ମୁକୁଳା ଡ୍ରେନ୍ରେ ପଡ଼ି ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ
କଟକ,୪ା୪(କାର୍ତ୍ତିକ ସାହୁ): ମୁକୁଳା ଡ୍ରେନ୍ରେ ପଡ଼ି ପୁଣି ଜଣକର ଜୀବନ ଯାଇଛି। ସିଆର୍ଆର୍ଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ। ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏସ୍ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାଯିବ ବୋଲି ପୋଲିସ କହିଛି। ମୃତକ ଜଣକଙ୍କ […] The post ମୁକୁଳା ଡ୍ରେନ୍ରେ ପଡ଼ି ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ appeared first on Dharitri Odia News.
କଟକ,୪ା୪(କାର୍ତ୍ତିକ ସାହୁ): ମୁକୁଳା ଡ୍ରେନ୍ରେ ପଡ଼ି ପୁଣି ଜଣକର ଜୀବନ ଯାଇଛି। ସିଆର୍ଆର୍ଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ। ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏସ୍ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାଯିବ ବୋଲି ପୋଲିସ କହିଛି। ମୃତକ ଜଣକଙ୍କ ଘର ଯାଜପୁର ଜିଲାରେ ହୋଇଥିବା ବେଳେ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେବେ ଦୀର୍ଘଦିନ ଧରି ଡ୍ରେନ୍ ମୁକୁଳା ପଡ଼ିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ବିଭିନ୍ନ ସମୟରେ ମୁକୁଳା ଡ୍ରେନ୍ରେ ପଡ଼ି ଜଣକ ପରେ ଜଣେ ଲୋକଙ୍କ ପ୍ରାଣହାନି ଘଟୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
The post ମୁକୁଳା ଡ୍ରେନ୍ରେ ପଡ଼ି ଚାଲିଗଲା ରାଜମିସ୍ତ୍ରୀଙ୍କ ଜୀବନ appeared first on Dharitri Odia News.