ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ୪ ଥର ଡାକ୍ତରମାନଙ୍କୁ ବୈଠକ ପାଇଁ ଡାକିଥିଲେ ମଧ୍ୟ ଆଲୋଚନା ହୋଇପାରି ନ ଥିଲା। ସୋମବାର ପଞ୍ଚମ ଥର ପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ପୋଲିସ ସୁରକ୍ଷା […] The post ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର appeared first on Dharitri Odia News.

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ୪ ଥର ଡାକ୍ତରମାନଙ୍କୁ ବୈଠକ ପାଇଁ ଡାକିଥିଲେ ମଧ୍ୟ ଆଲୋଚନା ହୋଇପାରି ନ ଥିଲା। ସୋମବାର ପଞ୍ଚମ ଥର ପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଯାଇଥିଲା। ପୋଲିସ ସୁରକ୍ଷା ମଧ୍ୟରେ ପ୍ରାୟ ୩୦ ଜଣ ଡାକ୍ତର ସନ୍ଧ୍ୟା ୬ଟା ୨୦ରେ ମମତାଙ୍କ କାଳୀଘାଟସ୍ଥିତ ବାସଭବନରେ ପହଞ୍ଚତ୍ଥିଲେ।

ବୈଠକ ପୂର୍ବରୁ ମମତା ଏକ ନ୍ୟୁଜ୍‌ ଚ୍ୟାନେଲ ଜରିଆରେ ଡାକ୍ତରମାନଙ୍କୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କରିନେବା ପାଇଁ ନିବେଦନ କରିଥିଲେ। ଆଲୋଚନା ମାଧ୍ୟମରେ ପ୍ରତ୍ୟେକ ପ୍ରସଙ୍ଗର ସମାଧାନ ହୋଇପାରିବ। ମଙ୍ଗଳବାର ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ସମାଧାନ ସୂତ୍ର ବାହାରିପାରିବ ବୋଲି ସରକାର ଆଶାବାଦୀ ଥିବା ମମତା କହିଥିଲେ।

The post ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର appeared first on Dharitri Odia News.