IND vs ENG: ୩ୟ ଟେଷ୍ଟ ମ୍ୟାଚ ଖେଳିବେନି ଆୟର, ସାମ୍ନାକୁ ଆସିଲା କାରଣ…
ନୂଆଦିଲ୍ଲୀ,୯।୨: ଭାରତୀୟ ବ୍ୟାଟର୍ ଶ୍ରେୟସ ଆୟର ରାଜକୋଟ ଟେଷ୍ଟ ମ୍ୟାଚରୁ ବାଦ୍ ପଡିପାରନ୍ତି। ଏହି ଟେଷ୍ଟ ମ୍ୟାଚ ୧୫ ଫେବୃଆରୀରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ପିଠରେ ସମସ୍ୟା ନେଇ ଶ୍ରେୟସ ଅଭିଯୋଗ କରିଛନ୍ତି। ଆୟରଙ୍କ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟରେ ସମସ୍ୟା ରହିଛି । ଖବର ଅନୁଯାୟୀ ସେ ଟିମ ଇଣ୍ଡିଆ ପାଇଁ ତୃତୀୟ ଟେଷ୍ଟରେ ଖେଳି ପାରିବେ ନାହିଁ। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। […] The post IND vs ENG: ୩ୟ ଟେଷ୍ଟ ମ୍ୟାଚ ଖେଳିବେନି ଆୟର, ସାମ୍ନାକୁ ଆସିଲା କାରଣ… appeared first on Dharitri Odia News.
ନୂଆଦିଲ୍ଲୀ,୯।୨: ଭାରତୀୟ ବ୍ୟାଟର୍ ଶ୍ରେୟସ ଆୟର ରାଜକୋଟ ଟେଷ୍ଟ ମ୍ୟାଚରୁ ବାଦ୍ ପଡିପାରନ୍ତି। ଏହି ଟେଷ୍ଟ ମ୍ୟାଚ ୧୫ ଫେବୃଆରୀରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ପିଠରେ ସମସ୍ୟା ନେଇ ଶ୍ରେୟସ ଅଭିଯୋଗ କରିଛନ୍ତି। ଆୟରଙ୍କ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟରେ ସମସ୍ୟା ରହିଛି । ଖବର ଅନୁଯାୟୀ ସେ ଟିମ ଇଣ୍ଡିଆ ପାଇଁ ତୃତୀୟ ଟେଷ୍ଟରେ ଖେଳି ପାରିବେ ନାହିଁ। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ। ତେବେ ୩ୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଖେଳାଳି ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।
ଇଣ୍ଡିଆନ ଏକ୍ସପ୍ରେସର ଏକ ଖବର ଅନୁଯାୟୀ, ଶ୍ରେୟସ ଆୟର ଟିମ ଇଣ୍ଡିଆର ମେଡିକାଲ କର୍ମଚାରୀଙ୍କ ସହ ନିଜର ସମସ୍ୟା ବାଣ୍ଟିଛନ୍ତି। ତାଙ୍କ ପିଠିରେ ସମସ୍ୟା ଥିବା ସେ କହିଛନ୍ତି। ଏହା ବ୍ୟତୀତ, ଯେତେବେଳେ ସେ ଅଧିକ ସମୟ ଖେଳନ୍ତି, ଗୋଡର ଉପର ଭାଗରେ ମଧ୍ୟ ଯନ୍ତ୍ରଣା ହୁଏ । ଫରୱାର୍ଡ ଡିଫେନ୍ସରେ ବ୍ୟାଟିଂ କରୁଥିବାବେଳେ ଆୟର ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏବେ ତାଙ୍କ ଖେଳକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଜକୋଟରେ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚରୁ ଶ୍ରେୟାସ ବାହାରେ ରହିପାରନ୍ତି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଆହତ ହେବା ପରେ ଶ୍ରେୟାସ ଆୟର ଅସ୍ତ୍ରୋପଚାର କରିଥିଲେ। ସେ ମଧ୍ୟ କ୍ରିକେଟ ଠାରୁ ଦୀର୍ଘ ସମୟ ଦୂରରେ ରହିଥିଲେ। ବର୍ତ୍ତମାନ ସେ ପୁଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟିମ ଇଣ୍ଡିଆ ଆଇୟରଙ୍କୁ ଜାତୀୟ କ୍ରିକେଟ ଏକାଡେମୀକୁ ପଠାଇପାରେ। ସେ ବାଙ୍ଗାଲୋରରେ ପୁନରୁଦ୍ଧାର ଉପରେ କାର୍ଯ୍ୟ କରିପାରନ୍ତି। ଯଦି ଶ୍ରେୟସ ଆୟର ଟିମ ଇଣ୍ଡିଆରୁ ବାହାରନ୍ତି, ତେବେ ତାଙ୍କ ଅନୁପସ୍ଥିତିରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯିବ ।
The post IND vs ENG: ୩ୟ ଟେଷ୍ଟ ମ୍ୟାଚ ଖେଳିବେନି ଆୟର, ସାମ୍ନାକୁ ଆସିଲା କାରଣ… appeared first on Dharitri Odia News.