ବିହନ ସଙ୍କଟରେ ଆଳୁ ଚାଷୀ

କେନ୍ଦ୍ରାପଡ଼ା,୩।୧୧(ଜଗନ୍ନାଥ ଧଳ): ନଭେମ୍ବର ପହିଲାରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଣ ହେବ ବୋଲି କୃଷି ମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀ ବିହନ ସଙ୍କଟରେ ପଡିଛନ୍ତି। ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଅଧିକ ଦାମ ଦେଇ ବିହନ କ୍ରୟ କରୁଛନ୍ତି।ଏହି ବିହନ ଦ୍ୱାରା କେତେଦୂର ସଫଳତା ମିଳିବ ସେନେଇ ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ […] The post ବିହନ ସଙ୍କଟରେ ଆଳୁ ଚାଷୀ appeared first on Dharitri Odia News.

ବିହନ ସଙ୍କଟରେ ଆଳୁ ଚାଷୀ

କେନ୍ଦ୍ରାପଡ଼ା,୩।୧୧(ଜଗନ୍ନାଥ ଧଳ): ନଭେମ୍ବର ପହିଲାରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଣ ହେବ ବୋଲି କୃଷି ମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।କେନ୍ଦ୍ରାପଡ଼ା ଜିଲାର ଆଳୁ ଚାଷୀ ବିହନ ସଙ୍କଟରେ ପଡିଛନ୍ତି। ସରକାରୀ ବିହନ ଯୋଗାଣ ଅଦ୍ୟାବଧି ହୋଇ ନ ଥିବାରୁ ବଜାରରୁ ଅଧିକ ଦାମ ଦେଇ ବିହନ କ୍ରୟ କରୁଛନ୍ତି।ଏହି ବିହନ ଦ୍ୱାରା କେତେଦୂର ସଫଳତା ମିଳିବ ସେନେଇ ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜିଲାରେ ପ୍ରତିଦିନ ୬୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଆଳୁ ବ୍ୟବହାର ହେଉଥିଲେ ମଧ୍ୟ ପ୍ରାୟ ୭୦୦ ହେକ୍ଟର ଜମିରେ ପ୍ରତିବର୍ଷ ଆଳୁ ଚାଷ ହୋଇଥାଏ।ଚଳିତ ବର୍ଷ ୧ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେକ୍ଟର ପିଛା ୧୫ କୁଇଣ୍ଟାଲ ହିସାବରେ ଚାଷୀଙ୍କୁ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ। ତେବେ ଅଦ୍ୟାବଧି କେଜିଏ ବି ସରକାରୀ ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ନାହିଁ ବୋଲି ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଜିଲା କୃଷକ ସଭା ସମ୍ପାଦକ ଗୟାଧର ଧଳ କହିଛନ୍ତି, ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ। ଗତ କିଛି ମାସ ଧରି ଆଳୁର ଦାମ ହୁହୁ ହୋଇ ବଢ଼ୁଛି। ସାମୁଦ୍ରିକ ଝଡ଼ ଦାନା ଓ ଗତ ଲଘୁଚାପଜନିତ ବର୍ଷା ଖରିଫ ଚାଷକୁ ଉଜାଡି ଦେଇଛି। ଆଳୁ ଚାଷ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ବିହନ ମିଳିନାହିଁ। ଜିଲା ଉଦ୍ୟାନ ବିଭାଗକୁ ଏନେଇ ଚାଷୀ ବାରମ୍ବାର ଦୌଡୁଥିଲେ ମଧ୍ୟ ବିହନ ଆସି ନ ଥିବା ସୂଚନା ମିଳୁଛି ା ଚାଷୀଙ୍କ ହାଡଭଙ୍ଗା ପରିଶ୍ରମ ବିହନ ବିହୁନେ ନଷ୍ଟ ହୋଇଯାଉଛି। ବଜାରରେ ବିହନ କେଜି ୬୦ ଟଙ୍କା ଥିବା ବେଳେ ସରକାରୀ ବିହନ କେଜି ପ୍ରତି ୧୧ରୁ ୧୭ ଟଙ୍କାରେ ମିଳିବା ଆଶା ରହିଥିବା ବୋଲି ସେ ପ୍ରକାଶ କରିଛନ୍ତି। ଡେରାବିଶ ବ୍ଲକ କୁଶିଆପାଳ ଗ୍ରାମର ଚାଷୀ ସୁନାକର ରାଉତ କହିଛନ୍ତି, ଆଳୁ ଦରରେ ଏବେ ପକ୍ଷୀ ଲାଗିଛି। ପ୍ରତିଦିନ ଦାମ ଅଧିକ ହେଉଛି। ଏଥିପାଇଁ ଚାଷୀ ଆଳୁ ଲଗାଇବା ପାଇଁ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ରଖିଥିଲେ ମଧ୍ୟ ବିହନ ମିଳୁନାହିଁ। ବଜାର ବିହନ ଉପରେ ଭରସା ନ ଥିବା କହିଥିବା ବେଳେ ୧୩ ଏକର ଜମିରେ ଆଳୁ ଚାଷ କରିବେ ବୋଲି ସେ କହିଛନ୍ତି। କୃଷକ ନେତା ବିଧୁଭୂଷଣ ମହାପାତ୍ର କୁହନ୍ତି, ୨୦୧୫ରେ ସରକାର ଆଳୁ ମିଶନ କାର୍ଯ୍ୟକାରୀ କଲେ। ଇତିମଧ୍ୟରେ ୯ ବର୍ଷ ପୂରଣ ହେବ।ଏବେ ଆଳୁ କ୍ଷେତରେ ଲଗାଇବା ସମୟ ମାତ୍ର ବିହନ ମିଳୁନାହିଁ। ଜିଲାରେ ଶୀତଳ ଭଣ୍ଡାର ଗଠନ ସମ୍ପର୍କରେ କୌଣସି ସୂଚନା ନାହିଁ। ଶୀତଳ ଭଣ୍ଡାର ନ ଥିଲେ ଆଳୁ ସଂରକ୍ଷଣ ଅସମ୍ଭବ।ତୁରନ୍ତ ଆଳୁ ବିହନ ଚାଷୀଙ୍କୁ ଯୋଗାଣ ସହିତ ଶୀତଳ ଭଣ୍ଡାର ଗଠନ ସମ୍ପର୍କରେ ଜିଲା ପ୍ରଶାସନ ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି।
ଏସମ୍ପର୍କରେ ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ସୁକୁମାର ଦତ୍ତ କହିଛନ୍ତି, ବିହନ ପାଇଁ ଇଣ୍ଡେଣ୍ଟ ଯାଇଛି। ଜିଲାକୁ ବିହନ ଆସି ନାହିଁ। ଖୁବ୍‌ ଶୀଘ୍ର ଆଳୁ ବିହନ ପହଞ୍ଚତ୍ ଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି।

The post ବିହନ ସଙ୍କଟରେ ଆଳୁ ଚାଷୀ appeared first on Dharitri Odia News.