ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ନୂଆଦିଲ୍ଲୀ,୧।୨: ଫେବୃଆରୀ ୨ ତାରିଖରୁ ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେ-୧୧ ଘୋଷଣା କରିଛି। ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି। ସେହିପରି ସ୍ପିନର ଶୋଏବ ବଶିର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୧୯୦ ରନ ପଛରେ ରହିଥିଲେ ହେଁ ୨୮ ରନ୍‌ରେ ଜିତିଥିଲା। […] The post ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା appeared first on Dharitri Odia News.

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ନୂଆଦିଲ୍ଲୀ,୧।୨: ଫେବୃଆରୀ ୨ ତାରିଖରୁ ବିଶାଖାପାଟନମରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ପ୍ଲେ-୧୧ ଘୋଷଣା କରିଛି। ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ନିଜ ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ହୋଇଛି। ସେହିପରି ସ୍ପିନର ଶୋଏବ ବଶିର ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୧୯୦ ରନ ପଛରେ ରହିଥିଲେ ହେଁ ୨୮ ରନ୍‌ରେ ଜିତିଥିଲା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨ ରୁ ୬ ଫେବୃଆରୀ ପର୍ଯ୍ୟନ୍ତ ବିଶାଖାପାଟନମ ସ୍ଥିତ ଓ୍ବାଇଏସ ରାଜଶେଖର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଇଂରାଜୀ ଦଳ ୧-୦ରେ ଆଗୁଆ ରହିଛି।

ସୂଚନାଯୋଗ୍ୟ, ଷ୍ଟାର ସ୍ପିନର ଜ୍ୟାକ ଲିଚ ଆହତ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାହାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଯୁବ ସ୍ପିନର ଶୋଏବ ବଶୀର ତାଙ୍କ ସ୍ଥାନରେ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ସିନିୟର ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ମାର୍କ ଉଡ୍‌ଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଇଂଲଣ୍ଡ ଦଳ ତିନି ଜଣ ସ୍ପିନର ଏବଂ ଜଣେ ଦ୍ରୁତ ବୋଲରଙ୍କ ସହ ପ୍ରବେଶ କରିଛନ୍ତି।

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡର ପ୍ଲେ-୧୧ : ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପୋପ, ଜୋ ରୁଟ, ଜନି ବେୟରଷ୍ଟୋ, ବେନ ଷ୍ଟୋକ୍ସ (ଅଧିନାୟକ), ବେନ ଫୋକ୍ସ (ଉଇକେଟ୍‌ କିପର), ରେହାନ ଅହମ୍ମଦ, ଟମ ହାର୍ଟଲି, ଶୋଏବ ବଶିର ଏବଂ ଜେମ୍ସ ଆଣ୍ଡରସନ।

The post ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା appeared first on Dharitri Odia News.