କମୁଛି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର, ଏବେବି ପାଣି ଘେରରେ ୩୫ରୁ ଅଧିକ ଗାଁ

ଜଳେଶ୍ବର ୧୯।୯: କମୁଛି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର କମି ୧୦.୮୦ ମିଟରେ ପ୍ରଭାବିତ ହେଉଛି । ଜଳେଶ୍ଵର, ବାଲିଆପାଳ, ଭୋଗରାଇ ବ୍ଲକ୍‌ର ୨୫ରୁ ଅଧିକ ପଞ୍ଚାୟତର ୩୫ରୁ ଅଧିକ ଗାଁ ଏବେବି ପାଣି ଘେରରେ । ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ । ଜଳେଶ୍ଵର ବ୍ଲକ୍‌ର ମାକିଡିଆ, ଖୁଦିଆ ମାଝିସାହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ଝାଡପିମ୍ପଳ, ବାଇଗଣବାଡିଆ, ବାଲିଆପାଳ ବ୍ଲକର ଅସ୍ତି, ବାଲିପାଳ, ଜାମକୁଣ୍ଡା, ମଧପୁରା, ବିଷ୍ଣୁପୁର ପଞ୍ଚାୟତରେ ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଲହଡ଼ି ମାରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିଛନ୍ତି । ଅନେକ ସ୍ଥାନରେ ବୋଟ୍‌ର ବ୍ୟବସ୍ଥା କରାଯାଇଛି ଲୋକ ମାନଙ୍କର ଯିବା ଆସିବାର ସୁବିଧା କରାଯାଉଛି । ବାଲିଆପାଳ ପ୍ରଶାସନ ପକ୍ଷରୁ ୮୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।You Can Read:ସମ୍ବଲପୁରୀ ହିରୋଇନ୍ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ, ରୁକୁ ସୁନାକୁ ଦାୟୀ କଲେ ରୁକ୍‌ସାନାଙ୍କ ମା

କମୁଛି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର, ଏବେବି ପାଣି ଘେରରେ ୩୫ରୁ ଅଧିକ ଗାଁ

ଜଳେଶ୍ବର ୧୯।୯: କମୁଛି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର କମି ୧୦.୮୦ ମିଟରେ ପ୍ରଭାବିତ ହେଉଛି । ଜଳେଶ୍ଵର, ବାଲିଆପାଳ, ଭୋଗରାଇ ବ୍ଲକ୍‌ର ୨୫ରୁ ଅଧିକ ପଞ୍ଚାୟତର ୩୫ରୁ ଅଧିକ ଗାଁ ଏବେବି ପାଣି ଘେରରେ । ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ । 

ଜଳେଶ୍ଵର ବ୍ଲକ୍‌ର ମାକିଡିଆ, ଖୁଦିଆ ମାଝିସାହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ପଶ୍ଚିମବାଡ, ଝାଡପିମ୍ପଳ, ବାଇଗଣବାଡିଆ, ବାଲିଆପାଳ ବ୍ଲକର ଅସ୍ତି, ବାଲିପାଳ, ଜାମକୁଣ୍ଡା, ମଧପୁରା, ବିଷ୍ଣୁପୁର ପଞ୍ଚାୟତରେ ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଲହଡ଼ି ମାରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିଛନ୍ତି । ଅନେକ ସ୍ଥାନରେ ବୋଟ୍‌ର ବ୍ୟବସ୍ଥା କରାଯାଇଛି ଲୋକ ମାନଙ୍କର ଯିବା ଆସିବାର ସୁବିଧା କରାଯାଉଛି । ବାଲିଆପାଳ ପ୍ରଶାସନ ପକ୍ଷରୁ ୮୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀରେ ରଖି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।

You Can Read:

ସମ୍ବଲପୁରୀ ହିରୋଇନ୍ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ, ରୁକୁ ସୁନାକୁ ଦାୟୀ କଲେ ରୁକ୍‌ସାନାଙ୍କ ମା