ଲାଲୁଙ୍କ ପରିବାର ନାଁରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୦।୧(ପି.ଟି.): ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ପ୍ରଦାନ ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ, ତାଙ୍କ ଝିଅ ତଥା ସାଂସଦ ମିସା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ୍‌ ମଙ୍ଗଳବାର ଦାଖଲ କରିଛି। ଆର୍‌ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଅନ୍ୟ ଝିଅ ହେମା ଯାଦବ, ଲାଲୁଙ୍କ ପରିବାରର ଘନିଷ୍ଠ ସହଯୋଗୀ ଅମିତ କାତ୍ୟାଲ(୪୯), ରେଳ କର୍ମଚାରୀ ଓ ହିତାଧିକାରୀ ହୃଦୟାନନ୍ଦ ଚୌଧରୀ, ଦୁଇଟି […] The post ଲାଲୁଙ୍କ ପରିବାର ନାଁରେ ଚାର୍ଜଶିଟ୍‌ appeared first on Dharitri Odia News.

ଲାଲୁଙ୍କ ପରିବାର ନାଁରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୦।୧(ପି.ଟି.): ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ପ୍ରଦାନ ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ, ତାଙ୍କ ଝିଅ ତଥା ସାଂସଦ ମିସା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ପ୍ରଥମ ଚାର୍ଜଶିଟ୍‌ ମଙ୍ଗଳବାର ଦାଖଲ କରିଛି। ଆର୍‌ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଅନ୍ୟ ଝିଅ ହେମା ଯାଦବ, ଲାଲୁଙ୍କ ପରିବାରର ଘନିଷ୍ଠ ସହଯୋଗୀ ଅମିତ କାତ୍ୟାଲ(୪୯), ରେଳ କର୍ମଚାରୀ ଓ ହିତାଧିକାରୀ ହୃଦୟାନନ୍ଦ ଚୌଧରୀ, ଦୁଇଟି କମ୍ପାନୀ ଏ.କେ. ଇନ୍‌ଫୋସିଷ୍ଟମ୍ସ ପ୍ରା.ଲିଃ ଏବଂ ଏ.ବି. ଏକ୍ସପଟର୍‌ସ ପ୍ରା.ଲିଃ ଏବଂ ୨ କମ୍ପାନୀର ନିର୍ଦ୍ଦେଶକ ଶାରିକୁଲ ବାରିଙ୍କ ନାଁ ଚାର୍ଜଶିଟ୍‌ରେ ରହିଛି। ଦିଲ୍ଲୀର ପିଏମ୍‌ଏଲ୍‌ଏ ଅଦାଲତରେ ଆସନ୍ତା ୧୬ ତାରିଖରେ ମାମଲାର ଶୁଣାଣି ହେବ। ଗତବର୍ଷ ନଭେମ୍ବରରେ ଇଡି କାତ୍ୟାଲଙ୍କୁ ଗିରଫ କରିଥିଲା। ଲାଲୁଙ୍କୁ ସମନ ହୋଇଥିଲେ ମଧ୍ୟ ସେ ଇଡି ନିକଟରେ ହାଜର ହୋଇ ନ ଥିଲେ। ତେବେ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଇଡି ଜେରାର ସମ୍ମୁଖୀନ ହୋଇଥିଲେ।

The post ଲାଲୁଙ୍କ ପରିବାର ନାଁରେ ଚାର୍ଜଶିଟ୍‌ appeared first on Dharitri Odia News.