ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ
କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ଲଇତରା ପଞ୍ଚାୟତର ଜୋଲକୋ, ଦେଣ୍ଡୋଗୁଡ଼ା ଲଇତରା, କରଲାଭା ଶିରୋଲ ପଞ୍ଚାୟତର ଶିରୋଲ, ଡୁମେରମୁଣ୍ଡା, କାଣ୍ଡେଲ ପଞ୍ଚାୟତର କାଣ୍ଡେଲ, ତୁର୍ଲା, କାର୍ଲାଖୁଣ୍ଟା,ବ୍ରହାଣୀ ସିନ୍ଧିବାହାଳି ଆଦି ବିଭିନ୍ନ ଗ୍ରାମକୁ ପ୍ରଚଣ୍ଡ ଖରାରେ ବାଇକ୍ ରାଲିରେ ଯାଇ ଭୋଟ୍ ଭିକ୍ଷା କରିଥିଲେ। ଏହି ରାଲିରେ ଜୋନ୍ ନଂ ୨ ଜିଲାପରିଷଦ ସଦସ୍ୟ ନରୋତ୍ତମ […] The post ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ appeared first on Dharitri Odia News.
କେସିଙ୍ଗା,୨ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୩ଟି ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥିନୀ ଲଳିତା ନାଏକ ଗୁରୁବାର ମାରାଥନ ପ୍ରଚାର କରିଛନ୍ତି। ପ୍ରଥମେ ଲଇତରା ପଞ୍ଚାୟତର ଜୋଲକୋ, ଦେଣ୍ଡୋଗୁଡ଼ା ଲଇତରା, କରଲାଭା ଶିରୋଲ ପଞ୍ଚାୟତର ଶିରୋଲ, ଡୁମେରମୁଣ୍ଡା, କାଣ୍ଡେଲ ପଞ୍ଚାୟତର କାଣ୍ଡେଲ, ତୁର୍ଲା, କାର୍ଲାଖୁଣ୍ଟା,ବ୍ରହାଣୀ ସିନ୍ଧିବାହାଳି ଆଦି ବିଭିନ୍ନ ଗ୍ରାମକୁ ପ୍ରଚଣ୍ଡ ଖରାରେ ବାଇକ୍ ରାଲିରେ ଯାଇ ଭୋଟ୍ ଭିକ୍ଷା କରିଥିଲେ। ଏହି ରାଲିରେ ଜୋନ୍ ନଂ ୨ ଜିଲାପରିଷଦ ସଦସ୍ୟ ନରୋତ୍ତମ ଭାଟି, ବିଜେଡି ବ୍ଲକ ସଭାପତି କୁମୁଦ ବଗର୍ତ୍ତୀଙ୍କ ସମେତ ବିଜେଡିର ବହୁ କାର୍ଯ୍ୟକର୍ତ୍ତା ପ୍ରଚାରରେ ଯୋଗ ଦେଇଥିଲେ। ସମଗ୍ର ଅଞ୍ଚଳରେ ୪୦-୪୫ଡିଗ୍ରୀ ତାପମାତ୍ରାକୁ ଖାତିର ନ କରି ପ୍ରାର୍ଥିନୀ ଭୋଟରଙ୍କ ନିକଟକୁ ଯାଇ ଭୋଟ୍ ଭିକ୍ଷା କରିଥିଲେ। ଏହି ମୋଟରସାଇକେଲ ରାଲି ଜୋଲକୋ ଗ୍ରାମଠାରୁ ଆରମ୍ଭ ହୋଇ କାଣ୍ଡେଲ ପଞ୍ଚାୟତରେ ଶେଷ ହୋଇଥିଲା।
The post ମାରାଥନ ପ୍ରଚାର କଲେ ବିଧାନସଭା ପ୍ରାର୍ଥିନୀ ଲଳିତା ନାଏକ appeared first on Dharitri Odia News.