ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍ ଷ୍ଟାର୍ଟଅପ୍ର ଭାଗ୍ୟ
ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍ମେଟିକ୍ସ ଓ୍ବିଜ୍ ବାଇଜୁ ରବୀନ୍ଦ୍ରନ୍ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍ ଅନ୍ଲାଇନ କୋଚିଂ ଫାର୍ମର ଭବିଷ୍ୟତ ଅଦାଲତଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏକଦା ଭାରତର ସର୍ବବୃହତ୍ ଷ୍ଟାର୍ଟଅପ୍ର ପରିଚୟ ଲାଭ କରିଥିବା ବାଇଜୁସ୍ କୋଚିଂ ଫାର୍ମରେ ବିଦେଶୀ ନିବେଶକମାନେ ପୁଞ୍ଜିନିବେଶ କରିବାକୁ ଖୁବ୍ ଆଗ୍ରହୀ ଥିଲେ। ୨୨ ବିଲିୟନ […] The post ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍ ଷ୍ଟାର୍ଟଅପ୍ର ଭାଗ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୭:ଶିକ୍ଷକରୁ ବିଲିୟନେୟାର ଷ୍ଟାର୍ଟଅପ୍ର ମାଲିକ ହୋଇଥିବା ଭାରତୀୟ ମ୍ୟାଥ୍ମେଟିକ୍ସ ଓ୍ବିଜ୍ ବାଇଜୁ ରବୀନ୍ଦ୍ରନ୍ଙ୍କ ଶିକ୍ଷା-ପ୍ରଯୁକ୍ତି କମ୍ପାନୀ ଚଳିତବର୍ଷ ଭୁଶୁଡ଼ି ପଡ଼ିଛି। ଫଳରେ ବାଇଜୁ ସବୁଠୁ ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ନାମରେ ପରିଚିତ ହୋଇଥିବା ବାଇଜୁସ୍ ଅନ୍ଲାଇନ କୋଚିଂ ଫାର୍ମର ଭବିଷ୍ୟତ ଅଦାଲତଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି। ଏକଦା ଭାରତର ସର୍ବବୃହତ୍ ଷ୍ଟାର୍ଟଅପ୍ର ପରିଚୟ ଲାଭ କରିଥିବା ବାଇଜୁସ୍ କୋଚିଂ ଫାର୍ମରେ ବିଦେଶୀ ନିବେଶକମାନେ ପୁଞ୍ଜିନିବେଶ କରିବାକୁ ଖୁବ୍ ଆଗ୍ରହୀ ଥିଲେ। ୨୨ ବିଲିୟନ ଡଲାର ଷ୍ଟାର୍ଟଅପ୍ରେ ପରିଣତ ହୋଇଥିବା ଉକ୍ତ କୋଚିଂ ସଂସ୍ଥା ଏବେ ୨ ବିଲିୟନ ଡଲାରକୁ ଖସିଆସିଛି। ଏକ ଟ୍ରିବ୍ୟୁନାଲ ଏହା ବିରୋଧରେ ଇନ୍ସଲ୍ଭେନ୍ସି ପ୍ରକ୍ରିୟା ଆରମ୍ଭ କରିବା ଫଳରେ ୬୬ ବର୍ଷୀୟ ବାଇଜୁ କମ୍ପାନୀ ଉପରୁ ନିୟନ୍ତ୍ରଣ ହରାଇଛନ୍ତି।
ଭାରତୀୟ କ୍ରିକେଟ ଫେଡେରେଶନକୁ ୧୯ ନିୟୁତ ଡଲାର ସ୍ପୋନ୍ସରଶିପ୍ ଦେୟ ପୈଠ କରି ନ ପାରିବାରୁ ଟ୍ରିବ୍ୟୁନାଲ ଏହାର ବୋର୍ଡକୁ ନିଲମ୍ବିତ କରିବା ସହ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ କମିଟିକୁ ରିପୋର୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଇନ୍ସଲ୍ଭେନ୍ସି ପ୍ରକ୍ରିୟା ରଦ୍ଦ ହେବ କି ନାହିଁ ଏହା ଉପରେ ଟ୍ରିବ୍ୟୁନାଲ ଖୁବ୍ଶୀଘ୍ର ନିଷ୍ପତ୍ତି ନେବ। କମ୍ପାନୀ ନିଜକୁ ଟିକସ ପ୍ରଦାନକ୍ଷମ ବୋଲି ଯୁକ୍ତି ବାଢ଼ିଛି। ଇନ୍ସଲ୍ଭେନ୍ସି ଏହାକୁ ତଳିତଳାନ୍ତ କରିଦେବା ସହ ଶିକ୍ଷକଙ୍କ ସମେତ ୨୭,୦୦୦ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି କମ୍ପାନୀ ଦର୍ଶାଇଛି।
ସୂଚନାଯୋଗ୍ୟ, ବାଇଜୁସ୍ କମ୍ପାନୀ ଋଣ ପରିଶୋଧ କରୁ ନ ଥିବା ଏବଂ ବିଦେଶୀ ନିବେଶକଙ୍କ ସହ ବିବାଦ ଘଟଣା ପଦାକୁ ଆସିବା ପରେ ଏହା ମକଦ୍ଦମାର ସମ୍ମୁଖୀନ ହୋଇଥିଲା। ତେବେ କମ୍ପାନୀ ପକ୍ଷରୁ କୌଣସି ଭୁଲ୍ କରାଯାଇ ନ ଥିବା ଏବଂ ପରିଚାଳନାଗତ ତ୍ରୁଟି ନ ଥିବା ରବୀନ୍ଦ୍ରନ କହିଛନ୍ତି। କମ୍ପାନୀରେ ବିଶ୍ୱାସର ଅଭାବ ଥିଲା ବୋଲି ଗତବର୍ଷ ବାଇଜୁସ୍ ଛାଡ଼ିଥିବା ଜଣେ ବରିଷ୍ଠ ଉପାଧ୍ୟକ୍ଷ କହିଛନ୍ତି। ରବୀନ୍ଦ୍ରନ ୨୦୧୧ରେ କୋଚିଂ ସେଣ୍ଟର ଆରମ୍ଭ କରିଥିଲେ। ପରେ ଏହା ଅନ୍ଲାଇନ୍ କୋଚିଂ ଫାର୍ମରେ ପରିଣତ ହୋଇ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିଲା।
The post ଅଦାଲତଙ୍କ ନିଷ୍ପତ୍ତି ଉପରେ ଝୁଲୁଛି ବାଇଜୁସ୍ ଷ୍ଟାର୍ଟଅପ୍ର ଭାଗ୍ୟ appeared first on Dharitri Odia News.