ବୁଧବାର ୨ୟ ଟି-୨୦, ଏମିତି ରହିପାରେ ଭାରତ-ବାଂଲାଦେଶର ପ୍ଲେଇଙ୍ଗ ଇଲେଭେନ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଆସନ୍ତାକାଲି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ।   ପ୍ରଥମ ମ୍ୟାଚ୍‌ରେ ଭାରତ ସହଜରେ ବାଂଲାଦେଶକୁ ହରାଇଥିଲା। ପ୍ରଥମ ମୁକାବିଲାରେ ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀ  ଭାରତ ପାଇଁ ପଦାର୍ପଣ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ଟି-୨୦ ଜିତି ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଅନ୍ୟପଟେ ପ୍ରଥମ ପରାଜୟ ଭୁଲି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ବାଂଲାଦେଶ।  ତେବେ କେମିତି ବହିବ ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍‌ର ସ୍ଵଭାବ ଓ କେମିତି ରହିପାରେ ଦୁଇ ଦଳର ଚୂଡ଼ାନ୍ତ ଏକାଦଶ ?ପିଚ୍‌ ରିପୋର୍ଟଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍ ସାଧାରଣତଃ ବ୍ୟାଟରଙ୍କ ପାଇଁ ଉପଯୋଗୀ ରହି ଆସିଛି। ଏଠାକାର ବାଉଣ୍ଡରୀ ଛୋଟ ଥିବାରୁ ବ୍ୟାଟରମାନେ ସହଜରେ  ଚୌକା ଓ ଛକା ମାରିଥାନ୍ତି। ଆଇପିଏଲ୍‌ରେ ଏଠାରେ ରନ ବର୍ଷା ହୋଇଛି। ତେବେ ଅନ୍ତର୍ଜାତୀୟ  ମ୍ୟାଚ୍‌ରେ ଏହି ମଇଦାନରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୩୯ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୩ଟି ମ୍ୟାଚ୍‌ରୁ ମାତ୍ର ୪ଟି ଜିତି ପାରିଛି।ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ସବୁ ଦିଗରେ ଦମଦାର ପ୍ରଦର୍ଶନ କରିଥିଲା। ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀ ପଦାର୍ପଣ ମ୍ୟାଚ୍‌ରେ ପ୍ରଭାବଶା

ବୁଧବାର ୨ୟ ଟି-୨୦, ଏମିତି ରହିପାରେ ଭାରତ-ବାଂଲାଦେଶର ପ୍ଲେଇଙ୍ଗ ଇଲେଭେନ

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ଆସନ୍ତାକାଲି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ।   ପ୍ରଥମ ମ୍ୟାଚ୍‌ରେ ଭାରତ ସହଜରେ ବାଂଲାଦେଶକୁ ହରାଇଥିଲା। ପ୍ରଥମ ମୁକାବିଲାରେ ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀ  ଭାରତ ପାଇଁ ପଦାର୍ପଣ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ଟି-୨୦ ଜିତି ସିରିଜ୍ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଅନ୍ୟପଟେ ପ୍ରଥମ ପରାଜୟ ଭୁଲି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ବାଂଲାଦେଶ।  ତେବେ କେମିତି ବହିବ ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍‌ର ସ୍ଵଭାବ ଓ କେମିତି ରହିପାରେ ଦୁଇ ଦଳର ଚୂଡ଼ାନ୍ତ ଏକାଦଶ ?

ପିଚ୍‌ ରିପୋର୍ଟ

ଅରୁଣ ଜେଟଲୀ ଷ୍ଟାଡିୟମର ପିଚ୍ ସାଧାରଣତଃ ବ୍ୟାଟରଙ୍କ ପାଇଁ ଉପଯୋଗୀ ରହି ଆସିଛି। ଏଠାକାର ବାଉଣ୍ଡରୀ ଛୋଟ ଥିବାରୁ ବ୍ୟାଟରମାନେ ସହଜରେ  ଚୌକା ଓ ଛକା ମାରିଥାନ୍ତି। ଆଇପିଏଲ୍‌ରେ ଏଠାରେ ରନ ବର୍ଷା ହୋଇଛି। ତେବେ ଅନ୍ତର୍ଜାତୀୟ  ମ୍ୟାଚ୍‌ରେ ଏହି ମଇଦାନରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୩୯ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୩ଟି ମ୍ୟାଚ୍‌ରୁ ମାତ୍ର ୪ଟି ଜିତି ପାରିଛି।

ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ସବୁ ଦିଗରେ ଦମଦାର ପ୍ରଦର୍ଶନ କରିଥିଲା। ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀ ପଦାର୍ପଣ ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ପ୍ରଥମ ମ୍ୟାଚ୍‌ର ପ୍ରଦର୍ଶନକୁ ଦେଖିଲେ ଦ୍ଵିତୀୟ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସମ୍ଭାବନା କ୍ଷୀଣ ଲାଗୁଛି। ସୂର୍ଯ୍ୟକୁମାର ଯାଦବ ସେହି ସମାନ ୧୧ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ। ଅନ୍ୟପଟେ ବାଂଲାଦେଶ ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ପ୍ରଥମ ମ୍ୟାଚ୍‌ରେ ତସ୍କିନ ଅହମ୍ମଦ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେଣୁ ୨ୟ ଟି-୨୦ରେ ତାଙ୍କ ସ୍ଥାନରେ  ତନଜିତ ହସନ ଶାକିବଙ୍କୁ ସ୍ଥାନ ମିଳିପାରେ। 

୨ୟ ଟି-୨୦ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ନୀତିଶ ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂ, ଓ୍ଵାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ମୟଙ୍କ ଯାଦବ।

ବାଂଲାଦେଶ ଦଳର ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଲିଟନ ଦାସ, ପରଭେଜ ହୁସେନ, ନଜମୁଲ ହୁସେନ ସାଣ୍ଟୋ, ଟୋହିଡ ହୃଦୟ, ମହମଦୁଲ୍ଲା, ଜାକର ଅଲ୍ଲୀ, ମେହଦୀ ହସନ ମିରାଜ, ରିଶାଦ ହୁସେନ, ତନଜିତ ହସନ ଶାକିବ, ମୁସ୍ତାଫିଜୁର ରେହମାନ, ଶୋରିଫୁଲ ଇସ୍ଲାମ।