ହାତ ଛାଡିଲେ ବଲାଙ୍ଗିରର ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ
ବଲାଙ୍ଗିର : କଂଗ୍ରେସ ଦଳ ଛାଡିଲେ ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇଙ୍କ ପରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ସହ ସମ୍ପର୍କ ଛିନ୍ନ କରିବା ସହ ସମସ୍ତ […]

ବଲାଙ୍ଗିର : କଂଗ୍ରେସ ଦଳ ଛାଡିଲେ ଆଉ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇଙ୍କ ପରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ସହ ସମ୍ପର୍କ ଛିନ୍ନ କରିବା ସହ ସମସ୍ତ
ପଦ ପଦବୀରୁ ଇସ୍ତଫା ଘୋଷଣା କରିଛନ୍ତି। ତେବେ କଂଗ୍ରେସ ତାର ବିଚାରଧାରାରୁ ଦୂରେଇ ଯାଉଥିବାରୁ ଆଜି ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି ଯଜ୍ଞେଶ୍ୱର ।
ସୂଚନାଯୋଗ୍ୟ, ଯଜ୍ଞେଶ୍ୱର ବାବୁ ସେଣ୍ଟ୍ରାଲ ପ୍ଲାନିଂ ଇମ୍ପ୍ଲିମେଣ୍ଟେସନ କମିଟିର ଅଧ୍ୟକ୍ଷ ସହ PEC , PAC ଓ ମେନିଫେସ୍କୋ କମିଟିର ସଦସ୍ୟ ରହିଥିଲେ । ଏଥିଲାଗି ତାଙ୍କ ସ୍ପେଶିମେନ୍ ଦଳୀୟ କାର୍ଯ୍ୟାଳୟରେ ଥିବା ସହ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ତେବେ ଆଜି ଦଳରୁ ସମସ୍ତ ପଦ ପଦବୀରୁ ଇସ୍ତଫା ଦେବା ପରେ ଆଉ ସ୍ପେଶିମେନ୍ ବ୍ୟବହାର ନ କରିବାକୁ ସେ ଅନୁରୋଧ କରିଛନ୍ତି ।
ତେବେ ଦଳ ଛାଡ଼ିବା ପଛର ଉଦ୍ଦେଶ୍ୟ ବଖାଣିବା ସହ ଏବେ ରାଜନୈତିକ ଦଳରୁ ମୁକ୍ତ ହୋଇଥିବା କହିଛନ୍ତି । ଏବେ କେବଳ ବିଜୟାନନ୍ଦ ଚିନି କଳ ଉପରେ ଧ୍ୟାନ ରହିବ ବୋଲି ସେ କହିଛନ୍ତି । ଦୀର୍ଘ ବର୍ଷରୁ ଅଚଳ ହୋଇ ପଡ଼ିଥିବା ଚିନି କଳ ପୁଣି କେମିତି କାର୍ଯ୍ୟକ୍ଷମ ହେବ ସେନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଯଜ୍ଞେଶ୍ୱର ବାବୁ ସୂଚନା ଦେଇଛନ୍ତି ।