ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ ଗ୍ରାମବାସୀ। ଖବର ପାଇ ବଲାଙ୍ଗୀର ସଦର ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ଗ୍ରାମର ୧୩୧ ଓ ୧୩୨ ବୁଥରେ ମତଦାନ ଚାଲିଥିଲା। ସକାଳ ୭ ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହିଥିଲା। ସଂଧ୍ୟା ୬ଟା ପରେ ବୁଥ ପରିସରରେ ଥିବା ମତଦାତଙ୍କୁ ପୋଲିଂ ଅଧିକାରୀ ଟୋକନ […] The post ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ appeared first on Dharitri Odia News.

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ ଗ୍ରାମବାସୀ। ଖବର ପାଇ ବଲାଙ୍ଗୀର ସଦର ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି। ଗ୍ରାମର ୧୩୧ ଓ ୧୩୨ ବୁଥରେ ମତଦାନ ଚାଲିଥିଲା। ସକାଳ ୭ ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହିଥିଲା। ସଂଧ୍ୟା ୬ଟା ପରେ ବୁଥ ପରିସରରେ ଥିବା ମତଦାତଙ୍କୁ ପୋଲିଂ ଅଧିକାରୀ ଟୋକନ ପ୍ରଦାନ କରିସାରିଥିଲେ। ହେଲେ ସ୍ଥାନୀୟ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ଇଙ୍ଗିତରେ ସେକ୍ଟର ଅଫିସର ପଧାନ ଏକ ନିର୍ଦ୍ଦିଷ୍ଟ ଦଳ ସପକ୍ଷ ରେ ମତଦାନ ପଡିବାକୁ ଥିବା ୧୫ ରୁ ୨୦ ଲୋକଙ୍କୁ ବୁଥ ପରିସରକୁ ପଶି ମତଦାନ ଦେବାକୁ ସୁଯୋଗ ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ସେକ୍ଟର ଅଫିସରଙ୍କୁ ପ୍ରତିବାଦ କରିଥିଲେ। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିଂ ପାର୍ଟି କୁ ଛାଡି ଦେଇ ଉତକ୍ଷିପ୍ତ ଲୋକେ ସେକ୍ଟର ଅଫିସରଙ୍କୁ ବାନ୍ଧିରଖିଥିଲେ। ଏହାପରେ ସମ୍ପୃକ୍ତ ସେକ୍ଟର ଅଫିସର ଜଣକ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନାମ କହିଥିଲେ। ଏହାପରେ ସେହି ଜନ ପ୍ରତିନିଧି ଘଟଣାସ୍ଥଳ ଛାଡ଼ି କୁଆଡ଼େ ଫେରାର ହୋଇଯାଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ସମ୍ପୃକ୍ତ ସେକ୍ଟର ଅଫିସର ଓ ଜନ ପ୍ରତିନିଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ appeared first on Dharitri Odia News.