Disney+ Hotstar ସେବା ଠପ୍: ଆକାଉଣ୍ଟ ଆକ୍ସେସ୍ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ
ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଟି ମୋବାଇଲ, ୱେବ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ, କିନ୍ତୁ ୱେବ ଏବଂ ବଡ଼ ସ୍କ୍ରିନ ଡିଭାଇସଗୁଡ଼ିକରେ ଏହି ସେବା ପହଞ୍ଚିବାରେ ଅସୁବିଧା ହେଉଛି। ଆଉଟେଜ ଟ୍ରାକର୍ ଡାଉନଡିଟେକ୍ଟର ମଧ୍ୟ Disney+ Hotstar ଠପ୍ ହେବା ନିଶ୍ଚିତ କରିଛି। ଏହି ସମସ୍ୟା ବୁଧବାର ଅର୍ଥାତ୍ ଆଜି ପ୍ରାୟ […] The post Disney+ Hotstar ସେବା ଠପ୍: ଆକାଉଣ୍ଟ ଆକ୍ସେସ୍ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୨: ଭାରତରେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ Disney+ Hotstarର ସେବା ଡାଉନ୍ ହୋଇଯାଇଛି। ଅନେକ ୟୁଜର୍ସ ସୋସିଆଲ ମିଡିଆରେ ଏହି ସମସ୍ୟା ବିଷୟରେ ସୂଚନା ଦେଇଛନ୍ତି। ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମଟି ମୋବାଇଲ, ୱେବ ଏବଂ ସ୍ମାର୍ଟ ଟିଭିରେ ଉପଲବ୍ଧ, କିନ୍ତୁ ୱେବ ଏବଂ ବଡ଼ ସ୍କ୍ରିନ ଡିଭାଇସଗୁଡ଼ିକରେ ଏହି ସେବା ପହଞ୍ଚିବାରେ ଅସୁବିଧା ହେଉଛି। ଆଉଟେଜ ଟ୍ରାକର୍ ଡାଉନଡିଟେକ୍ଟର ମଧ୍ୟ Disney+ Hotstar ଠପ୍ ହେବା ନିଶ୍ଚିତ କରିଛି।
ଏହି ସମସ୍ୟା ବୁଧବାର ଅର୍ଥାତ୍ ଆଜି ପ୍ରାୟ ୧୨:୩୫ ସମୟରେ ଆରମ୍ଭ ହୋଇଥିଲା। ଏହା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରର ଲୋକମାନଙ୍କୁ ପ୍ରଭାବିତ କରୁଛି।
Disney+ Hotstarର ସେବା ବନ୍ଦ ହେବା ବିଷୟରେ ୟୁଜର୍ସ ସୋସିଆଲ ମିଡିଆରେ ଅଭିଯୋଗ କରୁଛନ୍ତି। ଏହି ବିଭ୍ରାଟ ୱେବ ଏବଂ ସ୍ମାର୍ଟ ଟିଭି ୟୁଜର୍ସଙ୍କୁ ପ୍ରଭାବିତ କରୁଥିବାବେଳେ, ମୋବାଇଲରେ Disney+ Hotstar ସେବା ଏବେ ବି ସ୍ବାଭାବିକ ଭାବରେ କାମ କରୁଛି। ଏପର୍ଯ୍ୟନ୍ତ, କମ୍ପାନୀ ପକ୍ଷରୁ ବିଭ୍ରାଟର କାରଣ କିମ୍ବା ଏହାକୁ ସଜାଡ଼ିବା ପାଇଁ କେତେ ସମୟ ଲାଗିବ ସେ ବିଷୟରେ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ।
The post Disney+ Hotstar ସେବା ଠପ୍: ଆକାଉଣ୍ଟ ଆକ୍ସେସ୍ ସହ ଭିଡିଓ ଦେଖି ପାରୁନାହାନ୍ତି ୟୁଜର୍ସ appeared first on Dharitri Odia News.