କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୮।୩: କଂଗ୍ରେସକୁ ଆୟକର ଅପିଲ ପ୍ରାଧିକରଣ ITAT ରୁ ଝଟକା ଲାଗିଛି। ପାର୍ଟି ତା’ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ITAT ଖାରଜ କରି ଦେଇଛି। କହିରଖୁଛୁ କି, ଆୟକର ବିଭାଗ କଂଗ୍ରେସ ଓ ଯୁବ କଂଗ୍ରେସ ସହ ଜଡିତ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ବିଭାଗ ୨୧୦କୋଟି ଟଙ୍କାର ରିକଭରି ପାଇଁ ନିର୍ଦ୍ଦେଶ ଦେଇଛି। ଅର୍ଥାତ୍‌ କଂଗ୍ରେସକୁ ଏହି ଟଙ୍କା ଜରିମାନା […] The post କଂଗ୍ରେସକୁ ଝଟ୍‌କା appeared first on Dharitri Odia News.

କଂଗ୍ରେସକୁ ଝଟ୍‌କା

ନୂଆଦିଲ୍ଲୀ,୮।୩: କଂଗ୍ରେସକୁ ଆୟକର ଅପିଲ ପ୍ରାଧିକରଣ ITAT ରୁ ଝଟକା ଲାଗିଛି। ପାର୍ଟି ତା’ର ବ୍ୟାଙ୍କ ଖାତାଉପରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବା ପାଇଁ ଯାଚିକାରେ ଦାବି କରିଥିଲା ଯାହାକୁ ITAT ଖାରଜ କରି ଦେଇଛି।
କହିରଖୁଛୁ କି, ଆୟକର ବିଭାଗ କଂଗ୍ରେସ ଓ ଯୁବ କଂଗ୍ରେସ ସହ ଜଡିତ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇଥିଲା। ବିଭାଗ ୨୧୦କୋଟି ଟଙ୍କାର ରିକଭରି ପାଇଁ ନିର୍ଦ୍ଦେଶ ଦେଇଛି। ଅର୍ଥାତ୍‌ କଂଗ୍ରେସକୁ ଏହି ଟଙ୍କା ଜରିମାନା ଆକାରରେ ଆୟକର ବିଭାଗକୁ ଦେବାକୁ ପଡିବ। ପ୍ରାଧିକରଣର ଏହି ଘୋଷଣା ପରେ କଂଗ୍ରେସ କଂଗ୍ରେସ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ବିବେକ ତନ୍ଖା ଆଇଟିଏଟି ଆଦେଶକୁ ୧୦ଦିନ ପାଇଁ ସ୍ଥଗିତ ରଖିବାକୁ ଆଗ୍ରହ୍ୟ କରିଛନ୍ତି।

The post କଂଗ୍ରେସକୁ ଝଟ୍‌କା appeared first on Dharitri Odia News.