅରଶିପ୍ ସମିଟ୍ରେ ଯୋଗଦେବାକୁ ହାଇଦ୍ରାବାଦ ଆସିଥିବାବେଳେ ଅମ୍ବାନୀ ଉପସ୍ଥିତ ଥିଲେ। ୨୦୨୦ ଫେବୃଆରୀରେ ଟ୍ରମ୍ପ୍ ଭାରତ ଗସ୍ତରେ ଆସିଥିବାବେଳେ ଅମ୍ବାନୀ ତାଙ୍କ ସହ ରହିଥିଲେ। ଗତବର୍ଷ ମାର୍ଚ୍ଚରେ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ପ୍ରାକ୍ ବିବାହ ଉତ୍ସବରେ ଇଭାଙ୍କା, ତାଙ୍କ ସ୍ବାମୀ ଜାରେଡ୍ କୁଶ୍ନେର ଏବଂ ସେମାନଙ୍କ ବଡ଼ଝିଅ ଆରାବେଲ୍ଲା ରୋଜ୍ ଯୋଗ ଦେଇଥିଲେ।
The post ଟ୍ରମ୍ପ୍ଙ୍କ ଶପଥ ଉତ୍ସବରେ ଯୋଗଦେବେ ଅମ୍ବାନୀ ଦମ୍ପତି appeared first on Dharitri Odia News.