ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍: ସ୍ବାସ୍ଥ୍ୟ ବିଶେଷଜ୍ଞ
ଡାଇବେଟିସ୍ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ। ଡାଇବେଟିସ୍ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍ସୁଲିନ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରେସନ ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା […] The post ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍: ସ୍ବାସ୍ଥ୍ୟ ବିଶେଷଜ୍ଞ appeared first on Dharitri Odia News.
ଡାଇବେଟିସ୍ ବା ମଧୁମେହ ରୋଗୀ ଯେହେତୁ ନିଜର ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରି ନ ଥାନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ। ଡାଇବେଟିସ୍ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍ସୁଲିନ ତିଆରି ବନ୍ଦ ହୋଇଯାଏ। ନ୍ୟୁଟ୍ରେସନ ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ୍ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡ଼ନ୍ତି। ତେଣୁ ଡାଇବେଟିସ୍ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ। ଚିନାବାଦାମ, କାଜୁ, ଅଲମଣ୍ଡ, ଅଖରୋଟ, ପିସ୍ତା ପରି ଡ୍ରାଏଫ୍ରୁଟ୍ସରେ ଭରପୂର ମାତ୍ରାରେ ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ ଏବଂ ଅନସ୍ୟାଚ୍ୟୁରେଟେଡ୍ ଫ୍ୟାଟି ଏସିଡ ମିଳିଥାଏ।
ଚିନାବାଦାମ
ଚିନାବାଦାମରେ ପ୍ରୋଟିନ୍ ଏବଂ ଫାଇବର ଥାଏ ପ୍ରଚୁରମାତ୍ରାରେ ରହିଥାଏ। ଟାଇପ-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଚିନାବାଦାମ ବହୁତ ଉପକାରୀ ଅଟେ।
କାଜୁ
ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ଖାଦ୍ୟରେ କାଜୁ ସାମିଲ କରନ୍ତୁ। ଏହା ରକ୍ତଚାପ ସାମାନ୍ୟ ସ୍ତରକୁ ଆଣିବାରେ ସହାୟକ ହୋଇଥାଏ। ସେହିପରି ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ କାଜୁ ଲାଭଦାୟକ ହୋଇଥାଏ।
ଅଲମଣ୍ଡ
ଅଲମଣ୍ଡ ଖାଇଲେ ଶରୀରରେ ଗ୍ଲୁକୋଜ ସ୍ତର ସାମାନ୍ୟ ରହିଥାଏ। ତେଣୁ ଡାଇବେଟିସ୍ ରୋଗୀ ଅଲମଣ୍ଡ ଖାଇବା ଆବଶ୍ୟକ।
ଅଖରୋଟ
ଡାଇବେଟିସ ରୋଗୀଙ୍କ ପାଇଁ ଅଖରୋଟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅଖରୋଟ ଖାଇବା ଦ୍ୱାରା ଓଜନ ମଧ୍ୟ କମ୍ ହୋଇଥାଏ।
ପିସ୍ତା
ପିସ୍ତା ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ। ତେଣୁ ଡାଇବେଟିସ୍ ରୋଗୀ ପ୍ରତିଦିନ ଫଳ ସହ ପିସ୍ତା ଖାଆନ୍ତୁ।
The post ଏସବୁ ଖାଇଲେ ନିିୟନ୍ତ୍ରଣରେ ରହିବ ଡାଇବେଟିସ୍: ସ୍ବାସ୍ଥ୍ୟ ବିଶେଷଜ୍ଞ appeared first on Dharitri Odia News.