ସୁରକ୍ଷା କର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡ଼ି ୪ ବାଳ ଅପରାଧୀ ଛୁ

ସୁରକ୍ଷା କର୍ମୀଙ୍କୁ ପାଣି ପିଇବାକୁ ମାଗିଲେ। ଏହି ବାହାନାରେ ତାଙ୍କ ଆଖିକୁ ଫୋପାଡ଼ିଲେ ଲଙ୍କା ଗୁଣ୍ଡ। ଏହି ସୁଯୋଗରେ ବାଳ ସ୍ୱଧାର ଗୃହରୁ ଫେରାର ହୋଇଗଲେ ୪ ବାଳ ଅପରାଧୀ।

ସୁରକ୍ଷା କର୍ମୀଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡ଼ି ୪ ବାଳ ଅପରାଧୀ ଛୁ

ସୁରକ୍ଷା କର୍ମୀଙ୍କୁ ପାଣି ପିଇବାକୁ ମାଗିଲେ। ଏହି ବାହାନାରେ ତାଙ୍କ ଆଖିକୁ ଫୋପାଡ଼ିଲେ ଲଙ୍କା ଗୁଣ୍ଡ। ଏହି ସୁଯୋଗରେ ବାଳ ସ୍ୱଧାର ଗୃହରୁ ଫେରାର ହୋଇଗଲେ ୪ ବାଳ ଅପରାଧୀ। ଏପରି ଏକ ଘଟଣା ରାଜସ୍ଥାନର ହନୁମାନଗଡ଼ରେ ଘଟିଛି। ପୁଲିସ୍‌ ଏହି ଘଟଣାର ଛାନଭିନ ଆରମ୍ଭ କରିଛି।

ହନୁମାନଗଡ଼ ବାଳ ସ୍ୱଧାର ଗୃହର ନିରୀକ୍ଷକ ମନୋଜ କୁମାରଙ୍କ କହିବାନୁଯାୟୀ, ବାଳ ଅପରାଧୀମାନେ ସୁରକ୍ଷା କର୍ମୀଙ୍କୁ ପାଣି ପିଇବାକୁ ମାଗିଥିଲେ। ଏହାପରେ ସୁରକ୍ଷା କର୍ମୀଜଣକ ଗେଟ୍‌ ଖୋଲିବାରୁ ବାଳ ଅପରାଧୀମାନେ ତାଙ୍କ ଆଖିକୁ ଲଙ୍କା ଗୁଣ୍ଡ ଫୋପାଡ଼ି ଫେରାର ହୋଇ ଯାଇଥିଲେ।

ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ସିସିଟିଭିରେ କଏଦ ହୋଇଯାଇଥିବା ବେଳେ ତତ୍‌କ୍ଷଣାତ ପୁଲିସ୍‌କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଛି।

ବାଳ ସ୍ୱଧାର ଗୃହର ନିରୀକ୍ଷକଙ୍କ କହିବାନୁଯାୟୀ, ଫେରାର ବାଳ ଅପରାଧୀମାନେ ଚୋରି ତଥା ଭିନ୍ନ ଭିନ୍ନ ଅଭିଯୋଗରେ ଏଠାକୁ ଆସିଥିଲେ। ହନୁମାନଗଡ଼ ବାଳ ସ୍ୱଧାର ଗୃହରେ ସମୁଦାୟ ୯ ବାଳ ଅପରାଧୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଫେରାର ହେବା ଘଟଣା କର୍ତ୍ତୃପକ୍ଷଙ୍କ ଟେନସନ୍‌କୁ ବଢ଼ାଇ ଦେଇଛି।