ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଭୋଟ ଦେବାକୁ ବାଧ୍ୟ କରି ପାରିବେନି ପୋଲିଂ କର୍ମଚାରୀ । କୌଣସି ଭୋଟର ଯଦି ପୋଲିଂ ବୁଥକୁ ଯାଇ ପରିଚୟ ପଞ୍ଜିକରଣ କରିବା ପରେ ଭୋଟ ଦେବାକୁ ମନା କରନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ପୋଲିଂ କର୍ମଚାରୀ ବାଧ୍ୟ କରିପାରିବେ ନାହିଁ । କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ନିଷ୍ପତ୍ତି ଭୋଟରଙ୍କ ଅଧିକାରର ଅନ୍ତର୍ଭୁକ୍ତ । ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ୧୯୬୧ ରୁଲ ୪୯-ଓରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି […] The post ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ appeared first on KNews Odisha.

ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଭୋଟ ଦେବାକୁ ବାଧ୍ୟ କରି ପାରିବେନି ପୋଲିଂ କର୍ମଚାରୀ । କୌଣସି ଭୋଟର ଯଦି ପୋଲିଂ ବୁଥକୁ ଯାଇ ପରିଚୟ ପଞ୍ଜିକରଣ କରିବା ପରେ ଭୋଟ ଦେବାକୁ ମନା କରନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ପୋଲିଂ କର୍ମଚାରୀ ବାଧ୍ୟ କରିପାରିବେ ନାହିଁ । କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ନିଷ୍ପତ୍ତି ଭୋଟରଙ୍କ ଅଧିକାରର ଅନ୍ତର୍ଭୁକ୍ତ । ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ୧୯୬୧ ରୁଲ ୪୯-ଓରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି । ଏହି ନିୟମ ଅନୁଯାୟୀ ଯଦି କୌଣସି ଭୋଟର ବୁଥ ଭିତରେ ପହଞ୍ଚି ପରିଚୟ ପତ୍ର ତନଖି ଓ ପଞ୍ଜିକରଣ କରାଇବା ପରେ ଭୋଟ ନଦେବାକୁ ନିଷ୍ପତ୍ତି ନିଅନ୍ତି ତେବେ ପୋଲିଂ ଅଧିକାରୀ ଫର୍ମ 17Aରେ ଏ ସମ୍ପର୍କରେ ମନ୍ତବ୍ୟ ଦେବା ସହ ଭୋଟରଙ୍କ ସ୍ୱାକ୍ଷର କିମ୍ବା ଟିପ ଚିହ୍ନ ନେବେ । ନିୟମଟି ପୂର୍ବରୁ ଥିଲେ ମଧ୍ୟ ସଚେତନତା ଅଭାବରୁ ଅଧିକାଂଶ ଭୋଟର ଏହି ଅଧିକାର ସମ୍ପର୍କରେ ଜାଣିନାହାନ୍ତି । ଭୋଟ ନଦେବା ନିଷ୍ପତ୍ତି ନିର୍ବାଚନର ଫଳାଫଳ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଜଣାପଡିଛି ।

The post ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ appeared first on KNews Odisha.