ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ !
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଫେରିବେ ହେମନ୍ତ ସୋରେନ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ । ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ବାସଭବନରେ, ଇଣ୍ଡିଆ ବ୍ଲକର ବୈଠକ ହୋଇଥିଲା । ଯେଉଁଥିରେ ହେମନ୍ତ ସୋରେନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚମ୍ପେଇ ସୋରେନଙ୍କ ଇସ୍ତଫା ପରେ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବ। ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଫେବ୍ରୁଆରୀ ୨ ତାରିଖରେ […] The post ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ ! appeared first on KNews Odisha.

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଫେରିବେ ହେମନ୍ତ ସୋରେନ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ । ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନଙ୍କ ବାସଭବନରେ, ଇଣ୍ଡିଆ ବ୍ଲକର ବୈଠକ ହୋଇଥିଲା । ଯେଉଁଥିରେ ହେମନ୍ତ ସୋରେନଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚମ୍ପେଇ ସୋରେନଙ୍କ ଇସ୍ତଫା ପରେ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହେବ।
ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ଫେବ୍ରୁଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ ଚମ୍ପେଇ ସୋରେନ। ଜାନୁଆରୀ ୩୧ ତାରିଖରେ, ଏକ ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ଗତ ଜୁନ ୨୮ ତାରିଖରେ ହେମନ୍ତ ସୋରେନଙ୍କୁ ଜାମିନ ମିଳିଥିଲା।
The post ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ ! appeared first on KNews Odisha.