ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ପ୍ରବଳ ଭିଡ଼

ପୁରୀ,୨୯।୬: କିଛି ସମୟ ପରେ ଶ୍ରୀଜିଉ ଆଡ଼ପ ମଣ୍ଡପ ବିଜେ କରିବେ। ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ଶ୍ରୀଜିଉ। ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀସୁଦର୍ଶନ। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଆଡ଼ପ ମଣ୍ଡପ ବିଜେ କରିବେ। ପରେ ଦେବୀ ମା’ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପ ବିଜେ କରିବେ। ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼ ଲାଗିରହିଛି। ସୂଚନା ଯୋଗ୍ୟ, ରବିବାର ସକାଳୁ ସକାଳୁ ପୁରୀରେ ଏକ ବଡ଼ […] The post ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ପ୍ରବଳ ଭିଡ଼ appeared first on Dharitri Odia News.

ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ପ୍ରବଳ ଭିଡ଼

ପୁରୀ,୨୯।୬: କିଛି ସମୟ ପରେ ଶ୍ରୀଜିଉ ଆଡ଼ପ ମଣ୍ଡପ ବିଜେ କରିବେ। ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ଶ୍ରୀଜିଉ। ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀସୁଦର୍ଶନ। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଆଡ଼ପ ମଣ୍ଡପ ବିଜେ କରିବେ।
ପରେ ଦେବୀ ମା’ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପ ବିଜେ କରିବେ। ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ଶ୍ରଦ୍ଧାଳଙ୍କ ପ୍ରବଳ ଭିଡ଼ ଲାଗିରହିଛି।

ସୂଚନା ଯୋଗ୍ୟ, ରବିବାର ସକାଳୁ ସକାଳୁ ପୁରୀରେ ଏକ ବଡ଼ ଅଘଟଣ ଘଟିଛି କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ଶରଧାବାଲିରେ ୩ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ପୁରୀ ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି। ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି ସେ କହିଛନ୍ତି।

ଯେଉଁ ଭକ୍ତମାନଙ୍କ ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଘୋଷଣା କରିଛନ୍ତି।

The post ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ପ୍ରବଳ ଭିଡ଼ appeared first on Dharitri Odia News.