ଚାଷ ପାଇଁ ଖୋଳାଯାଇଥିବା କୂଅରେ ରାତିଅଧରେ ପଡ଼ିଲା ବଡ଼ ଭାଲୁ, ସକାଳକୁ …
କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମର ବିରାଜ ପଟେଲଙ୍କ ପନିପରିବା ଚାଷ ପାଇଁ ଖୋଳାଯାଇଥିବା କୂଅରେ ଏକ ଜଙ୍ଗଲି ଭାଲୁ ଶନିବାର ରାତିରେ ପଡି ମୃତ୍ୟୁ ଘଟିଛି। ବିରାଜ ସକାଳେ ଜମିକୁ ଯାଇଥିବା ବେଳେ ଭାଲୁଟି କୂଅରେ ପଡ଼ିଥିବା ଜାଣି କେସିଙ୍ଗା ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗର ବନପାଳ ଯଶୋବନ୍ତ ନାଏକଙ୍କ ସମେତ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କୂଅରୁ ଉଦ୍ଧାର […] The post ଚାଷ ପାଇଁ ଖୋଳାଯାଇଥିବା କୂଅରେ ରାତିଅଧରେ ପଡ଼ିଲା ବଡ଼ ଭାଲୁ, ସକାଳକୁ … appeared first on Dharitri Odia News.
କେସିଙ୍ଗା,୧୮।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମର ବିରାଜ ପଟେଲଙ୍କ ପନିପରିବା ଚାଷ ପାଇଁ ଖୋଳାଯାଇଥିବା କୂଅରେ ଏକ ଜଙ୍ଗଲି ଭାଲୁ ଶନିବାର ରାତିରେ ପଡି ମୃତ୍ୟୁ ଘଟିଛି। ବିରାଜ ସକାଳେ ଜମିକୁ ଯାଇଥିବା ବେଳେ ଭାଲୁଟି କୂଅରେ ପଡ଼ିଥିବା ଜାଣି କେସିଙ୍ଗା ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗର ବନପାଳ ଯଶୋବନ୍ତ ନାଏକଙ୍କ ସମେତ ବନ କର୍ମଚାରୀ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ କୂଅରୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟ ନିଆ ଯାଇଥିଲା। ସେଠାରେ ମୃତ ଭାଲୁଟିର ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତ ଭାଲୁର ମତଦେହକୁ ନିକଟସ୍ଥ ଜଙ୍ଗଲକୁ ନେଇ ପୋତି ଦିଆ ଯାଇଥିଲା
The post ଚାଷ ପାଇଁ ଖୋଳାଯାଇଥିବା କୂଅରେ ରାତିଅଧରେ ପଡ଼ିଲା ବଡ଼ ଭାଲୁ, ସକାଳକୁ … appeared first on Dharitri Odia News.