Redmi ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ମିଳିବ ୭୫୫୦mAh ର ଦମଦାର୍ ବ୍ୟାଟେରୀ

Redmi ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଆଉ ଏକ ଫୋନ୍ ଲଞ୍ଚ କରିଛି । Xiaomiର ଏହି ଫୋନଟି Redmi Turbo 4 Pro ନାମରେ ଆସିଛି । ଏଥିରେ ୧୬GB RAM, Qualcomm Snapdragon 8s Gen 4 ପ୍ରୋସେସର୍ ଭଳି ଶକ୍ତିଶାଳୀ ଫିଚର୍ସ ରହିଛି । ଏହି Redmi ଫୋନର ବ୍ୟାକରେ iPhone 16 ପରି କ୍ୟାମେରା ଡିଜାଇନ୍ ଅଛି । ଏହା ସହିତ, ଏହି ଫୋନଟି IP65, IP68 ଭଳି ୱାଟର ଏବଂ […] The post Redmi ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ମିଳିବ ୭୫୫୦mAh ର ଦମଦାର୍ ବ୍ୟାଟେରୀ appeared first on KNews Odisha.

Redmi ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ମିଳିବ ୭୫୫୦mAh ର ଦମଦାର୍ ବ୍ୟାଟେରୀ
redmi

Redmi ଏକ ପାୱାରଫୁଲ୍ ବ୍ୟାଟେରୀ ସହିତ ଆଉ ଏକ ଫୋନ୍ ଲଞ୍ଚ କରିଛି । Xiaomiର ଏହି ଫୋନଟି Redmi Turbo 4 Pro ନାମରେ ଆସିଛି । ଏଥିରେ ୧୬GB RAM, Qualcomm Snapdragon 8s Gen 4 ପ୍ରୋସେସର୍ ଭଳି ଶକ୍ତିଶାଳୀ ଫିଚର୍ସ ରହିଛି । ଏହି Redmi ଫୋନର ବ୍ୟାକରେ iPhone 16 ପରି କ୍ୟାମେରା ଡିଜାଇନ୍ ଅଛି । ଏହା ସହିତ, ଏହି ଫୋନଟି IP65, IP68 ଭଳି ୱାଟର ଏବଂ ଡଷ୍ଟ ରେଟିଂ ସହିତ ଆସିଥାଏ ।

Redmi Turbo 4 Pro ର ଚାରୋଟି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି ଯାହା ହେଉଛି – ୧୨GB RAM + ୨୫୬GB ଷ୍ଟୋରେଜ୍, ୧୨GB RAM + ୫୧୨GB ଷ୍ଟୋରେଜ୍, ୧୬GB RAM + ୫୧୨GB ଷ୍ଟୋରେଜ୍, ଏବଂ ୧୬GB RAM + 1TB । ଏହାର ପ୍ରାରମ୍ଭିକ ମୂଲ୍ୟ CNY ୨୧୯୯ (ପ୍ରାୟ ୨୫,୭୦୦ ଟଙ୍କା) । ସେହିପରି, ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ CNY ୨,୯୯୯ (୩୫,୧୦୦ ଟଙ୍କା) ରହିଛି । ଏହି ସ୍ମାର୍ଟଫୋନକୁ ବ୍ଲାକ୍, ଗ୍ରୀନ୍ ଏବଂ ହ୍ବାଇଟ୍ କଲରରେ କିଣାଯାଇପାରିବ ।

Redmi Turbo 4 Pro ର ଫିଚର୍ସ :
ଏହି Redmi ଫୋନ୍‌ଟି ୬.୮୩ ଇଞ୍ଚର OLED ଡିସ୍‌ପ୍ଲେ ସହିତ ଆସିଥାଏ । ଫୋନର ଡିସପ୍ଲେର ରିଜୋଲ୍ୟୁସନ୍ ୧.୫K ଏବଂ ଏହା ୧୨୦Hz ଉଚ୍ଚ ରିଫ୍ରେସ୍ ହାର ସହିତ ୩୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନ୍‌ଟି Qualcomm Snapdragon 8s Gen 4 ପ୍ରୋସେସରରେ କାମ କରେ, ଯାହା ସହିତ ୧୬GB LPDDR5X RAM ଏବଂ 1TB ଷ୍ଟୋରେଜ୍ ଦିଆଯାଇଛି ।

ଏହି Xiaomi Redmi ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ iPhone 16 ପରି ଏକ ଭର୍ଟିକାଲ୍ ଆଲାଇନଣ୍ଡ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଫୋନରେ ଏକ ୫୦MP ମେନ୍ OIS କ୍ୟାମେରା ରହିଛି । ଏହା ସହିତ ଏକ ୮MP ଅଲ୍ଟ୍ରା ୱାଇଡ୍ କ୍ୟାମେରା ମଧ୍ୟ ଉପଲବ୍ଧ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୨୦MP କ୍ୟାମେରା ଅଛି ।

ଏହି Redmi ଫୋନରେ ୭,୫୫୦mAh ର ବଡ଼ ବ୍ୟାଟେରୀ ଅଛି । ଏଥିରେ ୯୦W ଫାଷ୍ଟ ୱାୟାର୍ଡ ଚାର୍ଜିଂ ଏବଂ ୨୨.୫W ରିଭର୍ସ ଚାର୍ଜିଂ ରହିଛି । ଏହି ଫୋନଟି Android 15 ଉପରେ ବେସ୍ଡ HyperOS ସହିତ ଆସିଥାଏ । ଏଥିରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, IP66, IP68 ଏବଂ IP69 ୱାଟର ଏବଂ ଡଷ୍ଟ ରେଟିଂ ବୈଶିଷ୍ଟ୍ୟ ରହିଛି । ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।

The post Redmi ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ମିଳିବ ୭୫୫୦mAh ର ଦମଦାର୍ ବ୍ୟାଟେରୀ appeared first on KNews Odisha.