ରେଷ୍ଟୁରାଣ୍ଟରେ ୨ ବର୍ଷର ଶିଶୁକୁ ଆପଲ ଜୁସ୍ ଜାଗାରେ ପରସିଦିଆଗଲା ମଦ, ତା ପରେ..
ସେଲିନାସ: କାଲିଫର୍ଣ୍ଣିୟା ସେଲିନାସର ଏକ ଜାପାନୀ ରେଷ୍ଟୁରାଣ୍ଟ ‘ଫୁଜିୟାମା’ରେ ଶିଶୁକୁ ଭୁଲରେ ଆଲକୋହଲ ପରସା ଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁର ପରିବାର ଜାପାନୀ ହୋଟେଲକୁ ଡିନର ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଫଳରେ ଶିଶୁକୁ ଜରୁରିକାଳୀନ ରୁମକୁ ଯିବାକୁ ପଡିଥିଲା। ଏଣୁ କୌଣସି ଦାମୀ ରେଷ୍ଟୁରାଣ୍ଟକୁ ପରିବାର ସହ ଖାଇବାକୁ ଯାଇଥିଲେ ଏଥି ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ହୋଲିଷ୍ଟରର ଏହି ପରିବାର ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ପରିବାର୨ ବର୍ଷର ଝିଅ ସହ କାଲିଫର୍ଣ୍ଣିୟା ସେଲିନାସର ଜାପାନୀ ରେଷ୍ଟୁରାଣ୍ଟ ‘ଫୁଜିୟାମା’କୁ ଏକ ବଡ ଡିନର ପାର୍ଟିରେ ଯାଇଥିଲେ। ପିଲାର ମାତା ପିତା ପିଲା ପାଇଁ ଆପଲ ଜୁସ୍ ମଗାଇଥିଲେ। ତେବେ ଏହି ଜୁସ୍ ପିଇବା ପରେ ପିଲା ଯେତେବେଳେ ଟଳମଳ ହେଲା ଅଭିଭାବକ ଜାଣିବାକୁ ପାଇଲେ ତାକୁ ଆପଲ ଜୁସ୍ ବଦଳେ ମଦ ପରସି ଦିଆଯାଇଛି। ପେୟକୁ ଢାଙ୍କୁଣୀ ଥିବା ସାଧାରଣ ଜୁସ୍ କପରେ ପରସା ଯାଇଥିଲା। ଏହାକୁ ପିଇବା ପରେ ପିଲାଠାରେ ଅଭିଭାବକ ନିଶାର ଲକ୍ଷଣ ଦେଖିବାକୁ ପାଇଥିଲେ। ଏଣୁ ଅଭିଭାବକ ବିଚଳିତ ହୋଇପଡିଥିଲେ।ପେୟର ଗନ୍ଧ ବାରିବା ପରେ ଅଭିଭାବକ ସେମାନଙ୍କ ପିଲାକୁ ଭୁଲରେ ମଦ ଦେଇ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲେ ବୋଲି ପିଲାର ମା ନୋଏମୀ ଭାଲେନସିଆ ଗଣମାଧ୍ୟମକୁ କହିଛନ୍ତି। ପରେ ପିଲାର ରକ୍ତ ପରୀକ୍ଷଣ କରାଯିବାରେ ତା ରକ୍ତରେ ୦.୧୨ ପ୍ରତିଶତ ଆଲକୋହଲ ଥିବା ଜଣାପଡିଥିଲ
ସେଲିନାସ: କାଲିଫର୍ଣ୍ଣିୟା ସେଲିନାସର ଏକ ଜାପାନୀ ରେଷ୍ଟୁରାଣ୍ଟ ‘ଫୁଜିୟାମା’ରେ ଶିଶୁକୁ ଭୁଲରେ ଆଲକୋହଲ ପରସା ଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିଶୁର ପରିବାର ଜାପାନୀ ହୋଟେଲକୁ ଡିନର ପାଇଁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଫଳରେ ଶିଶୁକୁ ଜରୁରିକାଳୀନ ରୁମକୁ ଯିବାକୁ ପଡିଥିଲା। ଏଣୁ କୌଣସି ଦାମୀ ରେଷ୍ଟୁରାଣ୍ଟକୁ ପରିବାର ସହ ଖାଇବାକୁ ଯାଇଥିଲେ ଏଥି ପ୍ରତି ସତର୍କତା ଅବଲମ୍ବନ କରିବା ପାଇଁ ହୋଲିଷ୍ଟରର ଏହି ପରିବାର ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି।
ପରିବାର୨ ବର୍ଷର ଝିଅ ସହ କାଲିଫର୍ଣ୍ଣିୟା ସେଲିନାସର ଜାପାନୀ ରେଷ୍ଟୁରାଣ୍ଟ ‘ଫୁଜିୟାମା’କୁ ଏକ ବଡ ଡିନର ପାର୍ଟିରେ ଯାଇଥିଲେ। ପିଲାର ମାତା ପିତା ପିଲା ପାଇଁ ଆପଲ ଜୁସ୍ ମଗାଇଥିଲେ। ତେବେ ଏହି ଜୁସ୍ ପିଇବା ପରେ ପିଲା ଯେତେବେଳେ ଟଳମଳ ହେଲା ଅଭିଭାବକ ଜାଣିବାକୁ ପାଇଲେ ତାକୁ ଆପଲ ଜୁସ୍ ବଦଳେ ମଦ ପରସି ଦିଆଯାଇଛି। ପେୟକୁ ଢାଙ୍କୁଣୀ ଥିବା ସାଧାରଣ ଜୁସ୍ କପରେ ପରସା ଯାଇଥିଲା। ଏହାକୁ ପିଇବା ପରେ ପିଲାଠାରେ ଅଭିଭାବକ ନିଶାର ଲକ୍ଷଣ ଦେଖିବାକୁ ପାଇଥିଲେ। ଏଣୁ ଅଭିଭାବକ ବିଚଳିତ ହୋଇପଡିଥିଲେ।

ପେୟର ଗନ୍ଧ ବାରିବା ପରେ ଅଭିଭାବକ ସେମାନଙ୍କ ପିଲାକୁ ଭୁଲରେ ମଦ ଦେଇ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲେ ବୋଲି ପିଲାର ମା ନୋଏମୀ ଭାଲେନସିଆ ଗଣମାଧ୍ୟମକୁ କହିଛନ୍ତି। ପରେ ପିଲାର ରକ୍ତ ପରୀକ୍ଷଣ କରାଯିବାରେ ତା ରକ୍ତରେ ୦.୧୨ ପ୍ରତିଶତ ଆଲକୋହଲ ଥିବା ଜଣାପଡିଥିଲା। ଏଣୁ ଶିଶୁ ସହ ଅଭିଭାବକଙ୍କୁ ରାତି ତମାମ ଜରୁରିକାଳୀନ ରୁମରେ କଟେଇବାକୁ ପଡିଥିଲା। ତେବେ ଏହି ଭୁଲରୁ ରେଷ୍ଟୁରାଣ୍ଟକୁ ନିଶ୍ଚିତ ଶିକ୍ଷା ମିଳିଥିବ ବୋଲି ଶିଶୁଟିର ମା ନାଓମୀ ଭାଲେନସିଆ କହିଛନ୍ତି। ଯାହା ଦ୍ୱାରା ଆଗକୁ ଏପରି ନ ହେଉ ସେଥି ପାଇଁ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷ ସାମଗ୍ରୀକୁ କିପରି ଯତ୍ନରେ ଷ୍ଟୋର କରିବେ ଓ ସେଥିରେ ଲେବୁଲ ଲଗାଇବା ଶିଖିବେ ବୋଲି କହିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏ ନେଇ ଅଗଷ୍ଟ ୧୭ ତାରିଖ ଦିନ ରେଷ୍ଟୁରାଣ୍ଟ ବିରୋଧରେ ପୋଲିସ ଅଭିଯୋଗ କରାଯାଇଥିଲା। ସେଲିନାସ ପୋଲିସ ଏହି ଘଟଣାର ଏବେ ଯାଞ୍ଚ କରୁଛି। ତେବେ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ ତା ଠୁ ନିଶା ଉତୁରି ଯାଇଛି। ପରିସ୍ଥିତି ବେଶି ବିଗିଡି ନାହିଁ। ହେଲେ ବଡବଡ ହୋଟେଲ ଓ ରେଷ୍ଟୁରାଣ୍ଟକୁ ପିଲାଙ୍କୁ ନେଇ ଯାଉଥିଲେ ସେଠାରେ ପିଲାକୁ କଣ ଖାଦ୍ୟ ପରସା ଯାଉଛି ଅଭିଭାବକ ପ୍ରଥମେ ଚାଖି ସ୍ପଷ୍ଟ ହେବା ପରେ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ବୋଲି ନାଓମୀ ଓ ତାଙ୍କ ପରିବାର ଅନ୍ୟ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି।