ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ?

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ନିରନ୍ତର ଦାବି କରୁଥିବାବେଳେ ସରକାର ତାଙ୍କ ଆଗରେ ନଇଁବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଅଗଷ୍ଟ ୫ରେ ହିଂସାତ୍ମକ ବିଦ୍ରୋହ ମଧ୍ୟରେ ଶେଖ ହାସିନା ବାଂଲାଦେଶରୁ ପଳାଇ ଆସି ଦିଲ୍ଲୀ ନିକଟ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ। ସେ ଦିଲ୍ଲୀର ଏକ ଅଜ୍ଞାତ ଏବଂ ସୁରକ୍ଷିତ ସ୍ଥାନରେ ରହୁଛନ୍ତି। […] The post ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ? appeared first on Dharitri Odia News.

ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ?

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରୁ ଭାରତକୁ ପଳାଇଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନରେନ୍ଦ୍ର ମୋଦି ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛନ୍ତି। ବାସ୍ତବରେ ବାଂଲାଦେଶର ବର୍ତ୍ତମାନର ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ନିରନ୍ତର ଦାବି କରୁଥିବାବେଳେ ସରକାର ତାଙ୍କ ଆଗରେ ନଇଁବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଅଗଷ୍ଟ ୫ରେ ହିଂସାତ୍ମକ ବିଦ୍ରୋହ ମଧ୍ୟରେ ଶେଖ ହାସିନା ବାଂଲାଦେଶରୁ ପଳାଇ ଆସି ଦିଲ୍ଲୀ ନିକଟ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲେ। ସେ ଦିଲ୍ଲୀର ଏକ ଅଜ୍ଞାତ ଏବଂ ସୁରକ୍ଷିତ ସ୍ଥାନରେ ରହୁଛନ୍ତି।

ପ୍ରଥମ ଥର ପାଇଁ ଶେଖ ହାସିନାଙ୍କୁ କ୍ଷମତାରୁ ବହିଷ୍କାର ହେବା ଏବଂ ଭାରତରେ ପହଞ୍ଚିବା ପରେ ପ୍ରତମଥର ପାଇଁ ଭାରତ ଶୁକ୍ରବାର କହିଛି ଯେ, ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ସେଠାରେ ବିକାଶମୂଳକ ପ୍ରକଳ୍ପ ପ୍ରଭାବିତ ହୋଇଛି।

ଏଥି ସହିତ ବାଂଲାଦେଶରେ ଭାରତ ଦ୍ୱାରା କରାଯାଉଥିବା ବିକାଶମୂଳକ କାର୍ଯ୍ୟରେ ବର୍ତ୍ତମାନ ଏହି ହିଂସାର ପ୍ରଭାବ ଦୃଶ୍ୟମାନ ହେଉଛି। ଶୁକ୍ରବାର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ବାଂଲାଦେଶର ବିକାଶ ସମ୍ପର୍କରେ କହିଛନ୍ତି ଯେ ଆମକୁ ମଧ୍ୟ ସ୍ବୀକାର କରିବାକୁ ହେବ ଯେ ରାଜନନୈତିକ ପରିବର୍ତ୍ତନ ଘଟୁଛି ଏବଂ ଏହା ବ୍ୟାଘାତ ସୃଷ୍ଟି କରିପାରେ। ଅନ୍ୟପକ୍ଷରେ ବାଂଲାଦେଶରେ ଉତ୍ତେଜନା ଯୋଗୁ ଦ୍ୱିପାକ୍ଷିକ ପ୍ରକଳ୍ପ ପ୍ରଭାବିତ ହୋଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି। ସେ କହିଛନ୍ତି, ବାଂଲାଦେଶ ସହିତ ଆମର ବିକାଶ ସହଯୋଗ କାର୍ଯ୍ୟକଳାପ ବାଂଲାଦେଶର ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ତଥାପି, କେତେକ ପ୍ରକଳ୍ପର କାର୍ଯ୍ୟ ବର୍ତ୍ତମାନ ଅଟକି ରହିଛି ଏବଂ ସେଠାରେ ବିଶୃଙ୍ଖଳା ପରିସ୍ଥିତି ଯୋଗୁ ଏହି କାର୍ଯ୍ୟ ପ୍ରଭାବିତ ହୋଇଛି । ପରିସ୍ଥିତି ସ୍ବଭାବିକ ହେବା ପରେ ଆମେ ବାଂଲାଦେଶ ସହିତ କଥା ହେବୁ, ଆମର ବିକାଶମୂଳକ ପଦକ୍ଷେପ ବିଷୟରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆଲୋଚନା କରିବୁ ।

The post ଭାରତରେ ଶେଖ ହାସିନାଙ୍କୁ ସ୍ଥାନ ଦେଇ ବଡ଼ ଅଡୁଆରେ ପଡ଼ିଲେ ମୋଦି, ଏବେ କରିବେ କ’ଣ? appeared first on Dharitri Odia News.