ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା। ଫଳରେ ଟ୍ରକ ଚାପାରେ ଘରେ ଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ଉତ୍ତେନା ପରିସ୍ଥତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପଟେ ଗାଡ଼ିଗୁଡିକ ଅଟକି ରଖି ଟ୍ରାଫିକ […] The post ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ appeared first on Dharitri Odia News.

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା। ଫଳରେ ଟ୍ରକ ଚାପାରେ ଘରେ ଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏନେଇ ଘଟଣାସ୍ଥଳରେ ଉତ୍ତେନା ପରିସ୍ଥତି ସୃଷ୍ଟି ହୋଇଥିଲା।

ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପଟେ ଗାଡ଼ିଗୁଡିକ ଅଟକି ରଖି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। ଏନେଇ ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ appeared first on Dharitri Odia News.