କେଜ୍ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ୟା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଏବେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିଛି। ସିବିଆଇ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପରେ କେଜ୍ରିୱାଲଙ୍କ କୋର୍ଟରୁ ନ୍ୟାୟିକ ହେପାଜତ ମାଗିଥିଲା। କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି। ବୁଧବାର ସକାଳେ ସିବିଆଇ ଦ୍ୱାରା […] The post କେଜ୍ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ୟା ଗୋଟିଏ ପରେ ଗୋଟିଏ ବଢିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇଛନ୍ତି। ଏବେ ବର୍ତ୍ତମାନ ସିବିଆଇ ତାଙ୍କୁ ଗିରଫ କରିଛି। ସିବିଆଇ ରାଉସ ଆଭେନ୍ୟୁ କୋର୍ଟରେ ହାଜର ହେବା ପରେ କେଜ୍ରିୱାଲଙ୍କ କୋର୍ଟରୁ ନ୍ୟାୟିକ ହେପାଜତ ମାଗିଥିଲା। କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଛନ୍ତି।
ବୁଧବାର ସକାଳେ ସିବିଆଇ ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବା ଉପରେ ତାଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ କହିଛନ୍ତି, ଏହା ଏକ ଆଇନ ନୁହେଁ। ଏହା ଏକଛତ୍ରବାଦୀ ଶାସନ ଏବଂ ଜରୁରିକାଳୀନ ପରିସ୍ଥିତି। କେଜ୍ରିୱାଲଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଦାବି କରିଛି।
ସୋସିଆଲ ମିଡିଆ ପୋଷ୍ଟରେ ସୁନୀତା କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ ୨୦ରେ ଜାମିନ ମିଳିଥିଲା। ସଙ୍ଗେ ସଙ୍ଗେ ଇଡି ଏହା ଉପରେ ଷ୍ଟେ ଲଗାଇଥିଲେ। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା ଏବଂ ଆଜି ତାଙ୍କୁ ଗିରଫ କରିଛି। ସମଗ୍ର ସିଷ୍ଟମ ଚେଷ୍ଟା କରୁଛି ସେହି ବ୍ୟକ୍ତିଙ୍କୁ ବାହାରକୁ ନ ଆସିବା ପାଇଁ। ଏହା ଆଇନ୍ ନୁହେଁ, ଏକଛତ୍ରବାଦୀ ଶାସନ। ଏହା ଜରୁରିକାଳୀନ ପରିସ୍ଥିତି।
ତିହାର ଜେଲରୁ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ସିବିଆଇ ତାଙ୍କୁ ଗିରଫ କରିବାକୁ ଅନୁମତି ମାଗିଥିଲା। ଏକ୍ସାଇଜ ପଲିସି ମାମଲାରେ କେଜ୍ରିୱାଲ ଜେଲରେ ଅଛନ୍ତି। ଇଡି ଏହି ଘଟଣାର ଅନୁସନ୍ଧାନ କରୁଛି।
ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଛି ଯେ ସିଏମଙ୍କୁ ପଚରାଉଚରା କରିବାର ଆବଶ୍ୟକତା ରହିଛି। ଏହି ମାମଲାରେ ପ୍ରମାଣ ଏବଂ ଅନ୍ୟ ଅଭିଯୁକ୍ତଙ୍କ ସହ କେଜ୍ରିଓ୍ବାଲ୍ଙ୍କ ମୁହାଁମୁହିଁ ହେବାର ଆବଶ୍ୟକତା ରହିଛି ବୋଲି ଅନୁସନ୍ଧାନକାରୀ ସଂସ୍ଥା କହିଛି।
The post କେଜ୍ରିଓ୍ବାଲଙ୍କୁ ପୁଣି ବଡ଼ ଝଟ୍କା: ୩ ଦିନ ପାଇଁ ସିବିଆଇ ହେପାଜତକୁ ଗଲେ appeared first on Dharitri Odia News.