BSNL ଲଞ୍ଚ କଲା ୮୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ଜାଣନ୍ତୁ କ’ଣ ରହିଛି ଖାସ୍
BSNL ୮୦ ଦିନର ଭ୍ୟାଲିଡିଟି ସହିତ ଏକ ନୂଆ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନ୍ ସହିତ ସରକାରୀ ଟେଲିକମ୍ କମ୍ପାନୀ ପୁଣି ଥରେ Airtel, Vodafone Idea ଇତ୍ୟାଦି ପ୍ରାଇଭେଟ୍ କକମ୍ପାନୀଗୁଡିକର ଟେନସନ୍ ବଢ଼ାଇ ଦେଇଛି । ଭାରତ ସଂଚାର ନିଗମ ଲିମିଟେଡ୍ BSNL ଏହି ପ୍ଲାନରେ ୮୦ ଦିନ ପାଇଁ ପ୍ରତିଦିନ ୨ GB ହାଇ-ସ୍ପିଡ୍ ଡାଟା ସହିତ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଏହା ବ୍ୟତୀତ, ପ୍ଲାନ୍ […] The post BSNL ଲଞ୍ଚ କଲା ୮୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ଜାଣନ୍ତୁ କ’ଣ ରହିଛି ଖାସ୍ appeared first on KNews Odisha.

BSNL ୮୦ ଦିନର ଭ୍ୟାଲିଡିଟି ସହିତ ଏକ ନୂଆ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି । ଏହି ପ୍ଲାନ୍ ସହିତ ସରକାରୀ ଟେଲିକମ୍ କମ୍ପାନୀ ପୁଣି ଥରେ Airtel, Vodafone Idea ଇତ୍ୟାଦି ପ୍ରାଇଭେଟ୍ କକମ୍ପାନୀଗୁଡିକର ଟେନସନ୍ ବଢ଼ାଇ ଦେଇଛି । ଭାରତ ସଂଚାର ନିଗମ ଲିମିଟେଡ୍ BSNL ଏହି ପ୍ଲାନରେ ୮୦ ଦିନ ପାଇଁ ପ୍ରତିଦିନ ୨ GB ହାଇ-ସ୍ପିଡ୍ ଡାଟା ସହିତ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଏହା ବ୍ୟତୀତ, ପ୍ଲାନ୍ ଶେଷ ହେବା ପରେ ମଧ୍ୟ ୟୁଜର୍ସମାନେ ପ୍ରାଇଭେଟ୍ କମ୍ପାନୀଗୁଡିକ ତୁଳନାରେ ଅଧିକ ସମୟ ପାଇଁ ସେମାନଙ୍କ ନମ୍ବରରେ ଇନକମିଙ୍ଗ କଲ୍ ଫେସେଲିଟି ପାଆନ୍ତି ।
୮୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍ :
ଭାରତ ସଞ୍ଚାର ନିଗମ ଲିମିଟେଡ୍ ନିଜର ଅଫିସିଆଲ୍ X ହ୍ୟାଣ୍ଡେଲରୁ ଏହି ଶସ୍ତା ରିଚାର୍ଜ ପ୍ଲାନ୍ ବିଷୟରେ ସୂଚନା ଦେଇଛି । BSNL ର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ୮୦ ଦିନର ଭ୍ୟାଲିଡିଟି ସହିତ ୪୮୫ ଟଙ୍କାରେ ଉପଳବ୍ଧ । ଏହି ପ୍ଲାନ୍ ପାଇଁ ୟୁଜର୍ସମାନଙ୍କୁ ଦୈନିକ କେବଳ ୬ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏଥିରେ ଉପଲବ୍ଧ ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ୟୁଜର୍ସମାନେ ସାରା ଭାରତରେ ଯେକୌଣସି ନମ୍ବରକୁ ଅନଲିମିଟେଡ୍ କଲିଙ୍ଗର ସୁବିଧା ପାଇବେ ।
ଏହା ବ୍ୟତୀତ ୟୁଜର୍ସଙ୍କୁ ଫ୍ରି ନ୍ୟାସନାଲ୍ ରୋମିଂର ଲାଭ ମଧ୍ୟ ଦିଆଯିବ । ଏହି ପ୍ଲାନରେ BSNL ନିଜର ୟୁଜର୍ସମାନଙ୍କୁ ପ୍ରତିଦିନ ୨GB ହାଇ-ସ୍ପିଡ୍ ଡାଟା ପ୍ରଦାନ କରୁଛି । ଏହାର ଅର୍ଥ ହେଉଛି ୟୁଜର୍ସମାନେ ମୋଟ୍ ୧୬୦ GB ଡାଟା ପାଇପାରିବେ । ଏହା ସହିତ ୟୁଜର୍ସମାନଙ୍କୁ ପ୍ରତିଦିନ ୧୦୦ ଟି ଫ୍ରି SMS ର ମଧ୍ୟ ଲାଭ ମିଳିବ । କେବଳ ଏତିକି ନୁହେଁ, BSNL ନିଜର ସମସ୍ତ ମୋବାଇଲ୍ ୟୁଜର୍ସଙ୍କୁ ଫ୍ରିରେ BiTV ର ଆକ୍ସେସ୍ ଅଫର କରୁଛି । ଏହି ନୂଆ ସର୍ଭିସରେ ୟୁଜର୍ସମାନେ ୪୦୦ ରୁ ଅଧିକ live TV channels, OTT apps ଇତ୍ୟାଦି ଫ୍ରି ଆକ୍ସେସ୍ ପାଆନ୍ତି ।
୫୯୯ ଟଙ୍କିଆ ପ୍ଲାନ୍ :
ଏହା ବ୍ୟତୀତ BSNL ୟୁଜର୍ସଙ୍କ ପାଇଁ ୫୯୯ ଟଙ୍କାର ଏକ ପ୍ଲାନ୍ ମଧ୍ୟ ଲଞ୍ଚ କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସମାନଙ୍କୁ ମୋଟ୍ ୮୪ ଦିନର ଭ୍ୟାଲିଡିଟି ପ୍ରଦାନ କରାଯାଉଛି । ସରକାରୀ ଟେଲିକମ୍ କମ୍ପାନୀର ଏହି ପ୍ଲାନରେ ଦୈନିକ ୩ GB ହାଇ-ସ୍ପିଡ୍ ଡାଟା, ଫ୍ରି ନ୍ୟାସନାଲ୍ ରୋଗିଂ ଏବଂ ଦୈନିକ୍ ୧୦୦ ଫ୍ରି SMS ଭଳି ବେନିଫିଟ୍ସ ଉପଲବ୍ଧ । ଏହି ପ୍ଲାନ୍ ୨,୩୯୯ ଟଙ୍କାରେ ଉପଲବ୍ଧ, ଯେଉଁଥିରେ ୟୁଜର୍ସମାନଙ୍କୁ ମୋଟ୍ ୪୨୫ ଦିନର ଭ୍ୟାଲିଡିଟି ମିଳିବ । ଏଥିରେ ୟୁଜର୍ସମାନଙ୍କୁ ଅନଲିମିଟେଡ୍ କଲିଂ ସହିତ ଦୈନିକ ୨GB ହାଇ ସ୍ପିଡ୍ ଡାଟାର ଲାଭ ମିଳିଥାଏ ।
The post BSNL ଲଞ୍ଚ କଲା ୮୦ ଦିନିଆ ଶସ୍ତା ରିଚାର୍ଜ ପ୍ଲାନ୍, ଜାଣନ୍ତୁ କ’ଣ ରହିଛି ଖାସ୍ appeared first on KNews Odisha.