ବିନା ପଞ୍ଜୀକରଣରେ ଚାଲୁଥିବା ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

କଟକ: ଚିକିତ୍ସା ଅବହେଳାରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଆନା ଅନ୍ତର୍ଗତ ବାବଲପୁରର କିଶୋର ଚନ୍ଦ୍ର ଦାଶଙ୍କ ଚାଣକ୍ୟ ହସପିଟାଲରେ ମୃତ୍ୟୁ ଅଭିଯୋଗରେ ରୁଜୁ ମାମଲାକୁ ଜାତୀୟ ମାନବାଧିକାର କମିସନ(ଏନଏଚଆରସି) ଗୁରୁତ୍ଵର ସହ ଗ୍ରହଣ କରିଛନ୍ତି । ବେଆଇନ ଭାବେ ଚାଲୁଥିବା ଏହି ସଂସ୍ଥାଗୁଡିକ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ହେଉନାହିଁ, ଯାହା ଫଳରେ ରୋଗୀ ଓ ସେଠାରେ କାମ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ସେମାନଙ୍କର ମୌଳିକ ଅଧକାର କ୍ଷୁର୍ଣ୍ଣ ହୋଇଛି । […]

ବିନା ପଞ୍ଜୀକରଣରେ ଚାଲୁଥିବା ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
NHRC

କଟକ: ଚିକିତ୍ସା ଅବହେଳାରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଆନା ଅନ୍ତର୍ଗତ ବାବଲପୁରର କିଶୋର ଚନ୍ଦ୍ର ଦାଶଙ୍କ ଚାଣକ୍ୟ ହସପିଟାଲରେ ମୃତ୍ୟୁ ଅଭିଯୋଗରେ ରୁଜୁ ମାମଲାକୁ ଜାତୀୟ ମାନବାଧିକାର କମିସନ(ଏନଏଚଆରସି) ଗୁରୁତ୍ଵର ସହ ଗ୍ରହଣ କରିଛନ୍ତି । ବେଆଇନ ଭାବେ ଚାଲୁଥିବା ଏହି ସଂସ୍ଥାଗୁଡିକ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ହେଉନାହିଁ, ଯାହା ଫଳରେ ରୋଗୀ ଓ ସେଠାରେ କାମ କରୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ସେମାନଙ୍କର ମୌଳିକ ଅଧକାର କ୍ଷୁର୍ଣ୍ଣ ହୋଇଛି । ସ୍ବାସ୍ଥ୍ୟ ବିଭାଗ କେବଳ ଟିଠି ଲେଖୁ ବସିନଯାଇ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ କମିସନ କହିଛନ୍ତି । ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ଅଖଣ୍ଡଙ୍କ ପକ୍ଷରୁ ରୁକୁ ଆବେଦନର ଶୁଣାଣି କରି କମିସନ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ ଏନଏଚଆରସିଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ବିଭାଗ ଏକ କମିଟି ଗଠନ କରି ଏହାର ଅନୁସନ୍ଧାନ କରିଥିଲା। ତେବେ ଏହି କମିଟି ଚିକିତ୍ସାରେ ଅବହେଳା ହୋଇନଥିବା ମତ ଦେଇଥିବା ବେଳେ ଏହି ହସ୍ପିଟାଲର ରେଜିଷ୍ଟ୍ରେସନ ଅବଧୂ ୨୦୧୫ରୁ ଶେଷ ହୋଇଯାଇଥିବା ଓ ଏହାର ଫାୟାର ସାର୍ଟିଫିକେଟ୍ ନଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ । ଏଣୁ ଏହାକୁ ନେଇ କମିସନ କ୍ଷୋଭ ପ୍ରକାଶ କରିଛନ୍ତି । ଚାଣକ୍ୟ ହସ୍ପିଟାଲରେ କୌଣସି ରୋଗୀଙ୍କୁ ଆଡମିଶନ ନ କରିବା ସ‌ହିତ ଯଦି କୌଣସି ରୋଗୀ ଥାନ୍ତି, ସେମାନଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରି ଏହି ହସ୍ପିଟାଲକୁ ତୁରନ୍ତ ବନ୍ଦ କରିବାକୁ କମିସନ ନିର୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାରେ ଯେପରି କୌଣସି ରୋଗୀ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥ‌ିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେହିପରି ରାଜ୍ୟ ସ୍ଵାସ୍ଥ୍ୟ ସଚିବଙ୍କୁ ଏହି ହସପିଟାଲର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶଥାଉକି, ପୀଡିତଙ୍କର ଗତ ୯.୦୭.୨୦୨୧ରୁ ୧୪.୦୭.୨୦୨୧ ପର୍ଯ୍ୟନ୍ତ ସେଠାରେ ଚିକିତ୍ସା ଚାଲିଥିଲା । ପ୍ରଥମ ଟେଷ୍ଟରେ କୋଭିଡ ନଥୁବା ଜଣାପଡିଥିବା ବେଳେ ଦୁଇଦିନ ପରେ ତାଙ୍କୁ କୋଭିଡ ହୋଇଛି ବୋଲି ଡାକ୍ତରମାନେ ଛୁଇଁ ନଥୁଲେ। ପରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏଠାରେ ପ୍ରକାଶଯୋଗ୍ୟ ଯେ ରାଜ୍ୟରେ ଏବେ ଅନେକ ହସ୍ପିଟାଲ୍ ଓ କ୍ଲିନିକ୍ ର ରେଜିଷ୍ଟ୍ରେସନ ଅବଧୂ ସମାପ୍ତ ହୋଇଯାଇଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସେମାନଙ୍କ ନିକଟରେ ଆବଶ୍ୟକ ଫାୟାର ସାର୍ଟିଫିକେଟ୍ ମଧ୍ୟ ନାହିଁ। ତୁରନ୍ତ ଏସବୁ ସଂସ୍ଥା ବିରୋଧରେ କାର୍ୟାନୁଷ୍ଠାନ ନେବା ପାଇଁ ଆବେଦନକାରୀ ଦାବି କରିଛନ୍ତି।