ଆତ୍ମସୁରକ୍ଷା କୌଶଳ ଶିଖିଲେ ଛାତ୍ରୀ
ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଅଧ୍ୟକ୍ଷା ଡ.ସ୍ବାଗତିକା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଦିଗପହଣ୍ଡି ବିଡ଼ିଓ ସୁଶ୍ରୀ ଅନାମିକା ପାଣ୍ଡେ ମୁଖ୍ୟ ଅତିଥି ଏବଂ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ମହିଳା କଲେଜର ଅଧ୍ୟାପିକା ଡ.ସୁଜାତା […] The post ଆତ୍ମସୁରକ୍ଷା କୌଶଳ ଶିଖିଲେ ଛାତ୍ରୀ appeared first on Dharitri Odia News.
ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଅଧ୍ୟକ୍ଷା ଡ.ସ୍ବାଗତିକା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଦିଗପହଣ୍ଡି ବିଡ଼ିଓ ସୁଶ୍ରୀ ଅନାମିକା ପାଣ୍ଡେ ମୁଖ୍ୟ ଅତିଥି ଏବଂ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ମହିଳା କଲେଜର ଅଧ୍ୟାପିକା ଡ.ସୁଜାତା କୁମାରୀ ପାତ୍ର, ସୌଦାମିନୀ ବେହେରା, ବରିଷ୍ଠ କର୍ମଚାରୀ ସଞ୍ଜୁ ଗୌଡ ଏବଂ ଗ୍ରନ୍ଥାଗାରିକ କାଳୀଚରଣ ପ୍ରଧାନ ଅନ୍ୟତମ ଅତିଥି ଭାବେ ମଞ୍ଚାସୀନ ଥିଲେ।ସମାଜରେ ମହିଳା ମାନଙ୍କ ପ୍ରତି କ୍ରମବର୍ଦ୍ଧିଷ୍ଣୁ ଅତ୍ୟାଚାରକୁ ରୋକିବା ଏବଂ ଉଚ୍ଛୃଙ୍ଖଳ ଯୁବକ ମାନଙ୍କଠାରୁ ନିଜର ସୁରକ୍ଷା କରିବା ଦିଗରେ ଏହି ଶିବିରର ନିହାତି ଆବଶ୍ୟକ ଥିବା ଅତିଥିବୃନ୍ଦ ପ୍ରକାଶ କରିଥିଲେ। ପରେ କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ସସ୍ମିତା ପଟ୍ଟନାୟକଙ୍କ ସଂଯୋଜନାରେ ସମସ୍ତ ଶିବିରାର୍ଥୀ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।
The post ଆତ୍ମସୁରକ୍ଷା କୌଶଳ ଶିଖିଲେ ଛାତ୍ରୀ appeared first on Dharitri Odia News.