ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକପାଟା ଛକ ନିକଟ ଏକ ଆମ୍ବ ଗଛ ତଳେ ଗୋରୁମାନେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୯ ଗୋରୁଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ମୁତାବକ, ସରାମୁଳି ପଞ୍ଚାୟତ ଗୁଡ୍ରିଗାଁର ଗୋରୁଗାଈ ଚରିବାକୁ ସିକପାଟା ଛକ ଅଞ୍ଚଳରେ ବୁଲୁଥିଲେ। ସେତିକିବେଳେ ହଠାତ ପବନ […] The post ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ appeared first on Dharitri Odia News.

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକପାଟା ଛକ ନିକଟ ଏକ ଆମ୍ବ ଗଛ ତଳେ ଗୋରୁମାନେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୯ ଗୋରୁଙ୍କ ଜୀବନ ଚାଲିଯାଇଛି।

ମିଳିଥିବା ସୂଚନା ମୁତାବକ, ସରାମୁଳି ପଞ୍ଚାୟତ ଗୁଡ୍ରିଗାଁର ଗୋରୁଗାଈ ଚରିବାକୁ ସିକପାଟା ଛକ ଅଞ୍ଚଳରେ ବୁଲୁଥିଲେ। ସେତିକିବେଳେ ହଠାତ ପବନ ବୋହିବା ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିବା ୯ ଗୋରୁଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଗୁଡ୍ରିଗାଁର ଲଙ୍କେଶ୍ୱର ଦାରାମାଝୀଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଜର ମାଝିଙ୍କ ୩ଟି, ଯୋହନ ମାଝୀଙ୍କ ୨ଟି, ରାଜେନ୍ଦ୍ର ଦାରାମାଝିଙ୍କ ଗୋଟିଏ. ଯାକବ ମାଝିଙ୍କ ଗୋଟିଏ ଏବଂ ମାନସ ମାଝିଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୧୧ନମ୍ବର ଜୋନ୍‌ ଜିଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ଏପରିକି କ୍ଷତିପୂରଣ ପ୍ରଦାନ ନେଇ ସାହାଯ୍ୟ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

The post ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ appeared first on Dharitri Odia News.