ଟିମ୍ ଇଣ୍ଡିଆର ସବୁଠାରୁ ଖରାପ ଫିଲ୍ଡର ! ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୨୫।୧୦: ଟିମ୍‌ ଇଣ୍ଡିଆର ଫିଲ୍ଡିଂ । ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ବିବେଚନା କରାଯାଏ । ଟେଷ୍ଟରେ ମ୍ୟାଚ୍ ଜିତିବାରେ ଫିଲ୍ଡିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଜାଣନ୍ତି କି ଟିମ୍ ଇଣ୍ଡିଆରେ ଏପରି ଜଣେ ଷ୍ଟାର ପ୍ଲେୟର ଅଛନ୍ତି, ଯିଏକି ଟିମ୍‌ର ସବୁଠାରୁ ଖରାପ ଫିଲ୍ଡର ? ଏହି ଷ୍ଟାର ପ୍ଲେୟର ହେଉଛନ୍ତି ବିରାଟ କୋହଲି । କ୍ୟାଚ୍ ଡ୍ରପ୍ କରିବାରେ କୋହଲି ସବୁଠାରୁ ଆଗରେ ଅଛନ୍ତି । ୨୦୧୯ ପରଠାରୁ ସେ  କୋହଲି ଭାରତ ପାଇଁ ସବୁଠାରୁ ଅଧିକ କ୍ୟାଚ୍ ଛାଡିଛନ୍ତି । କୋହଲି ବିଗତ ୫ରେ ଛାଡିଛନ୍ତି ୧୭ଟି କ୍ୟାଚ୍ । ଏହି ଲିଷ୍ଟରେ ଦ୍ୱିତୀୟରେ ଅଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ୨୦୧୯ଠାରୁ ଟେଷ୍ଟରେ ହିଟ୍ମ୍ୟାନ୍ ୧୨ଟି କ୍ୟାଚ୍ ଛାଡିଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି ଅଜିଙ୍କ୍ୟ ରାହାଣେ । ସେ ୯ଟି କ୍ୟାଚ୍ ଛାଡି ଲିଷ୍ଟର ୩ୟରେ ସ୍ଥାନରେ ରହିଛନ୍ତି । ତେବେ ରୋହିତ-ବିରାଟଙ୍କ ତୁଳନାରେ ସେ କମ୍ ମ୍ୟାଚ୍ ଖେଳିଛନ୍ତି । ଏହି ତାଲିକାରେ ହନୁମା ବିହାରୀ ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ୨୦୧୯ଠାରୁ ଭାରତର ଛାଡିଛନ୍ତି ୮ଟି କ୍ୟାଚ୍ । ଏଥିରେ ଚେତେଶ୍ୱର ପୂଜାରାଙ୍କ ରେକର୍ଡ ମଧ୍ୟ ବହୁତ ଖରାପ ରହିଛି । ସେ ଦୀର୍ଘ ୫ବର୍ଷରେ ୭ଟି କ୍ୟାଚ୍ ଛାଡିଛନ୍ତି । ଏହାବ୍ୟତୀତ ସେ ଲମ୍ବା ସମୟରୁ ଟିମ୍ର ଅଂଶ ନଥିଲେ ।  କେ.ଏଲ୍ ରାହୁଲ ମଧ୍ୟ ଚେତେଶ୍ୱର ପୂଜାରାଙ୍କ ପଛରେ ନାହାଁନ

ଟିମ୍ ଇଣ୍ଡିଆର ସବୁଠାରୁ ଖରାପ ଫିଲ୍ଡର ! ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ନୂଆଦିଲ୍ଲୀ ୨୫।୧୦: ଟିମ୍‌ ଇଣ୍ଡିଆର ଫିଲ୍ଡିଂ । ବର୍ତ୍ତମାନ ସମୟରେ ସବୁଠାରୁ ଶକ୍ତିଶାଳୀ ବିବେଚନା କରାଯାଏ । ଟେଷ୍ଟରେ ମ୍ୟାଚ୍ ଜିତିବାରେ ଫିଲ୍ଡିଂ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଜାଣନ୍ତି କି ଟିମ୍ ଇଣ୍ଡିଆରେ ଏପରି ଜଣେ ଷ୍ଟାର ପ୍ଲେୟର ଅଛନ୍ତି, ଯିଏକି ଟିମ୍‌ର ସବୁଠାରୁ ଖରାପ ଫିଲ୍ଡର ? 


ଏହି ଷ୍ଟାର ପ୍ଲେୟର ହେଉଛନ୍ତି ବିରାଟ କୋହଲି । କ୍ୟାଚ୍ ଡ୍ରପ୍ କରିବାରେ କୋହଲି ସବୁଠାରୁ ଆଗରେ ଅଛନ୍ତି । ୨୦୧୯ ପରଠାରୁ ସେ  କୋହଲି ଭାରତ ପାଇଁ ସବୁଠାରୁ ଅଧିକ କ୍ୟାଚ୍ ଛାଡିଛନ୍ତି । କୋହଲି ବିଗତ ୫ରେ ଛାଡିଛନ୍ତି ୧୭ଟି କ୍ୟାଚ୍ । ଏହି ଲିଷ୍ଟରେ ଦ୍ୱିତୀୟରେ ଅଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ୨୦୧୯ଠାରୁ ଟେଷ୍ଟରେ ହିଟ୍ମ୍ୟାନ୍ ୧୨ଟି କ୍ୟାଚ୍ ଛାଡିଛନ୍ତି । 

ଏହି ତାଲିକାରେ ସାମିଲ ଅଛନ୍ତି ଅଜିଙ୍କ୍ୟ ରାହାଣେ । ସେ ୯ଟି କ୍ୟାଚ୍ ଛାଡି ଲିଷ୍ଟର ୩ୟରେ ସ୍ଥାନରେ ରହିଛନ୍ତି । ତେବେ ରୋହିତ-ବିରାଟଙ୍କ ତୁଳନାରେ ସେ କମ୍ ମ୍ୟାଚ୍ ଖେଳିଛନ୍ତି । ଏହି ତାଲିକାରେ ହନୁମା ବିହାରୀ ଚତୁର୍ଥ ସ୍ଥାନରେ ଅଛନ୍ତି । ସେ ୨୦୧୯ଠାରୁ ଭାରତର ଛାଡିଛନ୍ତି ୮ଟି କ୍ୟାଚ୍ । 


ଏଥିରେ ଚେତେଶ୍ୱର ପୂଜାରାଙ୍କ ରେକର୍ଡ ମଧ୍ୟ ବହୁତ ଖରାପ ରହିଛି । ସେ ଦୀର୍ଘ ୫ବର୍ଷରେ ୭ଟି କ୍ୟାଚ୍ ଛାଡିଛନ୍ତି । ଏହାବ୍ୟତୀତ ସେ ଲମ୍ବା ସମୟରୁ ଟିମ୍ର ଅଂଶ ନଥିଲେ ।  କେ.ଏଲ୍ ରାହୁଲ ମଧ୍ୟ ଚେତେଶ୍ୱର ପୂଜାରାଙ୍କ ପଛରେ ନାହାଁନ୍ତି । ୨୦୧୯ ଠାରୁ ସେ ଟେଷ୍ଟରେ ଭାରତର ୭ଟି କ୍ୟାଚ୍ ଛାଡିଛନ୍ତି ।