ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ମୁଖିଆ କରିବାକୁ କସରତ ଚଳାଇଛନ୍ତି ଝିଅ ସୋଫିଆ ଫିରଦୌସ

ନନ୍ଦିଘୋଷ ବ୍ୟୁରୋ: ବାପାଙ୍କୁ ପିସିସି ସଭାପତି କରିବାକୁ ଅଣ୍ଟା ଭିଡ଼ିଲେ ଝିଅ। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ମୁଖିଆ... The post ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ମୁଖିଆ କରିବାକୁ କସରତ ଚଳାଇଛନ୍ତି ଝିଅ ସୋଫିଆ ଫିରଦୌସ appeared first on .

ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ମୁଖିଆ କରିବାକୁ କସରତ ଚଳାଇଛନ୍ତି ଝିଅ ସୋଫିଆ ଫିରଦୌସ

ନନ୍ଦିଘୋଷ ବ୍ୟୁରୋ: ବାପାଙ୍କୁ ପିସିସି ସଭାପତି କରିବାକୁ ଅଣ୍ଟା ଭିଡ଼ିଲେ ଝିଅ। ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ମୁଖିଆ କରିବାକୁ କସରତ ଚଳାଇଛନ୍ତି ବିଧାୟିକା ଝିଅ ସୋଫିଆ ଫିରଦୌସ।ଦୃଢ ସଂଗଠନ ଭାବେ କଂଗ୍ରେସକୁ ଆଗକୁ ନେବାକୁ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଚଳାଇଛନ୍ତି ଜୋରଦାର ଲବି। ପିସିସିର ସବୁ କମିଟିକୁ ଏଆଇସିସି ଭାଙ୍ଗିବା ପରେ ପିସିସି ସଭାପତି ଚୌକି ପାଇଁ ଭିନ୍ନ ଢଙ୍ଗରେ ନେତା ଉଦ୍ୟମ ଆରମ୍ଭ କରିଛନ୍ତି। କିଛିନେତା ଦିଲ୍ଲୀରେ ସଭାପତି ହେବା ପାଇଁ କସରତ ଚଳାଇଥିବା ବେଳେ ଓଡ଼ିଶାରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ବାପାଙ୍କ ପାଇଁ ଅଣ୍ଟା ଭିଡ଼ିଲେ ବିଧାୟିକା ଝିଅ। ପିସିସି ସଭାପତି ଲାଗି ମୋକିମଙ୍କ ନାଁକୁ ଆଗକୁ ବଢାଇଲେ ଝିଅ ସୋଫିଆ ଫିରଦୌସ। ଦିଲ୍ଲୀରେ ଜୋରଦାର ଚଳାଇଛନ୍ତି ଲବି। କିଏ ହେବେ ପରବର୍ତ୍ତୀ ପିସିସି ସଭାପତି। କାହା ମୁଣ୍ଡରେ ଢଳାହେବ ସୁନାକଳସ। ରାଜସ୍ଥାନ ଢାଞ୍ଚାରେ ଓଡ଼ିଶା ପିସିସିର ସବୁ କମିଟି ଏଆଇସିସି ଭଂଗ କରିବା ପରେ ଭୁବନେଶ୍ବରୁ ଦିଲ୍ଲୀ ଯାଏ ଚାଲିଛି ଏ ଚର୍ଚ୍ଚା। ଓଡ଼ିଶାର ନୂଆ କଂଗ୍ରେସ ମୁଖିଆ ହେବା ପାଇଁ ଦଳରେ ଆରମ୍ଭ ହୋଇଛି ଜୋରଦାର କସଲତ। ଦିଲ୍ଲୀରେ କିଛି ବରିଷ୍ଠ କଂଗ୍ରେସ ନେତା ସଭାପତି ହେବାକୁ ଲବି ଚଳାଇଛନ୍ତି। ଏସବୁ ଭିତରେ ବାପାଙ୍କୁ ପିସିସି ସଭାପତି କରିବା ପାଇଁ ଅଣ୍ଟା ଭିଡ଼ିଲେ ବିଧାୟିକା ଝିଅ ସୋଫିଆ ଫିରଦୌସ। ସୋଫିଆଙ୍କ ଯୁକ୍ତି, ବାପା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ହେଉଛନ୍ତି ଜଣେ ଦୃଢ ସଂଗଠକ। ସବୁବେଳେ ଲୋକଙ୍କ ସହ ଯୋଡ଼ି ହୋଇ ଅଛନ୍ତି।ତେଣୁ ସେ ପିସିସି ସଭାପତି ହେଲେ ଭଲ ହେବ ବୋଲି କହିଛନ୍ତି ଝିଅ ସୋଫିଆ। ଓଡ଼ିଶା କଂଗ୍ରେସର ଜଣେ ଟାଣୁଆ ଓ ତୃଣମୂଳସ୍ତରର ନେତାଙ୍କୁ ପିସିସି ସଭାପତି କରିବାକୁ ସବୁ ନେତା ପ୍ରସ୍ତାବ ଦେଇଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ଦଳର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି, କାହାକୁ ପିସିସି ସଭାପତି କଲେ ଭଲ ହେବ ଏହି ନିଷ୍ପତି ଠିକଣା ସମୟରେ ନିଆଯିବ ।

ସେପଟେ ୨୦୨୪ ନିର୍ବାଚନ ପରାଜୟ ପରେ ଏଆଇସିସି ପକ୍ଷରୁ ଗଠିତ ଅନୁସନ୍ଧାନକାରୀ ଦଳ ଓଡ଼ିଶା ଗସ୍ତ କରିବା ପୂର୍ବରୁ ପିସିସିର ସବୁ କମିଟି ଭାଙ୍ଗିଛନ୍ତି ହାଇକମାଣ୍ଡ। ସେପଟେ ଓଡ଼ିଶାର ତୃଣମୂଳସ୍ତରର ନେତାଙ୍କ ସହ ଆଲୋଚନା ନକରି ପିସିସି ନିଯୁକ୍ତି ନିଷ୍ପତି ଦଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି। ତେଣୁ ପିସିସି ସଭାପତି କେବଳ ଦିଲ୍ଲୀ ଲବିରେ ବଛାଯିବ ବୋଲି ସମୀକ୍ଷକ ଆକଳନ କରିଛନ୍ତି ।

 

 

The post ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ମୁଖିଆ କରିବାକୁ କସରତ ଚଳାଇଛନ୍ତି ଝିଅ ସୋଫିଆ ଫିରଦୌସ appeared first on .