ରାହୁଲଙ୍କ ଭଣଜା ରେହନା ଭଦ୍ରା ରାଜନୀତିରେ କରିବେ କି ଏଣ୍ଟ୍ରି, ମିଳିଲା ସଙ୍କେତ!
ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାହୁଲ ‘୧୦ ଜନପଥ’ରେ ଥିବା ତାଙ୍କ ବାସଭବନରେ ରଙ୍ଗ ମାରିବା ସହ ପୁଟ୍ଟି ମାରୁଥିବାର ଦେଖାଯାଇଛନ୍ତି। ଏହି ସମୟରେ ସେ ତାଙ୍କ ସହ କାମ କରୁଥିବା ଶ୍ରମିକଙ୍କ ସହ କଥା ହେଉଥିବାର ନଜର ଆସିଥିଲେ। ବିଶେଷ କଥା ହେଉଛି ଏହି ଭିଡିଓରେ ରାହୁଲଙ୍କ ଭଣଜା ରେହନା ଭଦ୍ରା ମଧ୍ୟ ନଜର ଆସିଥିଲେ। ତେବେ […] The post ରାହୁଲଙ୍କ ଭଣଜା ରେହନା ଭଦ୍ରା ରାଜନୀତିରେ କରିବେ କି ଏଣ୍ଟ୍ରି, ମିଳିଲା ସଙ୍କେତ! appeared first on Dharitri Odia News.
ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ରାହୁଲ ‘୧୦ ଜନପଥ’ରେ ଥିବା ତାଙ୍କ ବାସଭବନରେ ରଙ୍ଗ ମାରିବା ସହ ପୁଟ୍ଟି ମାରୁଥିବାର ଦେଖାଯାଇଛନ୍ତି। ଏହି ସମୟରେ ସେ ତାଙ୍କ ସହ କାମ କରୁଥିବା ଶ୍ରମିକଙ୍କ ସହ କଥା ହେଉଥିବାର ନଜର ଆସିଥିଲେ। ବିଶେଷ କଥା ହେଉଛି ଏହି ଭିଡିଓରେ ରାହୁଲଙ୍କ ଭଣଜା ରେହନା ଭଦ୍ରା ମଧ୍ୟ ନଜର ଆସିଥିଲେ।
ତେବେ ଏହି ଭିଡିଓ ଅପଲୋଡ ପରେ ଏବେ ଜାତୀୟ ରାଜନୀତି ସରଗରମ ହୋଇ ଉଠୁଛି। ରାଜନୈତିକ ବିଶେଷଜ୍ଞ ଅନୁମାନ କରୁଛନ୍ତି କି, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ଖୁବଶୀଘ୍ର ରାଜନୀତିରେ ଏଣ୍ଟ୍ରି ମାରିପାରନ୍ତି। ଆହୁରି କଂଗ୍ରେସର ସମର୍ଥକ ଓ ବିରୋଧୀ ଦଳର ସଦସ୍ୟ ନେହେରୁ-ଗାନ୍ଧୀ ପରବାରର ଆଗାମୀ ପିଢି ସଦସ୍ୟଙ୍କ ସଫ୍ଟ ଲଞ୍ଚିଙ୍ଗ ଭାବରେ ଦେଖୁଛନ୍ତି। ତେବେ ଏହି ଭିଡିଓ ଏହି ସମୟରେ ଲୋକଲୋଚନକୁ ଆସିଛି ଯେତେବେଳେ ରେହନାଙ୍କ ମାଆ ପ୍ରିୟଙ୍କା ଭଦ୍ରା ନିର୍ବାଚନୀ ମଇଦାନକୁ ନିକଟରେ ଓହ୍ଲାଇଛନ୍ତି। ରାହୁଲଙ୍କ ଦ୍ୱାରା ଓ୍ବାୟନାଡ ଛାଡିବା ପରେ ପ୍ରିୟଙ୍କା ଲୋକ ସଭା ଉପ ନିର୍ବାଚନ ପାଇଁ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ରେହନା ଭଦ୍ରାଙ୍କ ବିଷୟରେ କହିଲେ, ୨୪ବର୍ଷିୟ ରେହନା ଭିଜୁଆଲ ଆର୍ଟିଷ୍ଟ ଓ କ୍ୟୁରେଟର ଅଟନ୍ତି। ତାଙ୍କ ଓ୍ବେବସାଇଟରେ ବନ୍ୟଜୀବୀ ଓ ସଡକ ଠାରୁ ଆରମ୍ଭ କରି ବ୍ୟବସାୟିକ ଫଟୋଗ୍ରାଫି ମଧ୍ୟ ସାମିଲ୍ ଅଛି।
The post ରାହୁଲଙ୍କ ଭଣଜା ରେହନା ଭଦ୍ରା ରାଜନୀତିରେ କରିବେ କି ଏଣ୍ଟ୍ରି, ମିଳିଲା ସଙ୍କେତ! appeared first on Dharitri Odia News.