ଜଙ୍ଗଲରେ ପଡ଼ିରହିଛି ମହିଳାଙ୍କ ମୃତଦେହ
ପଟ୍ଟାଙ୍ଗି,୨୯ା୧୨(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ଘାଟିଗୁଡ଼ା ପଣ୍ଡେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡ଼ିରହିଛି ଜଣେ ମହିଳାଙ୍କ ମୃତଦେହ। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଟିଫିକ୍ ଟିମ୍ ପହଞ୍ଚି ନ ଥିବାରୁ ଘଟଣାସ୍ଥଳରୁ ମୃତ ମହିଳାଙ୍କ ମୃତଦେହ ଉଠି ନ ଥିବା ଜଣାପଡ଼ିଛି। ସୂଚନା ମୁତାବକ ରବିବାର ଅପରାହ୍ନରେ ପୋଲିସ ନିକଟକୁ ଉପରୋକ୍ତ ଜଙ୍ଗଲରେ ଜଣେ ମୃତ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପହଞ୍ଚିଥିଲା। ଯାହାକୁ […] The post ଜଙ୍ଗଲରେ ପଡ଼ିରହିଛି ମହିଳାଙ୍କ ମୃତଦେହ appeared first on Dharitri Odia News.
ପଟ୍ଟାଙ୍ଗି,୨୯ା୧୨(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ଘାଟିଗୁଡ଼ା ପଣ୍ଡେଇ ଗ୍ରାମ ନିକଟସ୍ଥ ଜଙ୍ଗଲରେ ପଡ଼ିରହିଛି ଜଣେ ମହିଳାଙ୍କ ମୃତଦେହ। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଟିଫିକ୍ ଟିମ୍ ପହଞ୍ଚି ନ ଥିବାରୁ ଘଟଣାସ୍ଥଳରୁ ମୃତ ମହିଳାଙ୍କ ମୃତଦେହ ଉଠି ନ ଥିବା ଜଣାପଡ଼ିଛି।
ସୂଚନା ମୁତାବକ ରବିବାର ଅପରାହ୍ନରେ ପୋଲିସ ନିକଟକୁ ଉପରୋକ୍ତ ଜଙ୍ଗଲରେ ଜଣେ ମୃତ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପହଞ୍ଚିଥିଲା। ଯାହାକୁ ନେଇ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାରିପାଶର୍ବିକ ସ୍ଥିତି ଅନୁଧ୍ୟାନ କରି ମୃତ୍ୟୁର ପ୍ରକୃତ କାରଣ ଖୋଜିଥିଲେ ମଧ୍ୟ ସେପରି ଠୋସ୍ ତଥ୍ୟ ପାଇ ନ ଥିବାବେଳେ ମୃତ ମହିଳାଙ୍କ ମୃତଦେହ ନେଇ ସନ୍ଦେହ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏହା ଏକ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ପ୍ରକାଶ କରିଛି।
The post ଜଙ୍ଗଲରେ ପଡ଼ିରହିଛି ମହିଳାଙ୍କ ମୃତଦେହ appeared first on Dharitri Odia News.