ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ

କଟକ, ୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୀତିରେ ନୂଆ ପରୀକ୍ଷଣ ହେଉଛି। ଏଭଳି ଘଟଣା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକ ଟିକେଟ ପାଇଁ ଆଶାୟୀ ରହିଥିବାବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସୋମବାର ଦେବାଶିଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜନ୍ମଦିନ ଭେଟି […] The post ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ appeared first on Dharitri Odia News.

ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ

କଟକ, ୧୩ା୨(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୀତିରେ ନୂଆ ପରୀକ୍ଷଣ ହେଉଛି। ଏଭଳି ଘଟଣା ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି। ପୂର୍ବତନ ବିଧାୟକ ତଥା ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଆଗାମୀ ନିର୍ବାଚନ ନିମନ୍ତେ ବିଧାୟକ ଟିକେଟ ପାଇଁ ଆଶାୟୀ ରହିଥିବାବେଳେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ସୋମବାର ଦେବାଶିଷଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜନ୍ମଦିନ ଭେଟି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ଏବେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାଏଙ୍କ ଟିକେଟ ସୁନିଶ୍ଚିତ ହେବା ନେଇ କଟକରେ ଆଲୋଚନା ଜୋର୍‌ ଧରିଛି। ଅରିନ୍ଦମ କିଛିମାସ ହେବ ଚା’ ଖଟି ଓ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ନିକଟତର ହେଉଥିବା ନଜରକୁ ଆସିଛି। ତେବେ ଏପରି ପରିବର୍ତ୍ତନ କଟକ ରାଜନୀତିକୁ ବେଶ୍‌ ସରଗରମ କରିଛି। ଏ ସମ୍ପର୍କରେ ଅରିନ୍ଦମ କହିଛନ୍ତି, ପ୍ରଥମେ ଦେବାଶିଷଙ୍କୁ ଅନେକ ଶୁଭେଚ୍ଛା ଜଣାଇବି। ବହୁତ ଖୁସି ଅନୁଭବ ହେଉଛି ଯେ ତାଙ୍କୁ ରାଜ୍ୟ ସଭା ପାଇଁ ଚୟନ କରାଯାଇଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ପ୍ରଥମରୁ ମୁଁ ଆଶାୟୀ ରହିଛି। ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢିବି। ଏଥିପାଇଁ ପ୍ରସ୍ତୁତ ଅଛି। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।

The post ଟିକେଟକୁ ନେଇ ଚର୍ଚ୍ଚାରେ ଅରିନ୍ଦମ appeared first on Dharitri Odia News.