‘ଇସ୍ତଫା ଦେବାକୁ ପ୍ରସ୍ତୁତ’, ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ

କୋଲକାତା,୧୨।୯: ଲଗାତାର ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ଆଲୋଚନା କରିବାକୁ ନ ଆସିବା ପରେ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଲୋକଙ୍କ ସ୍ୱାର୍ଥରେ, ତଥା ନ୍ୟାୟ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ।’ ଏକ ବିବୃତ୍ତିରେ ମମତା ବାନାର୍ଜୀ କହିଛନ୍ତି ଯେ କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବାକୁ ତାଙ୍କ […] The post ‘ଇସ୍ତଫା ଦେବାକୁ ପ୍ରସ୍ତୁତ’, ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ appeared first on Dharitri Odia News.

‘ଇସ୍ତଫା ଦେବାକୁ ପ୍ରସ୍ତୁତ’, ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ

କୋଲକାତା,୧୨।୯: ଲଗାତାର ଦ୍ୱିତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସହିତ ଆଲୋଚନା କରିବାକୁ ନ ଆସିବା ପରେ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଲୋକଙ୍କ ସ୍ୱାର୍ଥରେ, ତଥା ନ୍ୟାୟ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ।’

ଏକ ବିବୃତ୍ତିରେ ମମତା ବାନାର୍ଜୀ କହିଛନ୍ତି ଯେ କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।

ତେବେ ଅଧିକ କିଛି ନ କହି ମମତା ଡାକ୍ତରମାନଙ୍କ ଏହି ଆନ୍ଦୋଳନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବାମପନ୍ଥୀ ସମର୍ଥିତ ବୋଲି ଇଙ୍ଗିତ କରିଛନ୍ତି।

ସେ କହିଛନ୍ତି, “ମୁଁ ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ଇସଫାତ ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ସେମାନେ ନ୍ୟାୟ ଚାହୁଁ ନାହାଁନ୍ତି। ସେମାନେ କେବଳ ମୋର ଚେୟାର ଚାହୁଁଛନ୍ତି।”

ଲଗାତାର ତୃତୀୟ ଦିନ ପାଇଁ ଆନ୍ଦୋଳନରତ ଡାକ୍ତର ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରି ନାହିଁ। ତେବେ ଡାକ୍ତରଙ୍କୁ ଭେଟିବା ପାଇଁ ସେ ରାଜ୍ୟ ସଚିବାଳୟରେ ଦୁଇ ଘଣ୍ଟା ଅପେକ୍ଷା କରିଥିବା ମମତା ବାନାର୍ଜୀ ଦାବି କରିଛନ୍ତି, କିନ୍ତୁ ଡାକ୍ତରମାନଙ୍କର କୌଣସି ପ୍ରତିକ୍ରିୟା ମିଳି ନଥିଲା।

ଏହି ପ୍ରସଙ୍ଗରେ ମମତା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ”ଆଲୋଚନା ସମୟର ଭିଡିଓ ରେକର୍ଡ କରିବାକୁ ପ୍ରସ୍ତୁତ କିନ୍ତୁ ଏହି ମାମଲା ବିଚାରାଧୀନ ରହିଥିବାରୁ କିଛି ସୀମା ଭିତରେ ରହି କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି। ତେବେ ରେକର୍ଡ଼ିଂ କରିବାକୁ ଆମର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି ଏବଂ ଆମେ ଆଲୋଚନା ସମୟର ଭିଡିଓକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଦେବାକୁ ପ୍ରସ୍ତୁତ।”

The post ‘ଇସ୍ତଫା ଦେବାକୁ ପ୍ରସ୍ତୁତ’, ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ମମତାଙ୍କ ବଡ଼ ବୟାନ appeared first on Dharitri Odia News.