ନୂଆବର୍ଷକୁ ଜୋରଦାର୍ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼
ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ କାଟିଙ୍ଗିଆ, ସରାମୁଳି, ଦାସିଙ୍ଗବାଡି, ଭ୍ରମରବାଡି, ଶିକରମାହା, ପର୍ତ୍ତମାହା ଆଦି ୨୫ ପଞ୍ଚାୟତ ଅଞ୍ଚଳରେ ରହିଥିବା ଚର୍ଚ୍ଚ, ପ୍ରାର୍ଥନା ଗୃହରେ ଏହି ଦିବସ ପାଳନ କରାଯାଉଛି। ଏଥିପାଇଁ କେକ କଟା ସହ ସାମୁହିକ ପ୍ରାର୍ଥନା, ବାଇବଲ ପଠନ କରାଯାଇଛି। ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ପରିବାରର ଉନ୍ନତି, ସୁସ୍ଥ ରହିବା ପାଇଁ ଯୀଶୁଖ୍ରୀଷ୍ଟଙ୍କୁ […] The post ନୂଆବର୍ଷକୁ ଜୋରଦାର୍ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼ appeared first on Dharitri Odia News.
ଦାରିଙ୍ଗବାଡି, ୧।୧ (ଅରୁଣ ସାହୁ): ଇଂରାଜୀ ନୂତନ ବର୍ଷ ବୁଧବାର ବଡ଼ ଧୁମଧାମରେ ପାଳନ କରାଯାଉଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡି, ସିମନବାଡି, ବ୍ରାହ୍ମଣୀଗାଁ, ତାଜୁଙ୍ଗିଆ କାଟିଙ୍ଗିଆ, ସରାମୁଳି, ଦାସିଙ୍ଗବାଡି, ଭ୍ରମରବାଡି, ଶିକରମାହା, ପର୍ତ୍ତମାହା ଆଦି ୨୫ ପଞ୍ଚାୟତ ଅଞ୍ଚଳରେ ରହିଥିବା ଚର୍ଚ୍ଚ, ପ୍ରାର୍ଥନା ଗୃହରେ ଏହି ଦିବସ ପାଳନ କରାଯାଉଛି। ଏଥିପାଇଁ କେକ କଟା ସହ ସାମୁହିକ ପ୍ରାର୍ଥନା, ବାଇବଲ ପଠନ କରାଯାଇଛି। ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ପରିବାରର ଉନ୍ନତି, ସୁସ୍ଥ ରହିବା ପାଇଁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରାର୍ଥନା କରି ଚଳିତ ବର୍ଷ କିଭଳି ସୁଖଶାନ୍ତିରେ କଟିବ ସେନେଇ ପ୍ରାର୍ଥନା କରିଥିଲେ।
ସେହିପରି ନୂତନ ବର୍ଷକୁ ସମସ୍ତ ଜାତିଧର୍ମର ଲୋକମାନେ ମଧ୍ୟ ପାଳନ କରିବା ସହ ହିନ୍ଦୁ ଧର୍ମାଲମ୍ବୀମାନେ ବିଭିନ୍ନ ମନ୍ଦିର ଏବଂ ମଠକୁ ଯାଇ ନୂତନ ୨୦୨୫ ବର୍ଷଟି କିଭଳି ସୁଖ, ଶାନ୍ତି ଓ ପରିବାରର ସ୍ବାସ୍ଥ୍ୟ ଆର୍ଥିକ ସ୍ଥିତିରେ ସୁଦୃଢ଼ ହେବ ସେନେଇ ପୂଜାର୍ଚ୍ଚନା କରୁଛନ୍ତି। ଦାରିଙ୍ଗବାଡି ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ସମେତ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର, ବ୍ରାହ୍ମଣୀଗାଁରେ ଶିବ ମନ୍ଦିର ସିମନବାଡି ର ଜଗନ୍ନାଥ, ପାଟ୍ଟଖଣ୍ଡା, ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସେହିପରି ଅଞ୍ଚଳବାସୀ ଓ ପର୍ଯ୍ୟଟକମାନେ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ବଣଭୋଜି କରି ପରିବାର, ସାଙ୍ଗସାଥିଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ପରସ୍ପରଙ୍କୁ ନୂତନ ବର୍ଷର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରୁଥିବା ଦେଖାଯାଇଛି।
The post ନୂଆବର୍ଷକୁ ଜୋରଦାର୍ ସ୍ବାଗତ: ମନ୍ଦିର-ଚର୍ଚ୍ଚରେ ପ୍ରବଳ ଭିଡ଼ appeared first on Dharitri Odia News.