ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଲେନି ମମତା,ଷ୍ଟାଲିନ୍ ଓ ମେହେବୁବା

ନୂଆଦିଲ୍ଲୀ: ମତଦାନ ସରିବାର କିଛି ସମୟ ପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍ ଆସିବ। ହେଲେ ତା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଜରୁରୀ ବୈଠକ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏହି ବୈଠକ ହୋଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ, ରାଘବ ଚଡା, ଅଖିଳେଶ ଯାଦବ, ଶରଦ ପାୱାର ଓ ଫାରୁକ ଅବଦୁଲ୍ଲା ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି। ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗ ଦେଇ ନାହାନ୍ତି। ତେବେ କଂଗ୍ରେସ ପୂର୍ବରୁ ଘୋଷଣା କରିଥିଲା ଯେ ଏକ୍‌ଜିଟ୍ ପୋଲକୁ ନେଇ ଟେଲିଭିଜନ ବିତର୍କରେ ସାମିଲ୍ ହେବ ନାହିଁ। କାରଣ ଏଗୁଡିକ କେବଳ କଳ୍ପନାଜଳ୍ପନା ଓ ଅଯଥା ବାଦ-ବିବାଦ ସୃଷ୍ଟି କରିବ। ଅନ୍ୟପଟେ କଂଗ୍ରେସର ଏପରି ନିଷ୍ପତ୍ତିକୁ ବିଜେପି ସମାଲୋଚନା କରିଛି। ଏହା କଂଗ୍ରେସର ଆଗୁଆ ପରାଜୟର ସଂକେତ ବୋଲି ବିଜେପି କହିଛି। ସବୁଠାରୁ ବଡ଼ କଥା ହେଲା ମମତା ଓ ଷ୍ଟାଲିନ୍‌ଙ୍କର ବୈଠକରେ ଯୋଗ ନ ଦେବାକୁ ନେଇ ବଜେପି କଡ଼ା ନଜର ରଖିଛି। ଇଣ୍ଡିଆ ମେଣ୍ଟ ବୈଠକରେ ମମତା ବାନାର୍ଜୀ, ଏମ୍‌କେ ଷ୍ଟାଲିନଙ୍କ ସମେତ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତୀ ଯୋଗ ଦେଇ ନାହାନ୍ତି। ମମତା ବାତ୍ୟା ରେମାଲ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ବୈଠକକୁ ଆସିପାରି ନାହାନ୍ତି ବୋଲି କହିବା ସହିତ ଏମ୍‌କ

ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗ ଦେଲେନି ମମତା,ଷ୍ଟାଲିନ୍ ଓ ମେହେବୁବା

ନୂଆଦିଲ୍ଲୀ: ମତଦାନ ସରିବାର କିଛି ସମୟ ପରେ ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ ଏକ୍‌ଜିଟ୍‌ ପୋଲ୍ ଆସିବ। ହେଲେ ତା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଜରୁରୀ ବୈଠକ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଏହି ବୈଠକ ହୋଇଥିବା ବେଳେ ଅରବିନ୍ଦ କେଜ୍ରିୱାଲ, ରାଘବ ଚଡା, ଅଖିଳେଶ ଯାଦବ, ଶରଦ ପାୱାର ଓ ଫାରୁକ ଅବଦୁଲ୍ଲା ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି। ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗ ଦେଇ ନାହାନ୍ତି। 


ତେବେ କଂଗ୍ରେସ ପୂର୍ବରୁ ଘୋଷଣା କରିଥିଲା ଯେ ଏକ୍‌ଜିଟ୍ ପୋଲକୁ ନେଇ ଟେଲିଭିଜନ ବିତର୍କରେ ସାମିଲ୍ ହେବ ନାହିଁ। କାରଣ ଏଗୁଡିକ କେବଳ କଳ୍ପନାଜଳ୍ପନା ଓ ଅଯଥା ବାଦ-ବିବାଦ ସୃଷ୍ଟି କରିବ। ଅନ୍ୟପଟେ କଂଗ୍ରେସର ଏପରି ନିଷ୍ପତ୍ତିକୁ ବିଜେପି ସମାଲୋଚନା କରିଛି। ଏହା କଂଗ୍ରେସର ଆଗୁଆ ପରାଜୟର ସଂକେତ ବୋଲି ବିଜେପି କହିଛି। ସବୁଠାରୁ ବଡ଼ କଥା ହେଲା ମମତା ଓ ଷ୍ଟାଲିନ୍‌ଙ୍କର ବୈଠକରେ ଯୋଗ ନ ଦେବାକୁ ନେଇ ବଜେପି କଡ଼ା ନଜର ରଖିଛି। 

ଇଣ୍ଡିଆ ମେଣ୍ଟ ବୈଠକରେ ମମତା ବାନାର୍ଜୀ, ଏମ୍‌କେ ଷ୍ଟାଲିନଙ୍କ ସମେତ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତୀ ଯୋଗ ଦେଇ ନାହାନ୍ତି। ମମତା ବାତ୍ୟା ରେମାଲ ପ୍ରସ୍ତୁତିରେ ବ୍ୟସ୍ତ ଥିବାରୁ ବୈଠକକୁ ଆସିପାରି ନାହାନ୍ତି ବୋଲି କହିବା ସହିତ ଏମ୍‌କେଷ୍ଟାଲିନ୍ ନିଜେ ନ ଆସିଲେ ବି ତାଙ୍କ ଦଳର ଟିଆର୍ ବାଲୁ ଉପସ୍ଥିତ ରହିବେ ବୋଲି କହିଛନ୍ତି।