ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅବସର…କୋହଲିଙ୍କ ପୋଷ୍ଟ କଲା ହଇଚଇ
ନୂଆଦିଲ୍ଲୀ,୨୦।୧୧: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ବୁଧବାର କିଛି ଏମିତି ପୋଷ୍ଟ କରିଛନ୍ତି ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କୋହଳି ବର୍ଡର ଗାଭାସ୍କର ଟ୍ରଫିର ୨ଦିନ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯାହାର ପ୍ରଥମ ଲାଇନ୍ ଥିଲା, ‘ପଛକୁ ଦେଖିଲେ ଲାଗେ, ମୁଁ ସବୁବେଳେ ଅଲଗା ହିଁ ଥିଲି…’ ତେବେ ସେହି ପୋଷ୍ଟର ପ୍ରଥମ ବାକ୍ୟକୁ ପଢି ଫ୍ୟାନ୍ସ ଚିନ୍ତିତ ହୋପଡିଥିଲେ। କେହିକେହି ବିରାଟ ଅବସର ନେଉଛନ୍ତି […] The post ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅବସର…କୋହଲିଙ୍କ ପୋଷ୍ଟ କଲା ହଇଚଇ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧୧: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ବୁଧବାର କିଛି ଏମିତି ପୋଷ୍ଟ କରିଛନ୍ତି ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କୋହଳି ବର୍ଡର ଗାଭାସ୍କର ଟ୍ରଫିର ୨ଦିନ ପୂର୍ବରୁ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯାହାର ପ୍ରଥମ ଲାଇନ୍ ଥିଲା, ‘ପଛକୁ ଦେଖିଲେ ଲାଗେ, ମୁଁ ସବୁବେଳେ ଅଲଗା ହିଁ ଥିଲି…’ ତେବେ ସେହି ପୋଷ୍ଟର ପ୍ରଥମ ବାକ୍ୟକୁ ପଢି ଫ୍ୟାନ୍ସ ଚିନ୍ତିତ ହୋପଡିଥିଲେ। କେହିକେହି ବିରାଟ ଅବସର ନେଉଛନ୍ତି ବୋଲି କହି ଭାଇରାଲ କରିଥିଲେ। ବହୁଜଣ ଭାବିଲେ ସେ ଟେଷ୍ଟ କ୍ରିକେଟ୍ ପୂର୍ବରୁ ଅବସର ନେଉଛନ୍ତି କି ଅନ୍ୟକେହି ଭାବିଲେ ଅନୁଷ୍କା ଶର୍ମାଙ୍କ ସହ ତାଙ୍କର ଛାଡପତ୍ର ହେଉଛି। କିନ୍ତୁ ଏହି ପୋଷ୍ଟର ଅର୍ଥ କିଛି ଅଳଗା ଥିଲା। ଜାଣନ୍ତୁ ଏହି ପୋଷ୍ଟର ଅର୍ଥ।
ବିରାଟଙ୍କ ଏହି ପୋଷ୍ଟ ପ୍ରମୋଶନାଲ ପୋଷ୍ଟ ଥିଲା। କିନ୍ତୁ ଯେଉଁ ଅନ୍ଦାଜରେ ସେ ଏହି ପୋଷ୍ଟ ଶେୟାର କରିଥିଲେ ତାହା ପୁରା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲା। ସେ ସେହି ପୋଷ୍ଟରେ ସମ୍ପୂର୍ଣ୍ଣ ରୂପେ ପ୍ରମୋଶନାଲ ଲେଖିଥିବାବେଳେ ପ୍ରଥମ ବାକ୍ୟ ପଢି ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ।
— Virat Kohli (@imVkohli) November 20, 2024
କୋହଲି ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ନଭେମ୍ବର ୨୨ରେ ପାଞ୍ଚଟି ମ୍ୟାଚର ଟେଷ୍ଟ ସିରିଜ୍ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଯାଉଛି। ବର୍ଡର ଗାଭାସ୍କର ଟ୍ରଫିରେ କୋହଲିଙ୍କର ରେକର୍ଡ ଜବରଦସ୍ତ ରହିଛି। ତେବେ ବିରାଟ ଯେଉଁଦିନ ଟେଷ୍ଟ କ୍ୟାପେଟେନଶିପ୍ରୁ ଇସ୍ତଫା ଦେଇଥିଲେସେ ଏହିଭଳି ଧଳା ବ୍ୟାକଗ୍ରାଉଣ୍ଡ ଥିବା ପୋଷ୍ଟ ଶେୟାର କରିଥିଲେ। ଯାହାକୁ ଦେଖି ଫ୍ୟାନ୍ସମାନେ ଏହିପୋଷ୍ଟରେ ତାଜୁବ ହୋଇଯାଇଥିଲେ।
The post ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ଅବସର…କୋହଲିଙ୍କ ପୋଷ୍ଟ କଲା ହଇଚଇ appeared first on Dharitri Odia News.