ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନୂତନ ଯୋଜନା ସୁଭଦ୍ରା ଏବଂ ପିଏମ୍‌ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ସଚେତନ କର୍ମଶାଳା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିବା ପରେ ଅନେକ କଳ୍ପନା ମଧ୍ୟରେ ମିଶନଶକ୍ତିର ମହିଳାମାନେ ରହିଥିବା ବେଳେ ଏହି ଯୋଜନାରେ କିଭଳି ସଠିକ୍‌ ହିତାଧିକାରୀ ସଫଳତାର ସହ ଫାଇଦା ନେଇପାରିବେ ସେନେଇ ବିଡିଓ ଏହି କର୍ମଶାଳାରେ ଉପସ୍ଥିତ ମିଶନଶକ୍ତିର ମହିଳାଙ୍କ ସମେତ ମୋ’ ସେବା […] The post ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନୂତନ ଯୋଜନା ସୁଭଦ୍ରା ଏବଂ ପିଏମ୍‌ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ସଚେତନ କର୍ମଶାଳା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିବା ପରେ ଅନେକ କଳ୍ପନା ମଧ୍ୟରେ ମିଶନଶକ୍ତିର ମହିଳାମାନେ ରହିଥିବା ବେଳେ ଏହି ଯୋଜନାରେ କିଭଳି ସଠିକ୍‌ ହିତାଧିକାରୀ ସଫଳତାର ସହ ଫାଇଦା ନେଇପାରିବେ ସେନେଇ ବିଡିଓ ଏହି କର୍ମଶାଳାରେ ଉପସ୍ଥିତ ମିଶନଶକ୍ତିର ମହିଳାଙ୍କ ସମେତ ମୋ’ ସେବା କେନ୍ଦ୍ରର କାର୍ଯ୍ୟକର୍ତ୍ତା, ପଞ୍ଚାୟତ ଅଧିକାରୀ, ମହିଳା ଓ ଶିଶୁ ବିକାଶ ଯୋଜନାର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଯୋଜନାଟି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏହା ଆବେଦନ ପାଇଁ ଦେୟମୁକ୍ତ ବୋଲି କୁହାଯିବା ସହ ଯେଉଁ ମାନଦଣ୍ଡକୁ ସରକାର ସ୍ଥିର କରିଛନ୍ତି, ସେମାନେ ହିଁ ଉପଭୋକ୍ତା ହୋଇପାରିବେ ବୋଲି କୁହାଯାଇଥିଲା। ଏହି ଯୋଜନାରେ କେବଳ ଓଡ଼ିଶା ରାଜ୍ୟର ବାସିନ୍ଦା ହୋଇଥିବା ବେଳେ ଆସନ୍ତା ଜୁଲାଇ ସୁଦ୍ଧା ୨୧ ବର୍ଷ ହୋଇଥିବା ମହିଳା ଏହା ଆବେଦନ କରିପାରିବେ ଏହାର ବୟସସୀମା ୨୧ରୁ ୬୦ ବର୍ଷ  ରହିଥିବା କୁହାଯାଇଥିଲା। ବର୍ଷକୁ ୧୦ ହଜାର ୨ଟି କିସ୍ତିରେ ମିଳିବ ବୋଲି କୁହାଯିବା ସହ ଯାହା ଗାଇଡ୍‌ଲାଇନ ରହିଛି ଏବଂ ଆବେଦନ ପାଇଁ ରହିଥିବା ତଥ୍ୟ ନିର୍ଭୁଲ ଭାବେ ପ୍ରଦାନ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ଯେଉଁମାନେ ଭୁଲ୍‌ ତଥ୍ୟ ପ୍ରଦାନ କରିବା ଲୋକ ବା ମହିଳା ଏବଂ ଯେଉଁ ଠାରେ ଏହା ଆବେଦନ କରୁଥିବେ ମୋ’ ସେବାକେନ୍ଦ୍ର ଓ କିଓସ୍କୋ ଗୁଡ଼ିକରେ ଚଞ୍ଚକତା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ମହିଳାଙ୍କଠାରୁ ଏହି ଯୋଜନାରେ କେହି ଉତ୍କଚ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶରତ ଶବର, ବିଡିଓ ଗଦାଧର ପାତ୍ର ଉପସ୍ଥିତଙ୍କୁ କହିଥିଲେ।

ସେହିପରି ପିଏମ୍‌ ବିଶ୍ୱକର୍ମା ଯୋଜନାରେ ମଧ୍ୟ ହିତାଧିକାରୀମାନେ କିଭଳି ସଠିକ୍‌ ହିତାଧିକାରୀ ସରକାରଙ୍କ ଯୋଜନାର ଫାଇଦା ନେଇପାରିବେ ସେନେଇ ତାଲିମ ଦିଆଯାଇଥିବା ବିଡିଓ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ଓଡ଼ିଶା ଜୀବିକା ମିଶନର ବିପିଏମ୍‌ ପିଣ୍ଟୁ ନାୟକ ପ୍ରମୁଖ ମଞ୍ଚାସୀନ ରହି ତାଲିମ ପ୍ରଦାନ କରିଥିଲେ।

The post ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.