ଲୋକସେବା ଭବନ ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର

ନନ୍ଦିଘୋଷ ବ୍ୟୁରୋ: ପୁରୁଣା ଆଲମୀରା, ପରିତ୍ୟକ୍ତ ଫର୍ଣ୍ଣିଚରର ଡମ୍ପିଂୟାର୍ଡ ପାଲଟିଛି ଲୋକସେବା ଭବନ । ନିଲାମ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ... The post ଲୋକସେବା ଭବନ ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର appeared first on .

ଲୋକସେବା ଭବନ ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର

ନନ୍ଦିଘୋଷ ବ୍ୟୁରୋ: ପୁରୁଣା ଆଲମୀରା, ପରିତ୍ୟକ୍ତ ଫର୍ଣ୍ଣିଚରର ଡମ୍ପିଂୟାର୍ଡ ପାଲଟିଛି ଲୋକସେବା ଭବନ । ନିଲାମ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲା ପରେ ବି କାର୍ଯ୍ୟକାରୀ ହେଲାନି । ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ସାଧାରଣ ପ୍ରଶାସନ ବିଭାଗ ଗତ ୧୮ ତାରିଖ ସୁଦ୍ଧା ନିଲାମ କରିବାକୁ ଜାରି କରିଥିଲା ନିର୍ଦ୍ଦେଶନାମା । ହେଲେ କୌଣସି ବିଭାଗ ଏ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି । ଓଡ଼ିଶା ସରକାରଙ୍କ ନୀତି ନିର୍ଦ୍ଧାରଣ ସ୍ଥାନ ଯଦି ଏପରି ପରିତ୍ୟକ୍ତ ସାମଗ୍ରୀରେ ପରିପୂର୍ଣ୍ଣ ହେବ ତାହେଲେ ଆଉ କେଉଁ ସରକାରୀ ଅଫିସର ଅବସ୍ଥା କଣ ଥିବା ତାକୁ ନେଇ ପରିବେଶବିତ ପ୍ରଶ୍ନ ଉଠାଇଛନ୍ତି ।

ଲୋକସେବା ଭବନ ନା ଡମ୍ପିଂୟାର୍ଡ । ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର । ଖରାପାଣି ଖାଇ ସଢୁଛି । ଡେଙ୍ଗୁ ଓ ମ୍ୟାଲେରିଆ ମଶାଙ୍କ ହେଲାଣି ଏନ୍ତୁଡ଼ିଶାଳ । ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଫୁ କରିଦେଇଛନ୍ତି ବିଭାଗୀୟ ଅଧିକାରୀ । ଦେଖନ୍ତୁ ଏ ଫଟୋ ଓ ଦୃଶ୍ୟକୁ ।.. .. ଗଦା ଗଦା ହୋଇ ପଡ଼ିରହିଛି ପୁରୁଣା ଆଲମୀରା । ଏବେ ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ସାଧାରଣ ପ୍ରଶାସନ ବିଭାଗ ଗତ ୬ ତାରିଖରେ ଜାରି କରିଥିବା ଏହି ନିର୍ଦ୍ଦେଶନାମା । କ୍ୟାମ୍ପସରେ ଯେତେ ପୁରୁଣା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର ରହିଛି ତାକୁ ତତ୍କାଳ ୧୮ ତାରିଖ ସୁଦ୍ଧା ନିଲାମ କରି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶକୁ ମାନୁନାହାନ୍ତି ବିଭାଗୀୟ ଅଧିକାରୀ । ନିଲାମ ହୋଇନି କି ଲୋକସେବା ଭବନ ସଫା ହେଉନି । ଚାକିରି ଭୟରେ କ୍ୟାମେରା ଆଗରେ ମୁହଁ ନ ଖୋଲିଲେ ବି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ସରକାରୀ ବାବୁ କିପରି ବାଏଁ ବାଏଁ ଉଡାଇଦେଉଛନ୍ତି ତାକୁ ନେଇ ଆଖି ତରାଟି ଦେଇଛନ୍ତି । ଏ ନେଇ ପରିବେଶବିତ ବି ତାଜୁବ ।

ଲୋକସେବା ଭବନ ହେଉଛି ସରକାରଙ୍କ ନୀତି ନିର୍ଦ୍ଧାରଣ ସ୍ଥାନ । ଏଠି ଦୈନିକ ଶହ ଶହ ଲୋକ ଆସୁଛନ୍ତି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା ପୁଞ୍ଜି ସମ୍ମିଳନୀ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତରୁ ଆସିଛନ୍ତି । କନକ୍ଲେଭ୍ ସମୟରେ ଆସିଥିବା ବଡ଼ ବଡ଼ ପୁଞ୍ଜିନିବେଶକାରୀ ନିଶ୍ଚିତ ଭାବେ ଲୋକସେବା ଭବନ ବି ଗସ୍ତ କରିବେ। ଏପରି ପଡ଼ିରହିଥିବା ପରିତ୍ୟକ୍ତ ଫର୍ଣ୍ଣିଚର ଦେଖିଲେ ସେମାନଙ୍କ ମନରେ ସରକାରଙ୍କ ପ୍ରତି କଣ ଧାରଣା ହେବ ତାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ତ? ଖୋଦ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଯଦି ପାଳନ ହେଉନି ତାହେଲେ ଏଠି ମୁଖିଆ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ନିୟମାନୁଯାୟୀ ପୁରୁଣା ଆଲମୀରା ଓ ଫର୍ଣ୍ଣିଚର ଯେଉଁ ବିଭାଗର ହୋଇଥିବ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେହି ବିଭାଗର ସଚିବ ଧାର୍ଯ୍ୟ ତାରିଖ ସୁଦ୍ଧା ନିଲାମ କରିଦେବାର ଥିଲା । ଏପରି ନ କରି ସରକାରୀ ବାବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସମ୍ମାନ କରିଥିବା ଲୋକେ ଅଭିଯୋଗ କରିଛନ୍ତି ।

 

 

The post ଲୋକସେବା ଭବନ ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର appeared first on .