ଆଖିରେ ଲୁହ…ଶୁଖିଲା ମୁହଁ…. ୟୁଜଭେନ୍ଦ୍ର ଚହଲ ପ୍ରକୃତ ପ୍ରେମ ଉପରୁ ବିଶ୍ୱାସ ହରାଇଛନ୍ତି….
ମୁମ୍ବାଇ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଲାଗିଥିବା ତିକ୍ତତା ପାଇଁ ଚହଲଙ୍କ ମନ ଠିକ୍ ନାହିଁ। ପୂର୍ବରୁ ଉଭୟ ଚହଲ ଏବଂ ଧନଶ୍ରୀ ଏହି ସଙ୍କେତ ଦେଇ ସାରିଥିବା ବେଳେ ଏବେ ଚହଲଙ୍କ ଇନଷ୍ଟାଗ୍ରାମ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆଉ ୟୁଜଭେନ୍ଦ୍ର ଚହଲ ପ୍ରକୃତ ପ୍ରେମ ଉପରୁ ବିଶ୍ୱାସ ହରାଇଛନ୍ତି। ମଙ୍ଗଳବାର ୟୁଜବେନ୍ଦ୍ର […]

ମୁମ୍ବାଇ : ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ୟୁଜଭେନ୍ଦ୍ର ଚହଲ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ଲାଗିଥିବା ତିକ୍ତତା ପାଇଁ ଚହଲଙ୍କ ମନ ଠିକ୍ ନାହିଁ। ପୂର୍ବରୁ ଉଭୟ ଚହଲ ଏବଂ ଧନଶ୍ରୀ ଏହି ସଙ୍କେତ ଦେଇ ସାରିଥିବା ବେଳେ ଏବେ ଚହଲଙ୍କ ଇନଷ୍ଟାଗ୍ରାମ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଆଉ ୟୁଜଭେନ୍ଦ୍ର ଚହଲ ପ୍ରକୃତ ପ୍ରେମ ଉପରୁ ବିଶ୍ୱାସ ହରାଇଛନ୍ତି। ମଙ୍ଗଳବାର ୟୁଜବେନ୍ଦ୍ର ଚହଲ ଇନଷ୍ଟାଗ୍ରାମରେ ୪ଟି ଫଟୋ ପୋଷ୍ଟ କରିଛନ୍ତି ଏବଂ ସେ ବହୁତ ଭାବପ୍ରବଣ ଦେଖାଯାଉଛନ୍ତି।
ଚହଲ ଏବେ ପ୍ରେମ ଉପରୁ ସମ୍ପୂର୍ଣ୍ଣ ବିଶ୍ୱାସ ହରାଇ ସାରିଛନ୍ତି। ସେ ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖିଛନ୍ତି, “Real love is rare. Hi, my name is ‘Rare’। ଏହାର ଅର୍ଥ ହେଉଛି ପ୍ରକୃତ ପ୍ରେମ ବିରଳ ଏବଂ ମୁଁ ନିଜେ ବିରଳ। ଏହା ସହିତ, ଗୋଟିଏ ପଟେ ଚହଲ ତାଙ୍କର ପ୍ରକୃତ ପ୍ରେମକୁ ପ୍ରମାଣିତ କରୁଛନ୍ତି ଏବଂ ଅନ୍ୟପଟେ ସେ ସୂଚାଉଛନ୍ତି ଯେ ପ୍ରକୃତ ପ୍ରେମ ପାଇବା କଷ୍ଟକର। ସେୟାର କରାଯାଇଥିବା ଚାରୋଟି ଫଟୋରେ ଚହଲ ମିଛି ମିଛିକା ଭାବେ ହସୁଥିବାର ଦେଖାଯାଉଛି। ଆଉ ଫଟୋ ଗୁଡିକ ଅତି ନିଟରୁ ଉଠାଯାଇଥିବା କାରଣରୁ, ଚହଲଙ୍କ ଆଖିରେ ଲୁହ ସ୍ପଷ୍ଟ ଭାବରେ ଦେଖାଯାଉଛି।
ସୂଚନାଯୋଗ୍ୟ କିଛି ସମୟ ଧରି ଏହି ଦମ୍ପତିଙ୍କ ଅଲଗା ହେବାର ଖବର ଆସୁଛି। ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। କେବଳ ଏତିକି ନୁହେଁ, ଚହଲ ଇନଷ୍ଟାଗ୍ରାମରୁ ଧନଶ୍ରୀଙ୍କ ସହ ଫଟୋ ମଧ୍ୟ ହଟାଇ ଦେଇଛନ୍ତି। ଛାଡପତ୍ର ଖବର ମଧ୍ୟରେ ଚହଲ ପୂର୍ବରୁ ଏକ ପୋଷ୍ଟ ସେୟାର କରିଥିଲେ, ଯାହା ବହୁତ ଭାଇରାଲ ହୋଇଥିଲା। ଏଥିରେ ସେ ଲେଖିଥିଲେ- ମୁଁ ଜଣେ ଖେଳାଳି ହୋଇଥିବାରୁ ଗର୍ବିତ, ମୁଁ ଜଣେ ପୁଅ, ଭାଇ ଏବଂ ବନ୍ଧୁ ମଧ୍ୟ।
୨୦୨୦ ମସିହାରେ ବିବାହ କରିଥିଲେ
ଚହଲ ଏବଂ ଧନଶ୍ରୀ ୨୦୨୦ ମସିହାରେ ବିବାହ କରିଥିଲେ। ବିବାହ ପୂର୍ବରୁ ସେମାନେ କିଛି ଦିନ ପାଇଁ ପରସ୍ପରକୁ ଡେଟ୍ କରିଥିଲେ। ଦୁହେଁ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିବା ପରେ ସମ୍ପର୍କରେ ତିକ୍ତତାର କଥା ଆରମ୍ଭ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା କିଛି ଦିନ ପୂର୍ବରୁ ଅଲଗା ହୋଇଯାଇଥିଲେ। ଏବେ ଚହଲଙ୍କୁ ନେଇ ସସପେନ୍ସ ଜାରି ରହିଛି।